ହାଜତରେ ବର୍ଷକର ଶିଶୁ

ସୁନ୍ଦରଗଡ଼: ସବୁ ଆଇନ୍‌କୁ ଜଳାଞ୍ଜଳି ଦେଇ ସୁନ୍ଦରଗଡ଼ ଫରେଷ୍ଟର ବିନା ଦୋଷରେ ଜଣେ ମହିଳାଙ୍କୁ ତାଙ୍କ ବର୍ଷକର ଶିଶୁକନ୍ୟା ସହ ହାଜତରେ ଭର୍ତ୍ତି କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ସ୍ୱାମୀ ବାରହା ଶିକାର କରି ଫେରାର ଥିବା ବେଳେ ଫରେଷ୍ଟର ତାଙ୍କୁ ଓ ତାଙ୍କ ଶିଶୁକନ୍ୟାକୁ ଆଣି ଜେଲରେ ପୂରାଇ ଦେଇଛନ୍ତି। ଏହା ଜଣାପଡିବା ପରେ ଘଟଣାର ତଦନ୍ତ କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି। ଅଭିଯୋଗ ଅନୁସାରେ ଭବାନୀପୁର ଅଞ୍ଚଳର ଭରତ ପ୍ରଧାନଙ୍କ ଘରକୁ […]

sundergarh

sundergarh

Rakesh Mallick
  • Published: Thursday, 23 February 2017
  • Updated: 23 February 2017, 08:28 PM IST

Sports

Latest News

ସୁନ୍ଦରଗଡ଼: ସବୁ ଆଇନ୍‌କୁ ଜଳାଞ୍ଜଳି ଦେଇ ସୁନ୍ଦରଗଡ଼ ଫରେଷ୍ଟର ବିନା ଦୋଷରେ ଜଣେ ମହିଳାଙ୍କୁ ତାଙ୍କ ବର୍ଷକର ଶିଶୁକନ୍ୟା ସହ ହାଜତରେ ଭର୍ତ୍ତି କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ସ୍ୱାମୀ ବାରହା ଶିକାର କରି ଫେରାର ଥିବା ବେଳେ ଫରେଷ୍ଟର ତାଙ୍କୁ ଓ ତାଙ୍କ ଶିଶୁକନ୍ୟାକୁ ଆଣି ଜେଲରେ ପୂରାଇ ଦେଇଛନ୍ତି। ଏହା ଜଣାପଡିବା ପରେ ଘଟଣାର ତଦନ୍ତ କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି।

ଅଭିଯୋଗ ଅନୁସାରେ ଭବାନୀପୁର ଅଞ୍ଚଳର ଭରତ ପ୍ରଧାନଙ୍କ ଘରକୁ ଆଜି ଅତିଥି ଆସିଥିଲେ। ଅତିଥି ସତ୍କାର ପାଇଁ ଭରତ, ବାଥାଲ ଡୁଙ୍ଗଡୁଙ୍ଗ, ଦେବେନ ଓରାମ, ଜଗତ କାଲୋ ଏବଂ ଦେବଗଡ଼ ଅଞ୍ଚଳରୁ ଭରତଙ୍କ ଘରକୁ ଆସିଥିବା ପ୍ରେମବିଲ ବାଆ ଜଙ୍ଗଲରୁ ଏକ ବାରହା ଶିକାର କରିଥିଲେ। ଏନେଇ କୌଣସି ସୂତ୍ରରୁ ଖବରପାଇ ସୁନ୍ଦରଗଡ଼ ରେଞ୍ଜର ଅଧିକାରୀ ଭରତଙ୍କ ଘରେ ପହଞ୍ଚି ଥିଲେ। ଘଟଣା ସ୍ଥଳରୁ ଭରତ ଏବଂ ବାଥାଲ ଫେରାର ହୋଇଯାଇଥିବା ବେଳେ ବନ କର୍ମଚାରୀମାନେ ଦେବେନ, ପ୍ରେମବିଲ ଓ ଜଗତ ସହ କିଛି ଦୋଷ କରି ନ ଥିବା ଭରତଙ୍କ ବର୍ଷକର ଶିଶୁକନ୍ୟ ସହ ତାଙ୍କ ପତ୍ନୀ ଭାରତୀକୁ ଥାନାକୁ ନେଇ ଆସିଥିଲେ। ଥାନାକୁ ଆଣିବା ପରେ ଭାରତୀଙ୍କୁ ଅଲଗା ସେଲ୍‌ରେ ରଖିବା ବଦଳରେ ଗିରଫ ୩ ପୁରୁଷ ବ୍ୟକ୍ତଙ୍କ ସହ ଗୋଟିଏ ସ୍ଥାନରେ ରଖାଯାଇଥିଲା। ଏପରିକି ବର୍ଷକର ଶିଶୁକୁ ମଧ୍ୟ ମାଆ ସହ ସେଲ୍‌ରେ ଛାଡି ଦିଅଯାଇଥିଲା।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା କହିଛନ୍ତି,“ନିଶ୍ଚିତ ଭାବେ ଶିଶୁ ସୁରକ୍ଷା ଆଇନର ଉଲ୍ଲଂଘନ ହୋଇଛି। ୮ବର୍ଷ ତଳକୁ ପିଲାଙ୍କୁ କୌଣସି ପରିସ୍ଥିତିରେ ହାଜତ ମଧ୍ୟରେ ରଖାଯାଇ ପାରିବ ନାହିଁ। ମହିଳାଙ୍କ ସ୍ୱାମୀ ଶିକାର କରିଛନ୍ତି। ସେ ଏଥିରେ ସମ୍ପୃକ୍ତ ନାହାନ୍ତି। ଯଦି ମହିଳାଙ୍କୁ ଆଣିଥିଲେ ତେବେ ଶିଶୁ ସହ ତାଙ୍କୁ ବାହାରେ ବସାଇ ପାରିଥାନ୍ତେ। ସିଡବ୍ଲ୍ୟୁସି ଏନେଇ ପଦକ୍ଷେପ ନେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos