ମନ୍ତ୍ରୀ ଓ ପ୍ରଶାସକଙ୍କୁ ଗୁଡ୍ ଗଭର୍ଣ୍ଣାସର ମନ୍ତ୍ର ଦେଲେ ନଚିକେତ୍ ମୋର୍

oklଭୁବନେଶ୍ୱର: ପ୍ରଶାସନକୁ ଅଧିକ କ୍ରିୟାଶଳ କରିବା ଏବଂ ନୂଆ ଢ଼ଙ୍ଗରେ କାମ କରିବା ଲକ୍ଷ୍ୟରେ ଆଜି ଅନୁଷ୍ଠିତ ହୋଇଛି ଓଡ଼ିଶା ନଲେଜ୍ ହବ୍ ଲେକଚର ସିରିଜର ପ୍ରଥମ ବୈଠକ। ଏଥିରେ ଆରବିଆଇ ସେଣ୍ଟ୍ରାଲ ବୋର୍ଡ ମେମ୍ୱର ନଚିକେତ୍ ମୋର୍ ଯୋଗଦେଇ ମନ୍ତ୍ରୀ ଓ ପ୍ରଶାସକଙ୍କୁ ପ୍ରଶାସନର ମନ୍ତ୍ର ପଢ଼ାଇଥିଲେ। ନିର୍ଦ୍ଧାରିତ ବିଧି ବ୍ୟବସ୍ଥା ବାହାରକୁ ଯାଇ ଜଣେ କେମିତି ଅଭିନବ ବା ଆଉଟ୍ ଅଫ୍ ବକ୍ସ ନିଷ୍ପତ୍ତି ନେଇପାରିବେ, ସେନେଇ ପାଠ ପଢ଼ାଥିଲେ ସେ। ନୂଆ ନୂଆ ଚିନ୍ତା କରିବା, ଯୋଜନାର କାର୍ଯ୍ୟକାରିତା ଓ ବିଫଳତାରୁ କିପରି ଶିକ୍ଷା ଲାଭ କରି ହେବ, ସେନେଇ ମୋର୍ ନିଜ ଅଭିଜ୍ଞତା ବାଣ୍ଟି ଥିଲେ। ସମସ୍ୟା ସମାଧାନ ନେଇ ସିଧାସଳଖ ଲୋକଙ୍କ ସହ ଆଲୋଚନା ଓ କ୍ଷେତ୍ର ପରିଦର୍ଶନ ଉପରେ ସେ ଗୁରୁତ୍ୱ ଦେଇଥିଲେ।

ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ କିଭଳି ଅଧିକ ଫଳପ୍ରଦ କରିହେବ ସେନେଇ ଏଥିରେ ମତ ବିନିମୟ ମଧ୍ୟ ହୋଇଥିଲା। ରାଜ୍ୟ ଅର୍ଥନୀତିର ବିକାଶ, ରାଜସ୍ୱ ଆଦାୟ, ଉତ୍ତମ ସ୍ୱାସ୍ଥ୍ୟସେବା, ଆଧୁନିକ ଜ୍ଞାନ କୌଶଳର ବ୍ୟବହାର ସାଙ୍ଗକୁ ଉତ୍ତମ ପ୍ରଶିକ୍ଷଣ ବ୍ୟବସ୍ଥା  ସଂପର୍କରେ ଆଲୋଚନା କରାଯାଇଥିଲା।

ଅର୍ଥ ପଞ୍ଚାୟତିରାଜ, ଖାଦ୍ୟ ଯୋଗାଣ, ଶକ୍ତି ଭଳି ଗରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଅନ୍ୟ ବିଭାଗର ସଚିବମାନେ ଉପସ୍ଥିତ ଥିଲେ। ସେହିପରି  ଭିଡିଓ କନଫରେନସିଂ ଜରିଆରେ ୩୦ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଏଥିରେ ସାମିଲ ହୋଇଥିଲେ।