ଅଳସୁଆ ଲାଗୁଛି କି? ମୁକ୍ତି ଦେବ ଏହି ପତ୍ର

ସାଧାରଣତଃ ପ୍ରତିଟି ରୋଷେଇ ଘରେ ତେଜପତ୍ର ବ୍ୟବହାର କରାଯାଇଥାଏ। ତେଜପତ୍ର ଖାଦ୍ୟର ସ୍ୱାଦ ବଢ଼ାଇ ଥାଏ ବୋଲି ଅନେକ ଜାଣନ୍ତି। ତେବେ ଆପଣ ଜାଣିଛନ୍ତି ତେଜପତ୍ର ଶରୀରକୁ ସୁସ୍ଥ ରଖିଥାଏ। ତେଜପତ୍ରରେ ଥିବା ଆଣ୍ଟି  ଅକ୍ସିଡାଣ୍ଟରେ ବହୁ ଔଷଧୀୟ ଗୁଣ ଭରି ରହିଛି। ଏହି ପତ୍ର ଖାଉଥିବା ଲୋକଙ୍କର ପାଚନ କ୍ରିୟା ସମସ୍ୟା ଦେଖା ଦିଏ ନାହିଁ। ଆସନ୍ତୁ ଜାଣିବା ତେଜପତ୍ର ଖାଇବା ଦ୍ୱାରା କ’ଣ ସବୁ ଫାଇଦା ମିଳିଥାଏ । ଚିନ୍ତା ଦୂର କରେ ଯଦି […]

bay-leave

bay-leave

Rakesh Mallick
  • Published: Tuesday, 26 December 2017
  • Updated: 26 December 2017, 10:13 AM IST

Sports

Latest News

ସାଧାରଣତଃ ପ୍ରତିଟି ରୋଷେଇ ଘରେ ତେଜପତ୍ର ବ୍ୟବହାର କରାଯାଇଥାଏ। ତେଜପତ୍ର ଖାଦ୍ୟର ସ୍ୱାଦ ବଢ଼ାଇ ଥାଏ ବୋଲି ଅନେକ ଜାଣନ୍ତି। ତେବେ ଆପଣ ଜାଣିଛନ୍ତି ତେଜପତ୍ର ଶରୀରକୁ ସୁସ୍ଥ ରଖିଥାଏ। ତେଜପତ୍ରରେ ଥିବା ଆଣ୍ଟି  ଅକ୍ସିଡାଣ୍ଟରେ ବହୁ ଔଷଧୀୟ ଗୁଣ ଭରି ରହିଛି। ଏହି ପତ୍ର ଖାଉଥିବା ଲୋକଙ୍କର ପାଚନ କ୍ରିୟା ସମସ୍ୟା ଦେଖା ଦିଏ ନାହିଁ। ଆସନ୍ତୁ ଜାଣିବା ତେଜପତ୍ର ଖାଇବା ଦ୍ୱାରା କ’ଣ ସବୁ ଫାଇଦା ମିଳିଥାଏ ।

ଚିନ୍ତା ଦୂର କରେ

ଯଦି ଆପଣ କୌଣସି ଚିନ୍ତାରେ ଅଛନ୍ତି ତେବେ ଗୋଟିଏ ତେଜ ପତ୍ରକୁ ଜଳାନ୍ତୁ, ଏହାର କିଛି ସମୟ ପରେ ଆପଣଙ୍କ ସବୁ ଟେନ୍‌ସନ୍ ଦୂର ହୋଇଯିବ।

ଅଳସୁଆ ଲାଗେ ନାହିଁ

ତେପତ୍ର ଘରେ ଜାଳିବା ଦ୍ୱାରା ଫୁର୍ତ୍ତି ଲାଗିଥାଏ। ଏହାର ସୁଗନ୍ଧ ମସ୍ତିଷ୍କକୁ ଶାନ୍ତି ଦେଇଥାଏ। ଏହସହିତ ମସ୍ତିଷ୍କ ସ୍ନାୟୁକୁ ଆରାମ ମିଳିଥାଏ। ତେଜପତ୍ର ଧୂଆଁ ଶରୀର ଭିତରକୁ ଯିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

କୋଷ୍ଠ କାଠିନ୍ୟରୁ ଆରାମ ଦିଏ

ଯଦି ଆପଣଙ୍କୁ କୋଷ୍ଠ କାଠିନ୍ୟ ଓ ଏସିଡ୍‌ ସମସ୍ୟା ରହିଛି ତେଜପତ୍ର ଔଷଧ ଭଳି କାମ କରିବ। ଏହାସହିତ ତେଜପତ୍ରକୁ ଗୁଣ୍ଡ କରି କମଳା ଚୋପା ପାଉଡର ସହ ମିଶାଇ ୩ ଦିନ ବ୍ରସ୍‌ କରନ୍ତୁ। ଦାନ୍ତର ହଳଦିଆ ରଙ୍ଗ ଦୂର ହୋଇଯାଏ।

ମଧୁମେହ ରୋଗୀଙ୍କୁ ରକ୍ଷା କରେ

ତେଜପତ୍ର ଖାଇବା ଦ୍ୱାରା ବ୍ଳଡ୍‌ ସୁଗାରକୁ ନିୟନ୍ତ୍ରଣ କରିଥାଏ। ହୃଦ୍‌ ଯନ୍ତ୍ରକୁ ମଧ୍ୟ ସୁସ୍ଥ ରଖିଥାଏ

ନିଦ ଦୂର କରେ

ଯଦି ଆପଣଙ୍କୁ ଅଧିକ ନିଦ ଆସୁଛି ତେବେ ତେଜପତ୍ରକୁ ୬ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାନ୍ତୁ। ସକାଳେ ଉଠି ଏହି ପାଣିକୁ ପିଅନ୍ତୁ।

କିଡନୀ ସୁସ୍ଥ  ରଖେ

କିଡନୀ ସମସ୍ୟା ଦେଖା ଦେଉଥିଲେ ତେପତ୍ରକୁ ପାଣିରେ ଗରମ କରନ୍ତୁ। ଏହି ପାଣି ଥଣ୍ଡା ହେଲା ପରେ ପିଅନ୍ତୁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos