ଆପଣଙ୍କ ଚେହେରାରେ ଚମକ ଆଣିବ ରସୁଣ : ଜାଣନ୍ତୁ ଉପାୟ

ରସୁଣର ଅନେକ ଔଷଧୀୟ ଗୁଣ ରହିଛି। ଏହା କେବଳ ରୋଷେଇ ଘରେ ମସଲା ରୂପେ କିମ୍ବା ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର ହୁଏ ତା’ନୁହେଁ ,ଥଣ୍ଡା କାଶ ଠାରୁ ଆରମ୍ଭ କରି ବିଭିନ୍ନ ସାଧାରଣ ରୋଗରୁ ଉପଶମ ଦେଇଥାଏ ଓ ଅନେକ ରୋଗକୁ ନିୟନ୍ତ୍ରିତ କରିଥାଏ। ପାଣିପାଗ ହିସାବରେ ଆପଣଙ୍କୁ ଏହାର ସେବନର ମାତ୍ରା ବଦଳାଇବାକୁ ପଡ଼ିବ । ଆସନ୍ତୁ ଜାଣିବା କେମିତି ରସୁଣ ସୌନ୍ଦର୍ଯ୍ୟ ଉପଚାରରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପାଟିକୁ ରସୁଣର ସ୍ୱାଦ […]

PART2

PART2

Rakesh Mallick
  • Published: Tuesday, 10 April 2018
  • Updated: 10 April 2018, 05:04 PM IST

Sports

Latest News

ରସୁଣର ଅନେକ ଔଷଧୀୟ ଗୁଣ ରହିଛି। ଏହା କେବଳ ରୋଷେଇ ଘରେ ମସଲା ରୂପେ କିମ୍ବା ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର ହୁଏ ତା’ନୁହେଁ ,ଥଣ୍ଡା କାଶ ଠାରୁ ଆରମ୍ଭ କରି ବିଭିନ୍ନ ସାଧାରଣ ରୋଗରୁ ଉପଶମ ଦେଇଥାଏ ଓ ଅନେକ ରୋଗକୁ ନିୟନ୍ତ୍ରିତ କରିଥାଏ। ପାଣିପାଗ ହିସାବରେ ଆପଣଙ୍କୁ ଏହାର ସେବନର ମାତ୍ରା ବଦଳାଇବାକୁ ପଡ଼ିବ । ଆସନ୍ତୁ ଜାଣିବା କେମିତି ରସୁଣ ସୌନ୍ଦର୍ଯ୍ୟ ଉପଚାରରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

ପାଟିକୁ ରସୁଣର ସ୍ୱାଦ ଖୁବ୍ କଡା ଲାଗିଥାଏ। ହେଲେ ଏହାକୁ ଖାଇଲେ ବୟସାଧିକରେ ମଳିନ ଓ କୁଞ୍ଚ କୁଞ୍ଚ ଦେଖାଯାଉଥିବା ଚେହେରାରେ ଚମକ ଆସିଥାଏ। କେଶ ଝଡା ସମସ୍ୟା ଦୂର ହୋଇଥାଏ। ଆପଣ ଯଦି ବୟସ ବୃଦ୍ଧି ସତ୍ୱେ ଯୁବା ଦେଖାଯିବା ପାଇଁ ଚାହାନ୍ତି ,ତେବେ ଆପଣଙ୍କୁ ରସୁଣକୁ ନେଇ ଏହି ଉପାୟ ଅବଲମ୍ବନ କରିବାକୁ ହେବ –

୧ -୨୫୦ ଗ୍ରାମ ରସୁଣ ନେଇ ଖଣ୍ଡ ଖଣ୍ଡ କରି କାଟନ୍ତୁ। ଏହାପରେ ତାହାର ଏକ ପେଷ୍ଟ୍ କରି ସେଥିରେ ୨୫ଟି ଲେମ୍ବୁର ରସକୁ ମିଶାନ୍ତୁ।

୨ – ଏହି ମିଶ୍ରଣକୁ ଏକ କାଚର ବୋତଲରେ ରଖି ଭଲ ଭାବରେ ବୋତଲକୁ ହଲାଇ ରଖିଦିଅନ୍ତୁ। ଏଥିସହିତ ଆପଣଙ୍କୁ ଏହି ବୋତଲର ମୁହଁକୁ ବନ୍ଦ କରି ୨୪ ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ରସୁଣର ପେଷ୍ଟକୁ କାଚ ବୋତଲରେ ରଖନ୍ତୁ।

୩- ଏକ କପ୍ ଥଣ୍ଡା ପାଣି ସହ ରସୁଣର ପେଷ୍ଟରୁ ଗୋଟିଏ ଚାମଚ ସେବନ କରନ୍ତୁ । ୧୫ ଦିନ ପର୍ଯ୍ୟନ୍ତ ଲଗାତାର ଏପରି ସେବନ କରିବା ଦ୍ୱାରା ଆପଣ ନିଜେ ହିଁ ଏହାର ଫରକ୍ ଅନୁଭବ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos