ପାତାଳିକନ୍ୟା: ଅଧାପୋତା ଶିଶୁକନ୍ୟା ଉଦ୍ଧାର; କେବେ ବଦଳିବ ମାନସିକତା

କୋରାପୁଟ: ଯାଜପୁର ଜିଲ୍ଲାରେ ଖତଗଦାରେ ପୋତା ଯାଇଥିବା ଶିଶୁକନ୍ୟା ଜୀବନ୍ତ ଉଦ୍ଧାର ହେବା ଘଟଣା ମନରୁ ଲିଭିନି ପୁଣି ସମାନ ଘଟଣା ଘଟିଛି ରାଜ୍ୟରେ। ଏଥର ଏପରି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲାରୁ। ସେହିପରି କେନ୍ଦୁଝର ଜିଲ୍ଲାରୁ ମଧ୍ୟ ଆଜି ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି ବୁଦା ମୂଳରୁ। ସତେ ଯେମିତି ଲାଗୁଛି ମଣିଷ ସବୁ ମାନବିକତାକୁ ଭୁଲି ଯାଇ ପାଲଟି ଯାଇଛି ରାକ୍ଷସ। ଯେଉଁ ଦେଶରେ ନାରୀକୁ ଶକ୍ତି ରୂପେ ପୂଜା କରାଯାଉଛି ସେଠାରେ […]

koraput

koraput

Rakesh Mallick
  • Published: Friday, 23 June 2017
  • Updated: 23 June 2017, 06:11 PM IST

Sports

Latest News

କୋରାପୁଟ: ଯାଜପୁର ଜିଲ୍ଲାରେ ଖତଗଦାରେ ପୋତା ଯାଇଥିବା ଶିଶୁକନ୍ୟା ଜୀବନ୍ତ ଉଦ୍ଧାର ହେବା ଘଟଣା ମନରୁ ଲିଭିନି ପୁଣି ସମାନ ଘଟଣା ଘଟିଛି ରାଜ୍ୟରେ। ଏଥର ଏପରି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲାରୁ। ସେହିପରି କେନ୍ଦୁଝର ଜିଲ୍ଲାରୁ ମଧ୍ୟ ଆଜି ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି ବୁଦା ମୂଳରୁ। ସତେ ଯେମିତି ଲାଗୁଛି ମଣିଷ ସବୁ ମାନବିକତାକୁ ଭୁଲି ଯାଇ ପାଲଟି ଯାଇଛି ରାକ୍ଷସ। ଯେଉଁ ଦେଶରେ ନାରୀକୁ ଶକ୍ତି ରୂପେ ପୂଜା କରାଯାଉଛି ସେଠାରେ ଶିଶୁକନ୍ୟାଙ୍କ ପ୍ରତି ଏପରି ନିର୍ଦ୍ଦୟତା କ’ଣ ପାଇଁ ଆଜି ଏକ ବଡ଼ ପ୍ରଶ୍ନ ହୋଇ ଛିଡା ହୋଇଛି।

ଆଜି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଗିରଲିଗୁଡ଼ା ନିକଟ ଏକ ପାହାଡିଆ ଅଞ୍ଚଳରୁ ଅଧା ପୋତା ଅବସ୍ଥାରେ ଉଦ୍ଧାର ହୋଇଛି ଏହି ଶିଶୁକନ୍ୟା। ଶିଶୁଟିର ମୁଣ୍ଡକୁ ଛାଡି ଶରୀରର ବାକି ଅଂଶକୁ ପୋତି ଦିଆଯାଥିଲା। ଶୌଚ ପାଇଁ ଯାଇଥିବା ଜଣେ ବୃଦ୍ଧା ଶିଶୁକନ୍ୟାର କାନ୍ଦ ଶୁଣିବା ପରେ ତାକୁ ଉଦ୍ଧାର କରି ନିଜ ଘରେ ରଖିଥିଲେ। ଏନେଇ ସେ ସରପଞ୍ଚକୁ ଜଣାଇବା ପରେ ୧୦୨ ଆମ୍ବୁଲାନ୍ସ ସହାୟତାରେ ଅଙ୍ଗନବାଡ଼ି କର୍ମୀଙ୍କ ସହ ଶିଶୁକନ୍ୟାଟିକୁ ପ୍ରଥମେ ପଟାଙ୍ଗି ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ବର୍ତ୍ତମାନ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ତେବେ କିଏ କାହିଁକି ଶିଶୁକନ୍ୟାଟିକୁ ଏପରି ଅବସ୍ଥାରେ ଛାଡି ଗଲା ତାହା ସ୍ପଷ୍ଟ ହୋଇନାହିଁ।

ଏଠାରେ ପ୍ରଶ୍ନ ଉଠୁଛି ଶିଶୁକନ୍ୟାଙ୍କ ପ୍ରତି ଏପରି ବ୍ୟାଭିଚାର କ’ଣ ପାଇଁ ? ସରକାର ଝିଅଙ୍କ ପାଇଁ ବହୁ ଯୋଜନା କରିଛନ୍ତି ଓ କରୁଛନ୍ତି ମଧ୍ୟ। ହେଲେ ଭୁଲ କେଉଁଠି ରହୁଛି, ଏହା ଲୋକଙ୍କ ମାନସିକତାକୁ ବଦଳାଇ ପାରୁନାହିଁ। ବୁଦ୍ଧିଜୀବୀଙ୍କ ମତରେ କେଉଁଠି ନା କେଉଁଠି ତ ନିଶ୍ଚିତ କିଛି ଦୋଷତ୍ରୁଟି ରହୁଛି, ଯାହାର କୁଫଳ ଭୋଗୁଛନ୍ତି ଏହି ନିଷ୍ପାପ ଶୁଶୁକନ୍ୟାମାନେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story