ଗରିବ ଓ ଭୋକିଲା ଜିଲ୍ଲା ଖୋଜିଲେ ଓଡ଼ିଶାର ଉଦାହରଣ ଦିଆଯାଏ: ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ/ଭୁବନେଶ୍ୱର: ଗରିବ ଓ ଭୋକିଲା ଜିଲ୍ଲା ଖୋଜିଲେ ଓଡ଼ିଶାର ଉଦାହରଣ ଦିଆଯାଇଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ଉତ୍ତରପ୍ରଦେଶର ଗୋଣ୍ଡାରେ ଏକ ନିର୍ବାଚନୀ ସଭାରେ ମୋଦି ଏପରି ମନ୍ତବ୍ୟ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ଅଶିକ୍ଷା ଓ ବେରୋଜଗାରୀ କଥା ଉଠିଲେ ଓଡ଼ିଶାର ନାଁ ଆଗ ଆସେ ଓ ଲୋକେ ଓଡ଼ିଶାର ଉଦାହରଣ ଦେଇଥାନ୍ତି ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ଆଳରେ ସେ କହିଛନ୍ତି,“ଦିନ ଥିଲା ଓଡ଼ିଶାରେ […]

Modi

Modi

Rakesh Mallick
  • Published: Friday, 24 February 2017
  • Updated: 24 February 2017, 06:26 PM IST

Sports

Latest News

ଲକ୍ଷ୍ନୌ/ଭୁବନେଶ୍ୱର: ଗରିବ ଓ ଭୋକିଲା ଜିଲ୍ଲା ଖୋଜିଲେ ଓଡ଼ିଶାର ଉଦାହରଣ ଦିଆଯାଇଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ଉତ୍ତରପ୍ରଦେଶର ଗୋଣ୍ଡାରେ ଏକ ନିର୍ବାଚନୀ ସଭାରେ ମୋଦି ଏପରି ମନ୍ତବ୍ୟ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ଅଶିକ୍ଷା ଓ ବେରୋଜଗାରୀ କଥା ଉଠିଲେ ଓଡ଼ିଶାର ନାଁ ଆଗ ଆସେ ଓ ଲୋକେ ଓଡ଼ିଶାର ଉଦାହରଣ ଦେଇଥାନ୍ତି ବୋଲି ସେ କହିଛନ୍ତି।

ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ଆଳରେ ସେ କହିଛନ୍ତି,“ଦିନ ଥିଲା ଓଡ଼ିଶାରେ ବିଜେପି ପତାକା ପୋତିବାକୁ ଜାଗା ମିଳୁ ନ ଥିଲା। ହେଲେ ଏବେ ସମୟ ବଦଳିବାରେ ଲାଗିଛି। ଓଡ଼ିଶାରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜେପକୁ ସଫଳତା ମିଳିଛି। ଓଡ଼ିଶାରେ ବିଜେପିର ସ୍ଥିତି ନ ଥିଲେ ମଧ୍ୟ ସେଠିକାର ଲୋକେ ବିଜେପିକୁ ଭରସା କରିଛନ୍ତି ଓ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଜିତାଇଛନ୍ତି।”

ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି ବିଜେଡି। ଦଳୀୟ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ମୋଦି ଓଡ଼ିଶାକୁ ତାଚ୍ଛଲ୍ୟ କରିଛନ୍ତି। ଏଭଳି ଉକ୍ତି ଆଦୌ ଶୋଭନୀୟ ନୁହେଁ। ଏଭଳି ବାହାଦୁରି ମାରିବା ଉଚିତ୍ ନୁହେଁ। ବିଜେପି ମଧ୍ୟ ଅତୀତରେ ବିଜେଡି ସହିତ ମେଣ୍ଟ କରିଥିଲା। ମୋଦି କ୍ଷମତା ହାସଲ କରିବା ପରେ ଓଡ଼ିଶା ପ୍ରତି କ’ଣ ଦୃଷ୍ଟି ଦେଇଛନ୍ତି?”

କଂଗ୍ରେସ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଭିକାରୀ ଭୋକରେ ଥିବା ବେଳେ ୧୦ ଟଙ୍କା ପାଇଲେ ବି ଖୁସି ହୁଏ। ମୋଦି ଏବେ ଠିକ୍ ସେହିଭଳି ଅନୁଭବ କରୁଛନ୍ତି। ୯ ବର୍ଷ ପର୍ଯ୍ୟନ୍ତ ବିଜେପି ରାଜ୍ୟ ସରକାରଙ୍କ ଅଂଶୀଦାର ଥିଲା। କେବିକେ ଅନୁନ୍ନତ ବୋଲି ବିଜେପି କ’ଣ ଆଗରୁ ଜାଣି ନ ଥିଲା? ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ କେବିକେ ବିଶ୍ୱରେ ନାଁ କରିଥିଲା। ମୋଦି ତା’ର ଉତ୍ତର ଦିଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story