ସାରଥିଙ୍କୁ ଜାମିନ୍ ମିଳିଲା: କିନ୍ତୁ ଶୋଭାଯାତ୍ରା କରିପାରିବେନି କି କେନ୍ଦ୍ରାପଡ଼ା ଯାଇପାରିବେନି

କଟକ: ବିବାଦୀୟ ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କୁ ଆଜି ଜାମିନ ମିଳିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଏର ମାମଲାରେ, ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। କୋର୍ଟ କହିଛନ୍ତି, ସାରଥି ଜେଲରୁ ବାହାରି ଘରକୁ ଯିବାବେଳେ ଶୋଭାଯାତ୍ରା କରିପାରିବେନି। ସେହିପରି ବାରିମୂଳ ବା କେନ୍ଦ୍ରାପଡ଼ା ଯାଇ ପାରିବେନି। ଅନ୍ୟ କେଉଁଠି ରହିବେ ସେ ଠିକଣା ତଦନ୍ତ ଅଧିକାରୀଙ୍କୁ ଜଣାଇବେ ବୋଲି କୋର୍ଟ ସର୍ତ୍ତରେ କହିଛନ୍ତି। ସାରଥିଙ୍କ ନାଁରେ ମୋଟ ୩ଟି ମାମଲା ରହିଛି। ୨ଟି ମାମଲାରେ ତାଙ୍କୁ […]

vlcsnap-2015-08-15-19h15m03s079

vlcsnap-2015-08-15-19h15m03s079

Rakesh Mallick
  • Published: Friday, 04 August 2017
  • Updated: 04 August 2017, 02:49 PM IST

Sports

Latest News

କଟକ: ବିବାଦୀୟ ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କୁ ଆଜି ଜାମିନ ମିଳିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଏର ମାମଲାରେ, ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। କୋର୍ଟ କହିଛନ୍ତି, ସାରଥି ଜେଲରୁ ବାହାରି ଘରକୁ ଯିବାବେଳେ ଶୋଭାଯାତ୍ରା କରିପାରିବେନି। ସେହିପରି ବାରିମୂଳ ବା କେନ୍ଦ୍ରାପଡ଼ା ଯାଇ ପାରିବେନି। ଅନ୍ୟ କେଉଁଠି ରହିବେ ସେ ଠିକଣା ତଦନ୍ତ ଅଧିକାରୀଙ୍କୁ ଜଣାଇବେ ବୋଲି କୋର୍ଟ ସର୍ତ୍ତରେ କହିଛନ୍ତି। ସାରଥିଙ୍କ ନାଁରେ ମୋଟ ୩ଟି ମାମଲା ରହିଛି। ୨ଟି ମାମଲାରେ ତାଙ୍କୁ ଜାମିନ ମିଳିଥିବା ବେଳେ ଅନ୍ୟଟି ବିଚାରାଧୀନ ରହିଛି।

ଏଠାରେ ସୂଚନା ଦିଆଯାଇ ପାରେ ଯେ, ସାରଥି ବାବା ଜଣେ ଝିଅଙ୍କ ସହ ହାଇଦ୍ରାବାଦସ୍ଥିତ ଗୋଲକୁଣ୍ଡା ହୋଟେଲରେ ଥିବା ସଂପର୍କିତ ଫଟୋ ପ୍ରସାରିତ ହେବାପରେ ସାରା ରାଜ୍ୟରେ ପ୍ରତିକ୍ରିୟା ଦେଖା ଦେଇଥିଲା। ଅଗଷ୍ଟ ୭ ତାରିଖ ୨୦୧୫ରେ ସାରଥିଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କ ଆଶ୍ରମରେ ଚଢାଉ ବେଳେ କୋଟି କୋଟି ଟଙ୍କା ଓ ଧନସଂପତ୍ତି ଜବତ କରାଯାଇଥିଲା। ଏହାସହ ତାଙ୍କ ତଥାକଥିତ ପୁଅ ସତ୍ୟମଠାରୁ ଏକ ଦାମୀ କାର ଓ ଆକାଉଣ୍ଟରୁ ପ୍ରଚୁର ଅର୍ଥ ଜବତ କରାଯାଇଥିଲା। ସତ୍ୟମଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଥିଲା।

https://www.youtube.com/watch?v=5nCy069HeoY

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos