ବୋହୂ ଆମ ବିଦେଶିନୀ: ଗଂଜାମ ପୁଅକୁ ଲଣ୍ଡନ ଝିଅ

ବ୍ରହ୍ମପୁର: ପ୍ରଥମ ଦେଖାରେ ପ୍ରେମ। ଆଉ କିଛିଦିନ ଭିତରେ ଘର ସଂସାର ଗଢିବାର ସ୍ୱପ୍ନ। ପ୍ରତିବନ୍ଧକ ହୋଇ ଛିଡା ହୋଇ ପାରିନଥିଲା ଜାତି, ଧର୍ମ କି ଦେଶ। ମଙ୍ଗଳ ସାହାନାଇର ଧୂନ୍ ସହ ଏମିତି ଏକ ପ୍ରେମ କାହାଣୀ ଭାସି ଆସୁଥିଲା ବିବାହ ବେଦୀ ପାଖରୁ । କିଏ ଗୋରା ତକତକ ବିଦେଶୀ ବୋହୂକୁ ନିରେଖି ଦେଖୁଥିଲା ତ ପୁଣି କିଏ ଶୁଣିବାକୁ ଚାହୁଁଥିଲା, କେମିତି ହୋଇଥିଲା ବିଦେଶିନୀଙ୍କ ସହ ପ୍ରେମ। ଗଂଜାମ ଜିଲ୍ଲା ରମ୍ଭାର ଜ୍ଞାନ […]

marrage...

marrage...

Rakesh Mallick
  • Published: Saturday, 04 March 2017
  • Updated: 05 March 2017, 07:33 AM IST

Sports

Latest News

ବ୍ରହ୍ମପୁର: ପ୍ରଥମ ଦେଖାରେ ପ୍ରେମ। ଆଉ କିଛିଦିନ ଭିତରେ ଘର ସଂସାର ଗଢିବାର ସ୍ୱପ୍ନ। ପ୍ରତିବନ୍ଧକ ହୋଇ ଛିଡା ହୋଇ ପାରିନଥିଲା ଜାତି, ଧର୍ମ କି ଦେଶ। ମଙ୍ଗଳ ସାହାନାଇର ଧୂନ୍ ସହ ଏମିତି ଏକ ପ୍ରେମ କାହାଣୀ ଭାସି ଆସୁଥିଲା ବିବାହ ବେଦୀ ପାଖରୁ । କିଏ ଗୋରା ତକତକ ବିଦେଶୀ ବୋହୂକୁ ନିରେଖି ଦେଖୁଥିଲା ତ ପୁଣି କିଏ ଶୁଣିବାକୁ ଚାହୁଁଥିଲା, କେମିତି ହୋଇଥିଲା ବିଦେଶିନୀଙ୍କ ସହ ପ୍ରେମ।

ଗଂଜାମ ଜିଲ୍ଲା ରମ୍ଭାର ଜ୍ଞାନ ପଟ୍ଟନାୟକ ହିନ୍ଦୁ ରୀତିନୀତି ଅନୁସାରେ ଆଜି ବିବାହ କରିଛନ୍ତି ଇଂଲଣ୍ଡର ଝିଅ ଜର୍ଜିଆ ଏଲିଜାବେଥଙ୍କୁ। କନ୍ୟାଦାନ ପାଇଁ ସାତଦରିଆ ପାରି ହୋଇ ଝିଅକୁ ନେଇ ଆସିଛନ୍ତି ବାପାମାଆଙ୍କ। ସହର ଦୁଲୁକାଇ ବାଜାବାଜଣା ସହ ଜ୍ଞାନ ଆସିଥିଲେ ବରଯାତ୍ରୀ ନେଇ। ବୈଦିକ ରୀତିନୀତିରେ ମନ୍ତ୍ରପାଠ ସହ ପଡିଥିଲା ହସ୍ତଗଣ୍ଠି। ହୋମ ନିଆଁକୁ ସାକ୍ଷୀ ରଖି ସାତଜନ୍ମର ସାଥୀ ହେବାରୁ ଉଭୟେ ନେଇଥିଲେ ସଂକଳ୍ପ।

ତେବେ କେଉଁଠି ତିଆରି ହେଲା ଜ୍ଞାନଙ୍କ ସହ ଜର୍ଜିଆଙ୍କ ସଂପର୍କ। ବିବାହ ଉତ୍ସବକୁ ଆସିଥିବା ଅଧିକାଂଶ ବନ୍ଧୁବାନ୍ଧବଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଘାଣ୍ଟିଚକଟି ହେଉଥିଲା। ଓଡ଼ିଶା ରିପୋର୍ଟର ଟିମ୍ ବି ଶୁଣିଥିଲା ଜ୍ଞାନ ଓ ଜର୍ଜିଆଙ୍କ ପ୍ରେମ କାହାଣୀ।

୨୦୧୨ ମସିହା। ଏକ ସ୍ୱେଚ୍ଛାସେବୀ ସଂଗଠନରେ କାମ କରିବାକୁ ଲଣ୍ଡନ ଛାଡି ଜର୍ଜିଆ ଏଲିଜାବେଥ୍ ଆସିଥିଲେ ତାମିଲନାଡୁକୁ। ସଂକଳ୍ପ ନେଇଥିଲେ ଭାରତୀୟଙ୍କ ସେବା କରିବେ। ଆଉ ଏ ସମୟରେ ନିଜ ସହକର୍ମୀ ଭାବେ ପାଇଲେ ରମ୍ଭାର ଜ୍ଞାନ ପଟ୍ଟନାୟକଙ୍କୁ। ଗୋଟିଏ ସଂସ୍ଥାରେ କାମ କରୁ କରୁ ଜ୍ଞାନ ଓ ଜର୍ଜିଆଙ୍କ ଭିତରେ ବନ୍ଧୁତ୍ୱ ନିବିଡ ହୋଇଥିଲା। ଆଉ କେଉଁ ଏକ ଦୁର୍ବଳ ମୁହୁର୍ତ୍ତରେ ବନ୍ଧୁତ୍ୱ ନେଇଥିଲା ପ୍ରେମର ରୂପ। ମାତ୍ର ୨ବର୍ଷ ପରେ ପ୍ରେମକୁ ପରିଣୟ ରୂପ ଦେବାକୁ ଆଗେଇ ଆସିଲେ ଏହି ପ୍ରେମୀ ଯୁଗଳ। ପୁରୀ ଆସି ମହାପ୍ରଭୁଙ୍କୁ ସାକ୍ଷୀ ରଖି କୋର୍ଟରେ ବିବାହ କରିଥିଲେ। ସେଦିନ ଠାରୁ ମଥାରେ ସିନ୍ଦୁର ନାଇ ଜର୍ଜିଆ ସାଜିଲେ ଜ୍ଞାନଙ୍କ ପତ୍ନୀ।

ଏହାପରେ ଚାକିରୀ ଛାଡି ଜର୍ଜିଆଙ୍କ ସହ ଇଂଲଣ୍ଡ ଚାଲିଗଲେ ଜ୍ଞାନ। ଦୁହେଁ ମିଶି ସେଠାରେ ଆରମ୍ଭ କଲେ ବ୍ୟବସାୟ। ବିବାହ ଠାରୁ ବିଦେଶ ଯିବା, ସବୁ ହୋଇଥିଲା ଦୁଇ ପରିବାରର ସହମତିରେ। ହେଲେ ଜର୍ଜିଆଙ୍କ ବାପାଙ୍କ ଇଚ୍ଛା ଥିଲା ଝିଅ ବାହା ହେଉ ଭାରତୀୟ ପରମ୍ପରାରେ, ହିନ୍ଦୁ ରୀତିନୀତି ଅନୁସାରେ। ଶେଷରେ ବାପାଙ୍କ ଇଚ୍ଛା ପୂରଣ ହେଲା।

ପାଖାପାଖି ତିନିବର୍ଷ ପରେ ଝିଅ ଜର୍ଜିଆଙ୍କୁ ନେଇ ବାପାମାଆ ଆସିଲେ ଜ୍ୱାଇଁପୁଅର ଘରକୁ। ଆଉ ଜ୍ଞାନଙ୍କ ପରିବାର ଲୋକେ ପୁଅ ବାହାଘର ପାଇଁ ଆୟୋଜନ କଲେ ବିବାହ ଉତ୍ସବ।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos