ହୃଦୟହୀନ କଣ୍ଡକ୍ଟର: ପ୍ରସୂତିଙ୍କୁ ଓହ୍ଲାଇଦେଲା ଜଙ୍ଗଲ ରାସ୍ତାରେ, ରାସ୍ତା କଡ଼ରେ ଜନ୍ମ ହେଲା ପିଲା

ରାୟଗଡ଼ା: ବାଟରେ ଅସହାୟ ଅବସ୍ଥାରେ ଥିବା କୌଣସି ପ୍ରସୂତିଙ୍କୁ ଦେଖିଲେ ସହାୟତାର ହାତ ବଢ଼ାଇବାକୁ ସମସ୍ତେ ଆଗେଇ ଆସିଥାନ୍ତି। ମାତ୍ର ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳର ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ବସ୍‌ର କଣ୍ଡକ୍ଟର ଅମାନବୀୟ ଭାବେ ତାଙ୍କୁ ଜଙ୍ଗଲ ରାସ୍ତାରେ ଓହ୍ଲାଇ ଦେଇ ଚାଲିଗଲେ। ଏହି ସମୟରେ ଦେବଦୂତ ହୋଇ ପହଞ୍ଚିଥିଲେ ପାଖ ଗାଁର ଲୋକେ। ସେତେବେଳକୁ ରାସ୍ତା କଡ଼ରେ ମହିଳା ଜଣକ ଏକ ଶିଶୁ କନ୍ୟା ଜନ୍ମ ଦେଇସାରିଥିଲେ। […]

kalyanginghpur

kalyanginghpur

Rakesh Mallick
  • Published: Friday, 23 June 2017
  • Updated: 23 June 2017, 10:56 PM IST

Sports

Latest News

ରାୟଗଡ଼ା: ବାଟରେ ଅସହାୟ ଅବସ୍ଥାରେ ଥିବା କୌଣସି ପ୍ରସୂତିଙ୍କୁ ଦେଖିଲେ ସହାୟତାର ହାତ ବଢ଼ାଇବାକୁ ସମସ୍ତେ ଆଗେଇ ଆସିଥାନ୍ତି। ମାତ୍ର ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳର ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ବସ୍‌ର କଣ୍ଡକ୍ଟର ଅମାନବୀୟ ଭାବେ ତାଙ୍କୁ ଜଙ୍ଗଲ ରାସ୍ତାରେ ଓହ୍ଲାଇ ଦେଇ ଚାଲିଗଲେ। ଏହି ସମୟରେ ଦେବଦୂତ ହୋଇ ପହଞ୍ଚିଥିଲେ ପାଖ ଗାଁର ଲୋକେ। ସେତେବେଳକୁ ରାସ୍ତା କଡ଼ରେ ମହିଳା ଜଣକ ଏକ ଶିଶୁ କନ୍ୟା ଜନ୍ମ ଦେଇସାରିଥିଲେ। ଗାଁ ଲୋକେ ମାଆ ଓ ନବଜାତ ଶିଶୁକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଅଭିଯୋଗ ଅନୁଯାୟୀ ଦାନ୍ତିଲିଙ୍ଗି ଗାଁର ଦମୟନ୍ତୀ ରାମୁଲୁଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ୮ ଦିନ ପରେ ପିଲା ଜନ୍ମ ହେବ ବୋଲି କହିଥିଲେ। ଏହା ଶୁଣିବା ପରେ ରାମୁଲୁ ଏକ ଘରୋଇ ବସ୍‌ରେ ଘରକୁ ଫେରୁଥିଲେ। ତେବେ ଅଧା ବାଟରେ ତାଙ୍କର ଯନ୍ତ୍ରଣା ଆରମ୍ଭ ହୋଇଥିଲା। ବସ୍‌ କର୍ମଚାରୀ ତାଙ୍କୁ ନିକଟସ୍ଥ କୌଣସି ଡାକ୍ତରଖାନାକୁ ନେଇନଥିଲେ। ପରନ୍ତୁ କଣ୍ଡକ୍ଟର ବାବୁ ଜଣକ ସବୁ ସୀମାସରହଦ୍‌ ପାର କରି ରାମୁଲୁଙ୍କୁ ପାରକପଡ଼ା ନିକଟ ଜଙ୍ଗଲ ରାସ୍ତାରେ ଜବରଦସ୍ତ ଓହ୍ଲାଇ ଦେଇଥିଲେ।

ଡାକ୍ତର ପରୀକ୍ଷା କରି ୮ ଦିନ ପରେ ପିଲା ଜନ୍ମ ହେବ ବୋଲି କହିବାର ମାତ୍ର କେଇ ଘଣ୍ଟା ପରେ ମହିଳା ଜଣକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଏଠାରେ ଡାକ୍ତର ପରୀକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସେହିପରି କଣ୍ଡକ୍ଟର ଜଣକ ଅମାନୁସିକ ଭାବେ ବସ୍‌ରୁ ମହିଳାଙ୍କୁ ଓହ୍ଲାଉଥିବା ବେଳେ କୌଣସି ଯାତ୍ରୀ ଏହାର ପ୍ରତିବାଦ କରିନଥିଲେ କି ତାଙ୍କୁ ଡାକ୍ତରଖାନା ନେବାକୁ ଆଗେଇ ଆସିନଥିଲେ। ବସ୍‌ରେ ଥିବା ଏହି ଯାତ୍ରୀମାନେ ଫିଲ୍ମ ଦେଖିବା ଭଳି ଅସହାୟ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନାକୁ ବସି ଦେଖୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos