ହାତ ଟେକି ଦେଲେ ସରକାର, କମିବନି ଆଳୁ ଦର

ଭୁବନେଶ୍ୱର: ରାଜ୍ୟରେ ଆଳୁ ଦର କ୍ରମାଗତ ଭାବେ ବଢ଼ି ଚାଲିଥିବା ବେଳେ ସରକାର ଏ ପ୍ରସଙ୍ଗରେ ଆଜି ବସ୍ତୁତଃ ହାତ ଟେକି ଦେଇଛନ୍ତି। ପଡ଼ୋଶୀ ରାଜ୍ୟରେ ଆଳୁ ଦର ଅଧିକ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ ଆଳୁ ଆମଦାନୀ ସମ୍ଭବ ନୁହେଁ ବୋଲି କହି ଲୋକଙ୍କଠାରୁ ସହଯୋଗ କାମନା କରିଛନ୍ତି ସରକାର। ଆଜି ପ୍ରଥମ ଥର ପାଇଁ ହୋଇଥିବା ଖାଦ୍ୟ ଯୋଗାଣ, କୃଷି ଓ ସମବାୟ ବିଭାଗର ମିଳିତ ବୈଠକରେ ମହଜୁଦକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଧମକ ଦେଇ ନିଜ […]

patato

patato

Rakesh Mallick
  • Published: Monday, 14 March 2016
  • Updated: 14 March 2016, 05:05 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଆଳୁ ଦର କ୍ରମାଗତ ଭାବେ ବଢ଼ି ଚାଲିଥିବା ବେଳେ ସରକାର ଏ ପ୍ରସଙ୍ଗରେ ଆଜି ବସ୍ତୁତଃ ହାତ ଟେକି ଦେଇଛନ୍ତି। ପଡ଼ୋଶୀ ରାଜ୍ୟରେ ଆଳୁ ଦର ଅଧିକ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ ଆଳୁ ଆମଦାନୀ ସମ୍ଭବ ନୁହେଁ ବୋଲି କହି ଲୋକଙ୍କଠାରୁ ସହଯୋଗ କାମନା କରିଛନ୍ତି ସରକାର। ଆଜି ପ୍ରଥମ ଥର ପାଇଁ ହୋଇଥିବା ଖାଦ୍ୟ ଯୋଗାଣ, କୃଷି ଓ ସମବାୟ ବିଭାଗର ମିଳିତ ବୈଠକରେ ମହଜୁଦକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଧମକ ଦେଇ ନିଜ ଦାୟିତ୍ୱ ସାରି ଦେଇଛନ୍ତି ସରକାର।

ଏହି ବୈଠକରେ ୩ ବିଭାଗର ମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଳୁ ସମସ୍ୟାର ସମାଧାନ ଲାଗି ସରକାର କିଛି ବାଟ ବାହାର କରିବେ ବୋଲି ଆଶା କରାଯାଉଥିଲା। ହେଲେ ବୈଠକ ପରେ ପାଗ ଉପରେ ଦୋଷ ଦେଇ ୩ ମନ୍ତ୍ରୀ ନିଜ ଦାୟିତ୍ୱ ସମ୍ପାଦନ କରିଛନ୍ତି।

ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, “ଆମେ ଆଳୁ ଆମଦାନୀ କରୁଥିବା ପଡ଼ୋଶୀ ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି। ଆମ ରାଜ୍ୟ ତୁଳନାରେ ସେଠାରେ ଅଧିକ ଦରରେ ଆଳୁ ବିକ୍ରି ହେଉଛି। ଏପରି ସ୍ଥିତିରେ ସେଠାରୁ ଆଳୁ ଅଣାଯାଇ ପାରିବ କି ନାହିଁ ତାହା କହି ହେବ ନାହିଁ। ତଥାପି ଆମେ ଆଳୁ ଆମଦାନୀ ଲାଗି ଚେଷ୍ଟା କରୁଛୁ। ଖାଉଟିମାନେ ଏପରି ସ୍ଥିତିରେ ସରକାରଙ୍କୁ ସହଯୋଗ କରନ୍ତୁ।”

କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, “ଏଥର ଆଳୁ ମିଶନରେ ରାଜ୍ୟର ୨୫,୦୦୦ ହେକ୍ଟର ଜମିରେ ଆଳୁ ଚାଷ ହୋଇଥିଲା। ପାଗ ଖରାପ ଯୋଗୁଁ ଉତ୍ପାଦନରେ ବାଧା ଉପୁଜିଛି। ତଥାପି ଏଥିର ୩ ଲକ୍ଷ ମେଟ୍ରିକ ଟନ୍ ଉତ୍ପାଦନ ହେବ। ଗତବର୍ଷ ୧୫ ହଜାର ହେକ୍ଟର ଜମିରୁ ୨ ଲକ୍ଷ ୫୦ ହଜାର ମେଟ୍ରିକ ଟନ୍‌ ଆଳୁ ଉତ୍ପାଦନ ହୋଇଥିଲା। ଆଳୁ ଅମଳ ସରିନାହିଁ, ଏବେ ବି ଚାଲିଛି। ସ୍ଥିତି ସୁଧାରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି।”

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି,“ଅଲଗା ରାଜ୍ୟରୁ ଓଡ଼ିଶାକୁ ଆଳୁ ଆଣିବାକୁ ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇନାହିଁ। ତିନି ବିଭାଗର ଅଧିକାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ସେମାନେ ପଶ୍ଚିମବଙ୍ଗ ଯାଇ ମାର୍କେଟର ସ୍ଥିତିକୁ ଅନୁଧ୍ୟାନ କରି ରିପୋର୍ଟ ଦେବେ। ପରେ ସମବାୟ ମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କ ସହ ବସି ପରବର୍ତ୍ତି ପଦକ୍ଷେପ କ’ଣ ନିଆଯିବା ସ୍ଥିର କରିବୁ।”

ଆଳୁ ସଂରକ୍ଷଣ ପାଇଁ ସରକାର ୧୧୨ଟି ଶୀତଳ ଭଣ୍ଡାର କରିବାକୁ ଲକ୍ଷ୍ୟ ରଖିଥିଲା ବେଳେ ଏଥିରୁ ମାତ୍ର ୬ଟିର ନିର୍ମାଣ କାମ ସରିଛି। ୪ମାସ ମଧ୍ୟରେ ଆଉ ୪୬ଟିର ନିର୍ମାଣ ସରିବ ବୋଲି ବୈଠକ ପରେ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story