ଅବପାତର ରୂପ ନେଲା ଲଘୁଚାପ,ବର୍ଷା ସାଙ୍ଗକୁ ୪୫ରୁ ୫୫ କି.ମି ବେଗରେ ବୋହିବ ପବନ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ବଙ୍ଗୋପସାଗର ଉପକୂଳର ଉତ୍ତର ପଶ୍ଚିମ ଦିଗରେ ଏହା କେନ୍ଦ୍ରୀଭୂତ ହୋଇଛି। ଲଘୁଚାପର ଗତି ଉତ୍ତର ଉତ୍ତରପୂର୍ବ ଆଡ଼କୁ ରହିଛି। ଏହା ପୁରୀ ଓ ଚାନ୍ଦବାଲି ଦେଇ ଓଡ଼ିଶା ସୀମା ଅତିକ୍ରମ କରିଛି। ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶା ସହ ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଦୂର୍ବଳ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାରରେ ଊପକୂଳ […]

Rakesh Mallick
  • Published: Friday, 20 October 2017
  • Updated: 20 October 2017, 09:33 AM IST

Sports

Latest News

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ବଙ୍ଗୋପସାଗର ଉପକୂଳର ଉତ୍ତର ପଶ୍ଚିମ ଦିଗରେ ଏହା କେନ୍ଦ୍ରୀଭୂତ ହୋଇଛି। ଲଘୁଚାପର ଗତି ଉତ୍ତର ଉତ୍ତରପୂର୍ବ ଆଡ଼କୁ ରହିଛି। ଏହା ପୁରୀ ଓ ଚାନ୍ଦବାଲି ଦେଇ ଓଡ଼ିଶା ସୀମା ଅତିକ୍ରମ କରିଛି। ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶା ସହ ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଦୂର୍ବଳ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାରରେ ଊପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିବା ସହ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫କି.ମି କିମ୍ବା ତାଠାରୁ ଅଧିକ ରହିପାରେ। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ ନୟାଗଡ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାରାଦୀପ ଏବଂ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରିଛି ପାଣିପାଗ ବିଭାଗ।  ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos