ଗଞ୍ଜାମ: ଅଗସ୍ତି ନୂଆଗାଁରେ ଗୁଳିକାଣ୍ଡ, ଜଣେ ଗୁରୁତର

ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲାର ଅଗସ୍ତି ନୂଆଗାଁରେ ଶୁକ୍ରବାର ଘଟିଛି ଗୁଳିକାଣ୍ଡ। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ରାଜୀବ ଦାସ। ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ଗୁଳି ବାଜିଛି। ଗୁଳି କରିଥିବା ତିନି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।  ପୋଲିସ୍ ଘଟଣାର ତଦନ୍ତ କରୁଛି।

ରାଜୀବଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ସେ ଆଜି ସକାଳେ ଶୌଚ ହେବା ପାଇଁ ବାହାରକୁ ଯାଇଥିଲେ। ସେହି ସମୟରେ ତିନି ଜଣ ଯୁବକ ହଠାତ୍ ତାଙ୍କୁ ଗୁଳି କରିଥିଲେ। ଗୁଳି ତାଙ୍କ ଆଖି ପାଖାପାଖି ବାଜିଛି।