କଟକରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ, ଛାତ୍ର କଂଗ୍ରେସର ୪ କର୍ମୀ ଗିରଫ

କଟକ: ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀମାନଙ୍କୁ ବିରୋଧ ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର କଟକରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଛି। ସେ କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଅବସରରେ ତାଙ୍କୁ ଛାତ୍ର କଂଗ୍ରେସ କର୍ମୀମାନେ କଳା ପତାକା ଦେଖାଇଥିଲେ। ଏହି ଘଟଣାରେ ପୋଲିସ୍ ଛାତ୍ର କଂଗ୍ରେସର ୪ ଜଣ କର୍ମୀଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଆଜି […]

black-flag

black-flag

Rakesh Mallick
  • Published: Friday, 08 January 2016
  • Updated: 08 January 2016, 07:01 AM IST

Sports

Latest News

black-flagକଟକ: ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀମାନଙ୍କୁ ବିରୋଧ ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର କଟକରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଛି। ସେ କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଅବସରରେ ତାଙ୍କୁ ଛାତ୍ର କଂଗ୍ରେସ କର୍ମୀମାନେ କଳା ପତାକା ଦେଖାଇଥିଲେ। ଏହି ଘଟଣାରେ ପୋଲିସ୍ ଛାତ୍ର କଂଗ୍ରେସର ୪ ଜଣ କର୍ମୀଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଆଜି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ତେବେ ସେ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ପହଞ୍ଚିବା ମାତ୍ରେ ଛାତ୍ର କଂଗ୍ରେସର କିଛି କର୍ମୀ ସରକାର ବିରୋଧୀ ନାରା ଦେଇ ମନ୍ତ୍ରୀଙ୍କୁ କଳା ପତାକା ଦେଖାଇଥିଲେ। ପୋଲିସ୍ ସେମାନଙ୍କୁ ସଙ୍ଗେ ସଙ୍ଗେ କାବୁ କରି ଥିଲା। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ବିଧାୟକ ଦେବାଶିଷ ସାମନ୍ତରାୟ ମଧ୍ୟ ଥିଲେ।

ଆଜିର ଏହି ଘଟଣାକୁ ନିନ୍ଦା କରିଛି ବିଜେଡି। ଦଳର ମୁଖପାତ୍ର ଅମର ଶତପଥୀ କହିଛନ୍ତି ଯେ କଂଗ୍ରେସ ନିଜ ସ୍ଥିତି ଜାହିର କରିବାକୁ ଏଭଳି କରୁଛି। ରାସନକାର୍ଡ ବଣ୍ଟନରେ ଅନିୟମିତତା ହୋଇଥିବା କଥାକୁ ସରକାର ସ୍ୱୀକାର କରିଛନ୍ତି। ଏହାକୁ ବ୍ୟବସ୍ଥିତ କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। କିନ୍ତୁ କଂଗ୍ରେସ ଏହାକୁ ନେଇ ଅଯଥା ରାଜନୀତି କରୁଛି। କଂଗ୍ରେସ ଯେଉଁ ଭଳି ଭାବେ ବିରୋଧ କରୁଛି ବିଜେଡି ତା’ର ଦୃଢ଼ ଜବାବ ଦେବ। କଂଗ୍ରେସର ଗଣତାନ୍ତ୍ରିକ ଉପାୟରେ ବିରୋଧ କରୁ ନାହିଁ। ଯଦି ଦଳର କିଛି କହିବାର ଅଛି, ତା’ହେଲେ ସ୍ମାରକପତ୍ର ଦେଉ।

ଅନ୍ୟପକ୍ଷରେ କଂଗ୍ରେସ ମୁଖପାତ୍ର ବିଶ୍ୱରଂଜନ ମହାନ୍ତି କହିଛନ୍ତି ଯେ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିବାରେ କୌଣସି ଭୁଲ୍ ନାହିଁ। ଏହା ସଂପୂର୍ଣ୍ଣ ଭାବେ ଗଣତାନ୍ତ୍ରିକ।

ଏହା ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗାଡ଼ି ଉପକରୁ ଦେବଗଡ଼ରେ ଛାତ୍ର କଂଗ୍ରେସ କର୍ମୀମାନେ ଅଣ୍ଡା ମାଡ଼ କରିଥିଲେ। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ ଜଣ ପୋଲିସ୍ ଅଧିକାରୀ ମଧ୍ୟ ନିଲମ୍ବିତ ହୋଇଛନ୍ତି। ସେହିପରି ଗତ ୬ ତାରିଖରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ସମ୍ବଲପୁର ଗସ୍ତରେ ଯାଇଥିବା ବେଳେ ମହିଳା କଂଗ୍ରେସର କର୍ମୀମାନେ ତାଙ୍କୁ କଳା ପତାକା ଦେଖାଇଥିଲେ।

ରାସନକାର୍ଡ ବଣ୍ଟନରେ ଅନିୟମିତା ନେଇ ଛାତ୍ର କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ମନ୍ତ୍ରୀମାନଙ୍କୁ ଏଭଳି ଅଣ୍ଡା ମାଡ଼ ଓ କଳା ପତାକା ପ୍ରଦର୍ଶନ କରାଯାଇ ଆସୁଅଛି। ଛାତ୍ର କଂଗ୍ରେସର ଏହି ଅଣ୍ଡା ମାଡ଼ ଆରମ୍ଭ କରିଥିଲେ ପୁରୀରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କଠାରୁ। ପରେ ଛତ୍ରପୁରରେ ମଧ୍ୟ ସଂଜୟ ଦାସବର୍ମାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos