ଆସନ୍ତା ଆର୍ଥିକ ବର୍ଷରୁ ଯୋଗ୍ୟତା ଭିତ୍ତିରେ ନିୟମିତ ହେବ ଗଣଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଅସନ୍ତା ଆର୍ଥିକବର୍ଷରୁ ଗଣଶିକ୍ଷକମାନେ ନିୟମିତ ହେବ। ଯୋଗ୍ୟତା ଭିତ୍ତିରେ ଖାଲିଥିବା ପଦବୀକୁ ଦୃଷ୍ଟିରେ ରଖି ସେମାନଙ୍କୁ ନିୟମିତ କରାଯିବ। ଅନ୍ତଃମନ୍ତ୍ରୀସ୍ତରୀୟ କମିଟି ନିଷ୍ପତ୍ତି ଅନୁସାରେ ଆଜି ଏହା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର। ଅନ୍ୟପକ୍ଷେ ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ପୁଣି ଗଣଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଗଣ ଶିକ୍ଷକମାନେ ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୂଳ ନିଯୁକ୍ତିରୁ ୬ବର୍ଷ ହୋଇଥିବା ସମସ୍ତ ଗଣଶିକ୍ଷକଙ୍କୁ ସ୍ଥାୟୀ କରିବା ଲାଗି ସଂଘ ବାରମ୍ୱାର ଦାବି କରିଆସୁଛି। ମନ୍ତ୍ରୀସ୍ତରୀୟ ସବ୍ କମିଟି ନିଷ୍ପତ୍ତି ନେବାରେ ବିଳମ୍ୱ କରୁଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଉଛି।