ରାସ୍ତା ଉପରେ ଅଚାନକ ଅବତରଣ କଲା ପବନହଂସ

କୋରାପୁଟ: ଜରୁରୀ ଅବତରଣ କଲା ପବନହଂସ। ରାସ୍ତା ମଝିରେ ଓହ୍ଲାଇଲା ହେଲିକପ୍ଟର  ପବନହଂସ। ଖରାପ ପାଗ ଯୋଗୁ ଆଜି କୋରାପୁଟ ନିକଟରେ ଜରୁରୀ ଅବତରଣ କରିଛି  ଏହି ହେଲିକପ୍ଟର।  ଭୁବନେଶ୍ୱରରୁ କୋରାପୁଟ ଯାଉଥିଲା ଏହି ହେଲିକପ୍ଟର। ହେଲେ ଖରାପ ପାଗ ଯୋଗୁ ମାଛରା ଛକରେ ପାଇଲଟ ଏହାକୁ ଜୁରୁରୀ ଅବତରଣ କରିଛନ୍ତି।

ହେଲିକପ୍ଟରଟି କୋରାପୁଟରୁ ବିଏସଏଫ ଯବାନଙ୍କୁ ନେଇ ବିଶାଖାପାଟଣା ଯାଇଥାନ୍ତା। ସୂଚନା ଅନୁଯାୟୀ ଗତ ରବିବାରଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି।