ଖରା ଦିନେ ପ୍ରତିଦିନ ପିଅନ୍ତୁ ପୋଦିନା ପାଣି: ଛୁଇଁବନି ଏହିସବୁ ରୋଗ

ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଏହାସହିତ ଆମେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛେ। ଅଶୁଂଘାତ, ଡିହାଇଡ୍ରେସନ୍‌ ଓ ମୁଣ୍ଡ ବ୍ୟଥା ପରି ରୋଗରେ ଆମେ ଶିକାର ହେଉଛେ। ଖରା ଦିନେ କେବଳ ପାଣି ପିଇବା ଯଥେଷ୍ଟ ନୁହେଁ। ଏହି ଋତୁରେ ବିଭିନ୍ନ ଜଳୀୟ ଅଂଶ ଥିବା ଖାଦ୍ୟ ପଦାର୍ଥ ଖାଇବା ଉଚିତ। ଏହି ଦିନରେ ପୋଦିନା ପାଣି ପିଇବା ଦ୍ୱାରା ଗରମରୁ ଆମକୁ ଆରାମ ମିଳିବା ସହ  ବିଭିନ୍ନ ରୋଗରୁ ଦୂରେଇ ରଖିଥାଏ। ଗରମରୁ ଥଣ୍ଡା […]

podina

podina

Rakesh Mallick
  • Published: Saturday, 24 March 2018
  • Updated: 24 March 2018, 09:10 AM IST

Sports

Latest News

ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଏହାସହିତ ଆମେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛେ। ଅଶୁଂଘାତ, ଡିହାଇଡ୍ରେସନ୍‌ ଓ ମୁଣ୍ଡ ବ୍ୟଥା ପରି ରୋଗରେ ଆମେ ଶିକାର ହେଉଛେ। ଖରା ଦିନେ କେବଳ ପାଣି ପିଇବା ଯଥେଷ୍ଟ ନୁହେଁ। ଏହି ଋତୁରେ ବିଭିନ୍ନ ଜଳୀୟ ଅଂଶ ଥିବା ଖାଦ୍ୟ ପଦାର୍ଥ ଖାଇବା ଉଚିତ। ଏହି ଦିନରେ ପୋଦିନା ପାଣି ପିଇବା ଦ୍ୱାରା ଗରମରୁ ଆମକୁ ଆରାମ ମିଳିବା ସହ  ବିଭିନ୍ନ ରୋଗରୁ ଦୂରେଇ ରଖିଥାଏ।

ଗରମରୁ ଥଣ୍ଡା ରଖେ: ଖରାଦିନେ ପୋଦିନା ପାଣି ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ। ଏହାସହ ତାପମାତ୍ରାଠାରୁ ଆମକୁ ରକ୍ଷା କରିଥାଏ। ଏହି ପାଣି ପିଇବା ଦ୍ୱାରା ହାଲିଆ ଲାଗିନଥାଏ।

ହଜମ ସମସ୍ୟା ଦୂର ହୁଏ: ସାଧାରଣତଃ ଖରା ଦିନେ ଖାଦ୍ୟ ହଜମ ହୋଇନଥାଏ। ତେଣୁ ଏହି ଦନରେ ପୋଦିନା ଯୁକ୍ତ ପାଣି ପିଇବା ଦ୍ୱାରା ଏଥିରୁ ଆରାମ ମିଳିଥାଏ। କାରଣ ଏଥିରେ  ଆଣ୍ଟି-ଅକ୍ସିଡେଣ୍ଟ ରହିଛି।  ଯାହାକି ପାଚନ କ୍ରିୟାକୁ  ସୁସ୍ଥ ରଖିଥାଏ।

ମୁଣ୍ଡ ବ୍ୟଥାରୁ ରକ୍ଷା କରେ: ତାପମାତ୍ରା ବଢ଼ିବା ଦ୍ୱାରା ମୁଣ୍ଡ ବ୍ୟଥା ମଧ୍ୟ ହୋଇଥାଏ। ପୋଦିନା ଶରୀର ତାପମାତ୍ରାକୁ କମ୍ କରି ମୁଣ୍ଡବ୍ୟଥାରୁ ରକ୍ଷା କରିଥାଏ। ପୋଦିନାରେ ଥିବା ସୁଦିଙ୍ଗ୍‌ ପ୍ରୋପର୍ଟିଜ୍ ମୁଣ୍ଡବ୍ୟଥାରୁ ରକ୍ଷା କରିଥାଏ।

ଏଲର୍ଜିରୁ ଉପଶମ ମିଳେ: ପୋଦିନା ପାଣି ଥିବା ଆଣ୍ଟି-ଇମ୍ପଲେମେଟାରୀ ଓ ଆଣ୍ଟି ମାଇକ୍ରୋବିୟଲ ଗୁଣ ଆଲର୍ଜି କମ୍‌ କରିବାରେ ସହାୟକ ହୋଇଥାଏ।

ସଂକ୍ରମଣ ରୋଗରୁ ରକ୍ଷା କରେ: ପ୍ରତିଦିନ ପୋଦିନା  ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ତେଣୁ ଖରାଦିନେ ଏହି ପାଣି ପିଇବା ଦ୍ୱାରା ଶରୀର ପାଇଁ ଲାଭକାରୀ ହୋଇଥାଏ। ଏହାସହ  ପାଟିରେ ଥିବା ବ୍ୟାକ୍ଟଟେରିଆ ନଷ୍ଟ ମଧ୍ୟ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos