ଗୁଳିକାଣ୍ଡ ଘଟଣାର ଅନୁଧ୍ୟାନ ପାଇଁ କନ୍ଧମାଳ ଗଲା କଂଗ୍ରେସ ବିଧାୟକ ଦଳ

କନ୍ଧମାଳ: ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ବେଳେ ୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ଦଳର ବିଧାୟକମାନେ କନ୍ଧମାଳ ଗସ୍ତରେ ଯାଇଛନ୍ତି। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ଓ ପ୍ରଶାସନ ସହ ଦଳ ଆଲୋଚନା କରିବ।  ଏହାସହିତ ଘଟଣାର ସତ୍ୟାସତ୍ୟ  ଜାଣିବାକୁ ଚେଷ୍ଟା କରାଯିବ ବୋଲି ବିରୋଧୀ ଦଳ ନେତା କହିଛନ୍ତି। ଗୁଳିକାଣ୍ଡ ପାଇଁ କଂଗ୍ରେସ ସରକାରଙ୍କ ଉପରେ ବର୍ଷିଥିବା ବେଳେ ରାଜ୍ୟ ସରକାର […]

congress

congress

Rakesh Mallick
  • Published: Friday, 15 July 2016
  • Updated: 15 July 2016, 01:27 PM IST

Sports

Latest News

କନ୍ଧମାଳ: ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ବେଳେ ୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ଦଳର ବିଧାୟକମାନେ କନ୍ଧମାଳ ଗସ୍ତରେ ଯାଇଛନ୍ତି। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ଓ ପ୍ରଶାସନ ସହ ଦଳ ଆଲୋଚନା କରିବ।  ଏହାସହିତ ଘଟଣାର ସତ୍ୟାସତ୍ୟ  ଜାଣିବାକୁ ଚେଷ୍ଟା କରାଯିବ ବୋଲି ବିରୋଧୀ ଦଳ ନେତା କହିଛନ୍ତି। ଗୁଳିକାଣ୍ଡ ପାଇଁ କଂଗ୍ରେସ ସରକାରଙ୍କ ଉପରେ ବର୍ଷିଥିବା ବେଳେ ରାଜ୍ୟ ସରକାର ଗଠନ କରିଥିବା ଏସ୍‌ଆଇଟି ଦ୍ୱାରା ନିରପେକ୍ଷ ତଦନ୍ତ ହେବ ନାହିଁ ବୋଲି ବିରୋଧୀଦଳ ନେତା କହିଛନ୍ତି।

ସେହିଭଳି ଆଜି ବିଜେପି କେନ୍ଦ୍ରୀୟ କମିଟି କନ୍ଧମାଳ ଯାଇ ଗୁଳିକାଣ୍ଡ ଘଟଣାର ଅନୁଧ୍ୟାନ କରିବ। ତିନି ଜଣ କେନ୍ଦ୍ରୀୟ ନେତାଙ୍କ ସହ ରାଜ୍ୟ ବିଜେପିର କିଛି ପ୍ରମୁଖ ନେତା କନ୍ଧମାଳ ଯିବାର କାର୍ଯ୍ୟକ୍ରମ ରହିଛି। ବିଜେପିର ରାଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ବିନୟ ଶହସ୍ରବୁଦ୍ଧେଙ୍କ ନେତୃତ୍ୱରେ ଏହି ଟିମ୍ ଯିବ। ବିଜେପି ରାଷ୍ଟ୍ରୀୟ ସମ୍ପାଦକ ତଥା ସାଂସଦ ରାମବିଚାର ନେତାମ, ଜ୍ୟୋତି ଧ୍ରୁବେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗ, ପ୍ରତାପ ଷଡ଼ଙ୍ଗୀ ଓ ସିଦ୍ଧାର୍ଥ ଶେଖର ସିଂ ମର୍ଦ୍ଦରାଜ ଟିମ୍‌ରେ ରହିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଏହି ଟିମ୍ କନ୍ଧମାଳ ଅଭିମୁଖେ ଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos