ଭୋଟ୍‌ ଖଣ୍ଡିଏ ପାଇଁ ବିକଳ ସରକାର: ମାଲାମାଲ୍‌ ହେବେ ବସ୍ତି ବାସିନ୍ଦା, ମାଗଣାରେ ପାଇବେ ଜମି ଓ ଘର

ଭୁବନେଶ୍ୱର: ସହରୀ ଗରିବଙ୍କୁ ମିଳିବ ଜାଗା ଓ ଘର। ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଏବଂ ମହାନଗର ନିଗମ ଅଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାକୁ ମିଳିବ ଘର ଅଧିକାର। ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଅଧ୍ୟାଦେଶ ୨୦୧୭ ଓ ସଂପତ୍ତି ଅଧିକାର ଯୋଗାଇ ଦେବା ପାଇଁ  ଓଡ଼ିଶା ପୌର ନିଗମ ସଂଶୋଧନ ଅଧ୍ୟାଦେଶରେ ଆଜି ମୋହର ମାରିଛି କ୍ୟାବିନେଟ୍। ଏହାଦ୍ୱାରା ପ୍ରାୟ ୨ରୁ ୩ ଲକ୍ଷ […]

cabinet-meeting-750x430

cabinet-meeting-750x430

Rakesh Mallick
  • Published: Tuesday, 08 August 2017
  • Updated: 08 August 2017, 06:10 PM IST

ଭୁବନେଶ୍ୱର: ସହରୀ ଗରିବଙ୍କୁ ମିଳିବ ଜାଗା ଓ ଘର। ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଏବଂ ମହାନଗର ନିଗମ ଅଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାକୁ ମିଳିବ ଘର ଅଧିକାର। ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଅଧ୍ୟାଦେଶ ୨୦୧୭ ଓ ସଂପତ୍ତି ଅଧିକାର ଯୋଗାଇ ଦେବା ପାଇଁ  ଓଡ଼ିଶା ପୌର ନିଗମ ସଂଶୋଧନ ଅଧ୍ୟାଦେଶରେ ଆଜି ମୋହର ମାରିଛି କ୍ୟାବିନେଟ୍। ଏହାଦ୍ୱାରା ପ୍ରାୟ ୨ରୁ ୩ ଲକ୍ଷ ପରିବାର ଉପକୃତ ହେବେ। ଏପରି ନିଷ୍ପତ୍ତିକୁ ବିଜେପି ସମାଲୋଚନା କରିଥିବା ବେଳେ କଂଗ୍ରେସ ପ୍ରଶଂସା କରିଛି।

ବସ୍ତି ବାସିନ୍ଦାଙ୍କ ପାଇଁ ଖୁସି ଖବର। ଏଣିକି ବସ୍ତିରେ ରହୁଥିବା ଲୋକଙ୍କୁ ମିଳିବ ଜମି  ଓ ସମ୍ପତ୍ତି ଅଧିକାର। ଏନେଇ ରାଜ୍ୟ କ୍ୟାବିନେଟ ଦୁଇଟି ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛି। ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବସବାସ କରୁଥିବା ବସ୍ତି ବାସିନ୍ଦାକୁ ମିଳିବ ଏହି ସୁବିଧା। ପୌର ପରିଷଦରେ ୪୫୦ ବର୍ଗଫୁଟ୍  ଓ ଏନ୍ଏସିରେ ୬୦୦ ବର୍ଗଫୁଟ୍ ଜାଗା ଯୋଗାଇଦେବେ ସରକାର। ଏହାଛଡ଼ା ଆର୍ଥିକ ଦୁର୍ବଳ ଶ୍ରେଣୀ (EWS) ଯେଉଁମାନଙ୍କର ମାସିକ ଆୟ ୧୫,୦୦୦ କିମ୍ବା ଏହାଠାରୁ କମ୍ ଥିବ ସେମାନଙ୍କୁ ମାଗଣାରେ ୩୦୦ ବର୍ଗଫୁଟ୍ ଜମି ଯୋଗାଇଦେବେ ସରକାର। ଏହି ଜାଗାକୁ ବନ୍ଧକ ରଖାଯାଇପାରିବ। କିନ୍ତୁ ଟ୍ରାନସଫର୍ କରାଯାଇପାରିବ ନାହିଁ। ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ରହିବ। ବସ୍ତି ବାସିନ୍ଦାଙ୍କୁ ଅନ୍ୟ ସୁବିଧା ସୁଯୋଗ ଦେବା ପାଇଁ  ଅର୍ବାନ ପୁଅର ୱେଲଲ୍ଫେରାୟର ଫଣ୍ଡ୍‌ ଗଢା ହେବ। ଠିକ୍ ସେହିଭଳି ଭାବେ ମହାନଗର ନିଗମ ଅଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାକୁ ସଂପତ୍ତି ଅଧିକାର ମିଳିବ। ସେମାନଙ୍କୁ  ୩୦୦ ବର୍ଗଫୁଟ୍‌ରେ ଫ୍ଳାଟ୍ ଦିଆଯିବ। ସେମାନେ ଚାହିଁଲେ ୧୦ ବର୍ଷ ପରେ ଏହାକୁ ଟ୍ରାନସ୍ଫର କରି ପାରିବେ।

ରାଜ୍ୟର ୧୦୭ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ଏବଂ ୫ଟି ମହାନଗର ନିଗମରରେ ପ୍ରାୟ ୩୦୦୦ ବସ୍ତି ରହିଛି। ଏହି ଯୋଜନାରେ ପ୍ରାୟ ୨ରୁ ୩ ଲକ୍ଷ ପରିବାର ଲାଭ ପାଇପାରିବେ। ଗ୍ରାମାଞ୍ଚଳରେ ବିଜୁ ପକ୍କାଘର ପରେ ଏବେ ପୌରାଂଳରେ ଜାଗା ଓ  ଘର ଦେବେ ସରକାର।

କ୍ୟାବିନେଟ୍‌ର ଏହି ନିଷ୍ପତ୍ତିକୁ କଂଗ୍ରେସ ସ୍ୱାଗତ କରିଥିବା ବେଳେ ବିଜେପି ସମାଲୋଚନା କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି-“ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ ଗରିବଙ୍କୁ ଭୁଆଁ ବିଲାଉଛନ୍ତି। ପୌର ନିର୍ବାଚନକୁ ଦୃଷ୍ଟି ରଖି ଏମିତି ତରବରିଆ ଭାବେ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଯାହା ସବୁ ପ୍ରତିଶ୍ରୁତି ରାଜ୍ୟ ସରକାର ଦେଇଥିଲେ ତାହା ଏପର୍ଯ୍ୟନ୍ତ ପାଳନ କରାଯାଇନାହିଁ।”

ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି-“ସରକାରୀ ଜମିରେ ଘର କରିଥିବା ଭୂମିହୀନଙ୍କୁ ମାଲିକାନା ଦିଅଯିବ। ପ୍ରସଙ୍ଗ ପୂର୍ବରୁ ବିଧାନସଭାରେ ଉଠାଯାଇଛି। ଡେରିରେ ହେଲେ ମଧ୍ୟ ଜ୍ଞାନ ଉଦୟ ହୋଇଛି। ରାଜ୍ୟ ସରକାରଙ୍କ ନଷ୍ପତ୍ତି ସ୍ୱାଗତଯୋଗ୍ୟ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story