ଗବେଷକଙ୍କ ଦାବି- ସକାଳେ ହାର୍ଟ ଅପରେସନ୍ କଲେ ସମସ୍ୟା ବଢ଼େ

ନୂଆଦିଲ୍ଲୀ: ହାର୍ଟ ସର୍ଜରୀ ହେଉ ଅବା ଅନ୍ୟ ଯେ କୌଣସି ଅପରେସନ୍‌ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କରାଯାଇଥାଏ। ଏନେଇ ଡାକ୍ତର ବି ଦିନ ଓ ସମୟ ନିର୍ଦ୍ଧାରଣ କରନ୍ତି।  ସେଥିରେ ସକାଳ, ଦିପହର, ସନ୍ଧ୍ୟା ଅବା ରାତିର କୌଣସି ବାଧା ରହିନଥାଏ। ତେବେ ଏକ ଗବେଷଣାରୁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ ସକାଳେ ହାର୍ଟ ସର୍ଜରୀ କଲେ ହାର୍ଟ ସହିତ ଜଡ଼ିତ ସମସ୍ୟା ଆହୁରି ଗମ୍ଭୀର ହେବାର ଅଧିକ ସମ୍ଭାବନା ରହିଛି। […]

heartcopy

heartcopy

Rakesh Mallick
  • Published: Monday, 30 October 2017
  • Updated: 30 October 2017, 11:40 AM IST

Sports

Latest News

ନୂଆଦିଲ୍ଲୀ: ହାର୍ଟ ସର୍ଜରୀ ହେଉ ଅବା ଅନ୍ୟ ଯେ କୌଣସି ଅପରେସନ୍‌ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କରାଯାଇଥାଏ। ଏନେଇ ଡାକ୍ତର ବି ଦିନ ଓ ସମୟ ନିର୍ଦ୍ଧାରଣ କରନ୍ତି।  ସେଥିରେ ସକାଳ, ଦିପହର, ସନ୍ଧ୍ୟା ଅବା ରାତିର କୌଣସି ବାଧା ରହିନଥାଏ। ତେବେ ଏକ ଗବେଷଣାରୁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ ସକାଳେ ହାର୍ଟ ସର୍ଜରୀ କଲେ ହାର୍ଟ ସହିତ ଜଡ଼ିତ ସମସ୍ୟା ଆହୁରି ଗମ୍ଭୀର ହେବାର ଅଧିକ ସମ୍ଭାବନା ରହିଛି। ଦୀର୍ଘ ଦିନ ଧରି ଗବେଷଣା କରିବା ପରେ ଲୀଲ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ତଥ୍ୟ ପ୍ରଦାନ କରିଛନ୍ତି। ସକାଳେ ହାର୍ଟ ସର୍ଜରୀ କଲେ ହୃତ୍‌ପିଣ୍ଡ ସହିତ ଜଡ଼ିତ ସମସ୍ୟା ଆହୁରି ଅଧିକ ଗମ୍ଭୀର ହେବା ପଛର ମୂଳ କାରଣ ହେଉଛି ବାୟୋଲୋଜିକାଲ କ୍ଲକ୍‌। ମେଡିକାଲ୍ ଜର୍ନାଲ ‘ଦ ଲାନସେଟ୍‌’ରେ ଏହି ଗବେଷଣାର ରିପୋର୍ଟ ପ୍ରକାଶ ପାଇଛି।

ଲୀଲ ବିଶ୍ୱବିଦ୍ୟାଳୟର ହୃଦ୍‌ରୋଗ ବିଶେଷଜ୍ଞ ଡେଭିଡ କହିଛନ୍ତି,“ଆମେ କରିଥିବା ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ବ୍ୟକ୍ତିମାନଙ୍କ ହାର୍ଟ ସର୍ଜରୀ ସକାଳେ ହୋଇଛି ସେମାନଙ୍କ ଠାରେ ସର୍ଜରୀ ପରେ ଅଧିକ ସମସ୍ୟା ଦେଖାଯାଇଛି। ଏହାକୁ ବାୟୋଲୋଜିକାଲ କ୍ଲକ୍ ପ୍ରଭାବିତ କରିଥାଏ।”

ଗବେଷଣାରୁ ଜଣାପଡ଼ିଛି ଯେ ସର୍କେଡିଆନ କ୍ଲକ୍ ଶରୀରର ଦିନ-ରାତି ଚକ୍ର ଦ୍ୱାରା ଚାଲିଥାଏ। ତେଣୁ ଏହା ଶୋଇବାର ଢଙ୍ଗ, ହର୍ମୋନ, ଶରୀରର ତାପମାତ୍ରା ଆଦିକୁ ପ୍ରଭାବିତ କରିଥାଏ। କୌଣସି କାରଣରୁ ଏହା ପ୍ରଭାବିତ ହେଲେ ଅନେକ ସମସ୍ୟା ଦେଖାଦେଇପାରେ।

ଏହି ଗବେଷଣା ପାଇଁ ବୈଜ୍ଞାନିକମାନେ ୬୦୦ ଲୋକଭ୍କ ମେଡିକାଲ୍ ରେକର୍ଡକୁ ନେଇ ଅଧ୍ୟୟନ କରିଥିଲେ। ଏଥିରୁ ଜଣାପଡ଼ିଛି ଯେ ଯେଉଁମାନଙ୍କ ହାର୍ଟ ସର୍ଜରୀ ଅପରାହ୍ନରେ ହୋଇଛି ସେମାନଙ୍କ ଟିସୁଗୁଡ଼ିକ କମ୍ କ୍ଷତିଗ୍ରସ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos