ସାଇକେଲ୍‌ ଚଲାଉଛନ୍ତି କି? ମିଳିବ ଏହି ସବୁ ଫାଇଦା

ସୁସ୍ଥ ରହିବାକୁ ଚାହୁଁଥିଲେ ସାଇକେଲ୍‌ ଚଲାଇବା ଏକ ଭଲ ଅଭ୍ୟାସ। ଏହାଦ୍ୱାରା ଶରୀରର ଓଜନ ନିୟନ୍ତ୍ରଣ ହେବା ସହ  ଅବସାଦ କମ୍‌ ହୋଇଥାଏ। ସାଇକେଲିଂ ଏକ ଏରୋବିକ୍‌ ବ୍ୟାୟାମ। ଏହା ହୃଦ୍‌ରୋଗ ଆଶଙ୍କା କମ୍‌ କରିଥାଏ। ସାଇକେଲ ଚଲାଇବା ଦ୍ୱାରା ସିରୋଟୋନିନ, ଡୋପାମାଇନ ଓ ଫେନିଲଥିଲାମୀନ ପରି ଏକ ରାସାୟନିକ ତତ୍ତ୍ୱ ମସ୍ତିଷ୍କରେ ବୃଦ୍ଧି ପାଇଥାଏ। ଯାହାଦ୍ୱାରା ଖୁସି ଅନୁଭବ ହୁଏ ଓ ଚିନ୍ତାରୁ ମୁକ୍ତି ମିଳେ। ପ୍ରତିଦିନ ସାଇକେଲ ଚଲାଇବା ଦ୍ୱାରା ଆଣ୍ଠୁ ଯନ୍ତ୍ରଣାକୁ ଆରାମ […]

cycling

cycling

Rakesh Mallick
  • Published: Monday, 25 December 2017
  • Updated: 25 December 2017, 09:18 AM IST

ସୁସ୍ଥ ରହିବାକୁ ଚାହୁଁଥିଲେ ସାଇକେଲ୍‌ ଚଲାଇବା ଏକ ଭଲ ଅଭ୍ୟାସ। ଏହାଦ୍ୱାରା ଶରୀରର ଓଜନ ନିୟନ୍ତ୍ରଣ ହେବା ସହ  ଅବସାଦ କମ୍‌ ହୋଇଥାଏ। ସାଇକେଲିଂ ଏକ ଏରୋବିକ୍‌ ବ୍ୟାୟାମ। ଏହା ହୃଦ୍‌ରୋଗ ଆଶଙ୍କା କମ୍‌ କରିଥାଏ। ସାଇକେଲ ଚଲାଇବା ଦ୍ୱାରା ସିରୋଟୋନିନ, ଡୋପାମାଇନ ଓ ଫେନିଲଥିଲାମୀନ ପରି ଏକ ରାସାୟନିକ ତତ୍ତ୍ୱ ମସ୍ତିଷ୍କରେ ବୃଦ୍ଧି ପାଇଥାଏ। ଯାହାଦ୍ୱାରା ଖୁସି ଅନୁଭବ ହୁଏ ଓ ଚିନ୍ତାରୁ ମୁକ୍ତି ମିଳେ।

ପ୍ରତିଦିନ ସାଇକେଲ ଚଲାଇବା ଦ୍ୱାରା ଆଣ୍ଠୁ ଯନ୍ତ୍ରଣାକୁ ଆରାମ ମିଳିଥାଏ। ଦୌଡ଼ିବା ତୁଳନାରେ ସାଇକେଲ ଚଲାଇବା ଦ୍ୱାରା ଆଣ୍ଠୁ ଉପରେ କମ୍ ଚାପ ପଡ଼ିଥାଏ। ଏହାସହିତ ମାଂସପେଶୀର ବ୍ୟାୟାମ ମଧ୍ୟ ହୋଇଥାଏ। ତେବେ ମଧୁମେହ ରୋଗୀ ସାଇକେଲ ଚଲାଇବା ପୂର୍ବରୁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଉଚିତ। ଟାଇପ୍‌-୧ ଶ୍ରେଣୀର ମଧୁମେହ ରୋଗୀ ଯଦି ୧ ଘଣ୍ଟାରୁ ଅଧିକ ସମୟ ସାଇକେଲ ଚଲାଉଛନ୍ତି ସେମାନେ କିଛି କାର୍ବହାଇଡ୍ରେଡ୍‌ ଯୁକ୍ତ ଖାଦ୍ୟ ପାଖରେ ରଖିବା ଆବଶ୍ୟକ। ଯଦି କୌଣସି ମଧୁମେହ ରୋଗୀ ପ୍ରତିଦିନ ସାଇକେଲ୍‌ ଚଲାଇ ଦୂର ସ୍ଥାନକୁ ଯାଉଛିନ୍ତି ସେମାନେ ବ୍ଲଡ୍‌ ସୁଗାର ଯାଞ୍ଚ କରିବା ଦରକାର।।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos