ବିଦ୍ୟୁତ୍ ଉପଭୋକ୍ତାଙ୍କ ସୁରକ୍ଷା ରାଶି ହେରଫେର ପ୍ରସଙ୍ଗ: କେବଳ କାଗଜକଲମରେ ନେଣଦେଣ ହୋଇଛି ୩୦୦ କୋଟି

ଭୁବନେଶ୍ୱର: ବିଦ୍ୟୁତ୍ ଉପଭୋକ୍ତାଙ୍କ କଷ୍ଟୋପାର୍ଜିତ ଧନକୁ ନେଇ ରାଜ୍ୟ ବିଦ୍ୟୁତ୍ ବିଭାଗ ଓ ବିଦ୍ୟୁତ୍ ଆବଣ୍ଟନ କମ୍ପାନୀ କିପରି ଖେଳ ଖେଳିଛନ୍ତି, ତାହା ଏବେ ସାମନାକୁ ଆସିଛି। ଓଟିଭିରେ ଏ ସମ୍ପର୍କରେ ଏକ ଅନୁସନ୍ଧାନ ମୂଳକ ରିପୋର୍ଟ ପ୍ରସାରିତ ହେବା ପରେ ଗ୍ରୀଡ କର୍ପୋରେସନ(ଗ୍ରୀଡକୋ) ଦ୍ୱାରା କରାଯାଇଥିବା ଏକ ଅଡିଟ୍‌ରୁ ଜଣାପଡ଼ିଛି ଯେ, ସୁରକ୍ଷା ରାଶି(ସିକ୍ୟୁରିଟି ଡିପୋଜିଟ୍‌) ଆକାରରେ ଗ୍ରାହକଙ୍କଠାରୁ ଆଦାୟ କରାଯାଇଥିବା ପ୍ରାୟ ୩୦୦ କୋଟି ଟଙ୍କା କେବଳ କଗଜପତ୍ରରେ ଦେଣନେଣ ହୋଇଛି। ପ୍ରାରମ୍ଭରେ ଓଡ଼ିଶା […]

gridco

gridco

Rakesh Mallick
  • Published: Thursday, 03 March 2016
  • Updated: 03 March 2016, 05:43 PM IST

Sports

Latest News

gridcoଭୁବନେଶ୍ୱର: ବିଦ୍ୟୁତ୍ ଉପଭୋକ୍ତାଙ୍କ କଷ୍ଟୋପାର୍ଜିତ ଧନକୁ ନେଇ ରାଜ୍ୟ ବିଦ୍ୟୁତ୍ ବିଭାଗ ଓ ବିଦ୍ୟୁତ୍ ଆବଣ୍ଟନ କମ୍ପାନୀ କିପରି ଖେଳ ଖେଳିଛନ୍ତି, ତାହା ଏବେ ସାମନାକୁ ଆସିଛି।

ଓଟିଭିରେ ଏ ସମ୍ପର୍କରେ ଏକ ଅନୁସନ୍ଧାନ ମୂଳକ ରିପୋର୍ଟ ପ୍ରସାରିତ ହେବା ପରେ ଗ୍ରୀଡ କର୍ପୋରେସନ(ଗ୍ରୀଡକୋ) ଦ୍ୱାରା କରାଯାଇଥିବା ଏକ ଅଡିଟ୍‌ରୁ ଜଣାପଡ଼ିଛି ଯେ, ସୁରକ୍ଷା ରାଶି(ସିକ୍ୟୁରିଟି ଡିପୋଜିଟ୍‌) ଆକାରରେ ଗ୍ରାହକଙ୍କଠାରୁ ଆଦାୟ କରାଯାଇଥିବା ପ୍ରାୟ ୩୦୦ କୋଟି ଟଙ୍କା କେବଳ କଗଜପତ୍ରରେ ଦେଣନେଣ ହୋଇଛି।

ପ୍ରାରମ୍ଭରେ ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ୍ (ଓଇଆରସି)ର ଟାରିଫ୍ ଅର୍ଡର ଅଡିଟ୍‌ରେ ଉପଭୋକ୍ତାଙ୍କ ୪୮୦ କୋଟିର ଟଙ୍କା ହିସାବ ମିଳି ନ ଥିଲା। ଏନେଇ ଓଟିଭିରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରସାରିତ ହେବା ପରେ ଗ୍ରୀଡକୋ ପୁଣି ଥରେ ଅଡିଟ୍ କରିଥିଲା। ଆଉ ସଦ୍ୟ ଅଡିଟ୍‌ରୁ ଜଣାପଡ଼ିଛି ଯେ  ୪୮୦ କୋଟିରୁ ୧୧୧ କୋଟି ଟଙ୍କା କେବଳ କାଗଜ କଲମରେ ୪ ବିତରକ କମ୍ପାନୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି। ଅର୍ଥାତ୍‌ ୧୯୯୯ରେ ନୂଆ କରି ହୋଇଥିବା ସେସକୋ, ସାଉଥ୍‌କୋ, ୱେସ୍‌କୋ ଓ ନେସକୋ ଆକାଉଣ୍ଟକୁ ଏହି ଟଙ୍କା ଯାଇ ନ ଥିଲା। ୪ କମ୍ପାନୀର ବାଲାନ୍ସ ସିଟ୍‌ର ନକଲ ଅନୁସାରେ ଉପଭୋକ୍ତାଙ୍କ ସିକ୍ୟୁରିଟି ଟଙ୍କା ବାବଦରେ ସେସକୋର ୧୭ କୋଟି ୭୭ ଲକ୍ଷ ଟଙ୍କା, ୱେସ୍‌କୋର ୪୬ କୋଟି ୫୦ ଲକ୍ଷ, ସାଉଥ୍‌କୋର ୧୮ କୋଟି ୮୦ ଲକ୍ଷ ଓ  ନେସକୋର ୨୭ କୋଟି ୭୦ ଲକ୍ଷ ଟଙ୍କା କେବଳ କାଗଜପତ୍ରରେ ଟ୍ରାନ୍ସଫର ହୋଇଛି। ପ୍ରକୃତରେ ଏହି ଟଙ୍କା ଉକ୍ତ ୪ କଂପାନୀଙ୍କ ଏକାଉଣ୍ଟରେ ଜମା କରାଯାଇନାହିଁ। ଏବେ ଏହି ୧୧୧ କୋଟି ଟଙ୍କା ସୁଧ ୩୦୦ କୋଟି ଟପିଗଲାଣି।

ଗ୍ରୀଡକୋ ଫାଇନାନ୍ସ ସିଜିଏମ ବିଭୂ ପ୍ରସାଦ ମହପାତ୍ର କହିଛନ୍ତି,“ସେତେବେଳେ ନୂଆ କରି ୪ଟି କମ୍ପାନୀ ଆରମ୍ଭ ହୋଇଥିଲା। ସେହି ସମୟରେ ଏହି ୪ଟି କମ୍ପାନୀକୁ ୧୧୧ କୋଟି ଟଙ୍କା ଆକାଉଣ୍ଟ ମାଧ୍ୟମରେ ଟ୍ରାନ୍ସଫର କରିଥିଲୁ। କିନ୍ତୁ ସେତିକି ଅର୍ଥ ଆମେ କ୍ୟାସ୍‌ ଭାବେ ଦେଇ ନ ଥିଲୁ। କେବଳ ଆକାଉଣ୍ଟରେ ଥିଲା। ସେହି ସମୟରେ ଆଡଜଷ୍ଟମେଣ୍ଟ ଅନୁସାରେ ଏହି ଅର୍ଥ ଦିଆଯାଇପାରି ନ ଥିଲା। ଓଇଆରସିରୁ ଆରମ୍ଭ କରି ଗ୍ରୀଡକୋ ପର୍ଯ୍ୟନ୍ତ ୧୧୧ କୋଟି ଟଙ୍କା ଆକାଉଣ୍ଟରେ ଚାଲିଗଲା, କିନ୍ତୁ କ୍ୟାସ୍‌ ଆମେ ଦେଇ ପାରି ନ ଥିଲୁ। ସେହି ପଇସା ଉପରେ ଦୀର୍ଘ ୧୫ରୁ ୧୬ ବର୍ଷ ହେବ ସୁଧ ଦେଉଛୁ। ଏହି ବାବଦରେ ଥିବା ଅର୍ଥର ପରିମାଣ ପାଖାପାଖି ୩୦୦କୋଟି ହେବ।”

ଓଇଆରସିର ଟାରିଫ୍‌ ଅର୍ଡର ଅଡିଟ୍‌ରେ ଜଣାପଡ଼ିଥିଲା ଯେ ୨୦୧୪ ମାର୍ଚ୍ଚ ୩୧ ସୁଦ୍ଧା ୪ ବିତରକ କମ୍ପାନୀଙ୍କ ଆକାଉଣ୍ଟରେ ଉପଭୋକ୍ତାଙ୍କର ଥିଲା ୧୫ ଶହ ୪୪ କୋଟି ୪୭ ଲକ୍ଷ ଟଙ୍କା। କିନ୍ତୁ ୭ ମାସ ପରେ ଅକ୍ଟୋବର ୧୦ ସୁଦ୍ଧା ଏହା ହୋଇଗଲା ୧,୦୬୪ କୋଟି ଟଙ୍କା। ହିସାବ ମିଳି ନ ଥିବା ୪୮୦ କୋଟିରୁ ୩୦୦ କୋଟିର ହିସାବ ଗ୍ରୀଡକୋ ସମ୍ପତ୍ତି ଅଦଳ ବଦଳରେ ଦେଇଥିବା ବେଳେ ୧୦ କୋଟିରୁ ବିତରକ କମ୍ପାନୀ ବିଲ ପେମେଣ୍ଟ, କର୍ମଚାରୀଙ୍କ ଦରମା ଓ ରିପାଏରିଂ କାମରେ ଖର୍ଚ୍ଚ କରିଛନ୍ତି। ତେବେ ଗ୍ରୀଡକୋ ଏହି ଅଡିଟ୍‌କୁ ଗ୍ରହଣ କରିନାହିଁ ବିଦ୍ୟୁତ୍ ଉପଭୋକ୍ତା ସଂଘ। ସଂଘର ଏହାର ସିଏଜି ତଦନ୍ତ ଦାବି କରିଛି।

ସଂଘର ସଭାପତି ରମେଶ ଶତପଥୀ କହିଛନ୍ତି, “୧୩ରୁ ୧୪ ଲକ୍ଷ ଉପଭୋକ୍ତାଙ୍କର ସୁକ୍ୟୁରିଟି ଅର୍ଥର ହିସାବ ସମ୍ପୃକ୍ତ କମ୍ପାନୀ ଦେଉ। ଯଦି ଏହାର ତଥ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷ ନ ଦେଉଛନ୍ତି ତେବେ ସିଏଜି କିମ୍ବା ବିଶେଷଜ୍ଞଙ୍କ ସାହାଯ୍ୟ ନିଆଯିବା ଦରକାର। ଏହାର ନିରପକ୍ଷ ତଦନ୍ତ କରାଯିବା ଦରକାର।”

ଅନ୍ୟପକ୍ଷରେ ଗ୍ରୀଡକୋ ଫାଇନାନ୍ସ ସିଜିଏମ କହିଛନ୍ତି,“୪୮୦ କୋଟିରୁ ୩୦୦ କୋଟି ବାଦ ଦେଲେ ବାକି ରହିବ ୧୮୦ କୋଟି। ଏହି ଅର୍ଥକୁ ସମ୍ପୃକ୍ତ କମ୍ପାନୀମାନେ ଆଣି ବ୍ୟାଙ୍କରେ ଜମା କରିବା କଥା। ଇଣ୍ଡୋମେଣ୍ଟ ଆଇନ ଅନୁସାରେ ଏହି ତିନି କମ୍ପାନୀର ଲାଇସେନ୍ସ ରିଭୋକ୍‌ ହୋଇଯାଇଛି। ଗ୍ରୀଡକୋ ପାଖରେ ଏବେ ୩ଟି କମ୍ପାନୀ ରହିଛି। ସେସୁକୁ ମ୍ୟାନେଜମେଣ୍ଟ ବୋର୍ଡ କଣ୍ଟ୍ରୋଲ କରୁଛି। ତେଣୁ ଏହିପରି କିଛି ସମସ୍ୟା ଦେଖା ଯାଇଛି। ସମସ୍ତେ ମିଶିକି ଆସ୍ତେ ଆସ୍ତେ ଏହାର ସମାଧାନ କରିବୁ।”

ପ୍ରତିବର୍ଷ ବିତରକ କମ୍ପାନୀ ଉପଭୋକ୍ତାଙ୍କୁ ସିକ୍ୟୁରିଟି ଟଙ୍କାର ସୁଧ ଆକାରରେ ୧୪୪ କୋଟି ଫେରାଇବା କଥା। ତେବେ ପ୍ରକୃତରେ ଏହା କେତେଦୂର ପାଳନ ହେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos