ବିନା ପିଆଜରେ ପ୍ରସ୍ତୁତ କରନ୍ତୁ ଗ୍ରୀନ୍ ଚଣା ମସଲା

ଛଟ୍‌ ଅବସରରେ ଘରେ ଘରେ ବିନା ପିଆଜ ଓ ରସୁଣରେ ବିଭିନ୍ନ ପ୍ରକାର ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଏହି ପବିତ୍ର ଦିନରେ ଆସନ୍ତୁ ଶିଖିବା ଗ୍ରୀନ୍ ଚଣା ମସଲା।

ଆବଶ୍ୟକ ସାମଗ୍ରୀ

ସିଝା ହୋଇଥିବା ଗ୍ରୀନ୍ ଚଣା, ଜିରା, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୈନ୍ଧବ ଲୁଣ ଓ ଘିଅ।

ପ୍ରସ୍ତୁତି ପ୍ରଣାଳୀ

ଅଳ୍ପ ଆଞ୍ଚରେ ଏକ କଡେଇରେ ଘିଅ ଗରମ କରନ୍ତୁ।  ଘିଅ ଗରମ ହେଲା ପରେ ଏଥିରେ ଜିରା ପକାନ୍ତୁ। ଏହାପରେ ସିଛା ଯାଇଥିବା ଗ୍ରୀନ୍ ଚଣା, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ସୈନ୍ଧବ ଲୁଣ ପକାଇ ପ୍ରାୟ ୫ ମିନିଟ୍ ଭଲ ଭାବରେ ଚଲାନ୍ତୁ। ଦେଖନ୍ତୁ ଆପଣଙ୍କ ଗ୍ରୀନ୍ ଚଣା ପୂରା ପ୍ରସ୍ତୁତ ହୋଇଯାଇଛି।  ଧନିଆ ପତ୍ରରେ ଏହାକୁ  ଗାର୍ନିସ୍ କରି ନିଜେ ଖାଆନ୍ତୁ ଓ ପରିବାରଲୋକଙ୍କୁ ଖୁଆନ୍ତୁ।