ଜାଣିଛନ୍ତି କି କେଉଁ ଦେଶ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସ୍‌ପୋର୍ଟର ଅଧିକାରୀ ? ଜାଣନ୍ତୁ ଭାରତର ସ୍ଥାନ କେତେ

ନୂଆଦିଲ୍ଲୀ: ବିଦେଶକୁ ଯାତ୍ରା କରିବାକୁ ହେଲେ ଆମକୁ ନିଜ ଦେଶର ପାସ୍‌ପୋର୍ଟର ଆବଶ୍ୟକତା ପଡ଼ିଥାଏ। ଏଥିପାଇଁ ଆମେ ଯେଉଁ ଦେଶକୁ ଯାତ୍ରା କରିବା ସେହି ଦେଶ ଆମକୁ ଭିସା ପ୍ରଦାନ କରିଥାଏ। କିନ୍ତୁ ଜାଣନ୍ତି କି ଏହି ପାସ୍‌ପୋର୍ଟର ଭି ରାଙ୍କ ରହିଛି। କେଉଁ ଦେଶର ପାସ୍‌ପୋର୍ଟ କେତେ ଶକ୍ତିଶାଳୀ ତାର ଏକ ତାଲିକା ପ୍ରକାଶ କରାଯାଇଥାଏ। ଆର୍ଟନ କ୍ୟାପିଟାଲ ନାମକ ଏକ ଅନଲାଇନ୍ ସଂସ୍ଥା ଏହି ତାଲିକା ପ୍ରସ୍ତୁତ କରିଥାଏ। ଭିସା ନୀତିର ପରିବର୍ତ୍ତନ ଅନୁଯାୟୀ ଏହି ତାଲିକା ପ୍ରସ୍ତୁତ କରାଯାଇଥାଏ।

ଚଳିତ ବର୍ଷର ଶକ୍ତିଶାଳୀ ପାସ୍‌ପୋର୍ଟ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ସିଙ୍ଗାପୁର ପାସ୍‌ପୋର୍ଟ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଆଫଗାନିସ୍ତାନର ସ୍ଥାନ ସଭା ଶେଷରେ ରହିଛି। ସେହିପରି ଭାରତୀୟ ପାସ୍‌ପୋର୍ଟ ନିଜ ରାଙ୍କରେ କିଛିଟା ଉପରକୁ ଆସିଛି। ଏହି ରାଙ୍କରେ ଭାରତୀୟ ପାସ୍‌ପୋର୍ଟ ଗତ ବର୍ଷ ଅପେକ୍ଷା ୩ଟି ସ୍ଥାନ ଉପରକୁ ଉଠି ୭୫ ତମ ସ୍ଥାନରେ ରହିଛି। ପୂର୍ବରୁ ଏହା ୭୮ତମ ସ୍ଥାନରେ ଥିଲା।

ଆର୍ଟନ୍ କ୍ୟାପିଟାଲ୍ କମ୍ପାନୀ ଚଳିତ ବର୍ଷର ଗ୍ଲୋବାଲ ପାସ୍‌ପୋର୍ଟ ପାୱାର ୨୦୧୭ ତାଲିକା ପ୍ରାକାଶ କରିଛି।

୯୪ଟି ଦେଶର ପାସ୍‌ପୋର୍ଟକୁ ନେଇ ଏହି ତାଲିକା ପ୍ରକାଶ କରାଯାଇଛି। ଏଥିରେ ସିଙ୍ଗାପୁର ପାସ୍‌ପୋର୍ଟକୁ ବିଶ୍ୱର ସବୁଠାର ଶକ୍ତିଶାଳୀ ପାସ୍‌ପୋର୍ଟକୁ ଦର୍ଶାଯାଇଛି। ଏହାଦ୍ୱାରା ସିଙ୍ଗାପୁରର ନାଗରିକ ପାସପୋର୍ଟ କିମ୍ବା ବିନା ପାସପୋର୍ଟରେ ବିଶ୍ୱର ଅନେକ ରାଷ୍ଟ୍ରକୁ ନିର୍ଦ୍ୱନ୍ଦ୍ୱରେ ଭ୍ରମଣ କରିପାରିବେ। ସେହିପରି ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଜର୍ମାନୀ । ଶକ୍ତିଶାଳି ପାସ୍‌ପୋର୍ଟ ତାଲିକାରେ ଭାରତ ରାଙ୍କରେ ଉନ୍ନତି ହୋଇଥିଲେ ମଧ୍ୟ ଜିମ୍ବାୱେ(୬୫), ମାଡାଗାସ୍କାର(୭୪) ଉଗାଣ୍ଡା(୬୬) ଭଳି ଆଫ୍ରିକୀୟ ରାଷ୍ଟ୍ର ତୁଳନାରେ ଅନେକ ପଛରେ ରହିଛି। ଚଳିତ ବର୍ଷ ପ୍ରକାଶ ପାଇଥିବା ଶ୍ରେଷ୍ଠ ଦଶଟି ସ୍ଥାନରେ ରହିଛନ୍ତି-

୧ ସିଙ୍ଗାପୁର, ୨ନମ୍ବର ସ୍ଥାନରେ ଜର୍ମାନୀ, ୩ ନମ୍ବରରେ ସ୍ୱେଡାନ୍, ଦକ୍ଷିଣ କୋରିଆ, ୪ରେ ଡେନ୍‌ମାର୍କ, ଇଟାଲି,ଫିନ୍‌ଲ୍ୟାଣ୍ଡ, ଫ୍ରାନ୍‌ସ, ସ୍ପେନ୍, ନରୱେ, ଜାପାନ, ୟୁନାଇଟେଡ୍ କିଂଡମ୍, ୫ରେ ଲକ୍ସମବର୍ଗ, ସୁଇଜରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ,ବେଲଜିୟମ୍, ଅଷ୍ଟ୍ରିଆ, ପର୍ତ୍ତୁଗାଲ୍ ୬ ନମ୍ବର ସ୍ଥାନରେ ମାଲେସିଆ,ଆୟରଲ୍ୟାଣ୍ଡ,କାନାଡା,ଆମେରିକା,

୭ରେ ଅଷ୍ଟ୍ରାଲିଆ, ଗ୍ରୀସ୍, ନ୍ୟୁଜିଲ୍ୟାଣ୍ଡ, ୮ରେ ମାଲ୍ଟା,ଚେକ୍ ରି ପବ୍ଲିକ୍, ଆଇସ୍‌ଲ୍ୟାଣ୍ଡ

୯ ହଙ୍ଗେରୀ ଓ ୧୦ ନମ୍ବର ସ୍ଥାନରେ ସ୍ଲୋଭେନିଆ, ସ୍ଲୋଭାକିଆ, ପୋଲାଣ୍ଡ, ଲିଥୁଆନିଆ, ଲାଟଭିଆ ଭଳି ଦେଶର ପାସ୍‌ପୋର୍ଟ ରହିଛି।