ଚଳିତ ବର୍ଷ ସଂଗ୍ରହ ହେବ ୩୬ ଲକ୍ଷ କୁଇଣ୍ଟାଲ ଚାଉଳ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରୁ ୩୬ ଲକ୍ଷ କୁଇଣ୍ଟାଲ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ସେହିଭଳି ଖରିଫ ଋତୁରେ ୪୪ ଲକ୍ଷ କୁଇଣ୍ଟାଲ ଧାନ ଓ ରବି ଋତୁରେ ୯ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଆଜି ଧାନ ସଂଗ୍ରହ ସମ୍ପର୍କିତ ସମୀକ୍ଷା ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଏହି ସୂଚନା ଦେଇଛନ୍ତି।

ଚଳିତ ବର୍ଷ ସାରା ରାଜ୍ୟରେ ୧୦ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଧାନ କିଣା ଯିବା ପରେ ସମବାୟ ବ୍ୟାଙ୍କ ମାଧ୍ୟମରେ ସିଧା ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯିବାକୁ ସ୍ଥିର ହୋଇଛି।