ହଷ୍ଟେଲ୍ ଛାଡ଼ି ଚାଲିଯାଇଥିବା ୬୪ ଆଦିବାସୀ ଛାତ୍ରୀଙ୍କୁ ଫେରାଇ ଆଣିଲା ପୋଲିସ୍‌

ମୋହନା: ୱାର୍ଡେନ୍‌ ନିର୍ଯାତନା ଦେଉଥିବା ଅଭିଯୋଗ କରି ହଷ୍ଟେଲ୍‌ ଛାଡ଼ି ପଳାଇଥିବା ଗଜପତି ଜିଲ୍ଲା ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟର ୬୪ ଜଣ ଆଦିବାସୀ ଛାତ୍ରୀଙ୍କୁ ନିକଟସ୍ଥ ଲାଦ୍ରୁମା ଜଙ୍ଗଲରୁ ଫେରାଇ ଆଣିଛି ପୋଲିସ୍। ଗତକାଲି ମଧ୍ୟରାତିରେ ସେମାନେ ହଷ୍ଟେଲ୍ ଛାଡ଼ି ପଳାଇଥିଲେ। ଏମାନେ ସମସ୍ତେ ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରୀ। ୱାର୍ଡେନଙ୍କୁ ହଟାଇବା ଦାବିରେ ଆଜି ଅଭିଭାବକମାନେ ହଷ୍ଟେଲ୍ ସମ୍ମୁଖରେ ବ୍ରହ୍ମପୁର-ରାୟଗଡ଼ା ରାସ୍ତାକୁ ଅବରୋଧ ମଧ୍ୟ କରିଥିଲେ। ସରସ୍ୱତୀ ପୂଜା ଦିନ ହଷ୍ଟେଲ୍ ୱାର୍ଡେନ୍ […]

mohana

mohana

Rakesh Mallick
  • Published: Monday, 06 February 2017
  • Updated: 06 February 2017, 02:26 PM IST

Sports

Latest News

ମୋହନା: ୱାର୍ଡେନ୍‌ ନିର୍ଯାତନା ଦେଉଥିବା ଅଭିଯୋଗ କରି ହଷ୍ଟେଲ୍‌ ଛାଡ଼ି ପଳାଇଥିବା ଗଜପତି ଜିଲ୍ଲା ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟର ୬୪ ଜଣ ଆଦିବାସୀ ଛାତ୍ରୀଙ୍କୁ ନିକଟସ୍ଥ ଲାଦ୍ରୁମା ଜଙ୍ଗଲରୁ ଫେରାଇ ଆଣିଛି ପୋଲିସ୍। ଗତକାଲି ମଧ୍ୟରାତିରେ ସେମାନେ ହଷ୍ଟେଲ୍ ଛାଡ଼ି ପଳାଇଥିଲେ। ଏମାନେ ସମସ୍ତେ ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରୀ।

ୱାର୍ଡେନଙ୍କୁ ହଟାଇବା ଦାବିରେ ଆଜି ଅଭିଭାବକମାନେ ହଷ୍ଟେଲ୍ ସମ୍ମୁଖରେ ବ୍ରହ୍ମପୁର-ରାୟଗଡ଼ା ରାସ୍ତାକୁ ଅବରୋଧ ମଧ୍ୟ କରିଥିଲେ।

ସରସ୍ୱତୀ ପୂଜା ଦିନ ହଷ୍ଟେଲ୍ ୱାର୍ଡେନ୍ ଓ ଏହି ଛାତ୍ରୀମାନଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଛାତ୍ରୀମାନଙ୍କ ସରସ୍ୱତୀ ପୂଜା ଦେଖାକୁ ନେଇ ବିବାଦ ଦେଖାଯାଇଥିଲା। ୱାର୍ଡେନ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ଛାତ୍ରୀମାନେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ୱାର୍ଡେନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ତେବେ ବିଭାଗୀୟ କର୍ତ୍ତୃପକ୍ଷ ୱାର୍ଡେନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ତାଙ୍କୁ ଛୁଟିରେ ପଠାଇ ଦେଇଥିଲେ। ଏଥିରେ ଏହି ଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରି ହଷ୍ଟେଲ ଛାଡ଼ି ଚାଲି ଯାଇଛନ୍ତି। ୱାର୍ଡେନ ଜଣଙ୍କ ପୂର୍ବରୁ ମଧ୍ୟ ଛାତ୍ରୀମାନଙ୍କୁ ହଇରାଣ କରିଥିବା ନେଇ ପ୍ରଧାନଶିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos