ବିଜେଡିରେ ମିଶିଲେ ହେମାନନ୍ଦଙ୍କ ଦୁଇ ଭାଇ

ଭୁବନେଶ୍ୱର: ବିଜେଡିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଭାଇ କ୍ଷୀରୋଦଚନ୍ଦ୍ର ଓ ବିହାରୀଚନ୍ଦ୍ର ବିଶ୍ୱାଳ। ସେମାନେ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି। ସେମାନଙ୍କ ସହ ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ୍‌ର ୬୦ ଜଣ କଂଗ୍ରେସ କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିରେ ସାମିଲ ହେବା ପରେ ଉଭୟ କ୍ଷୀରୋଦ ଓ ବିହାରୀ କହିଛନ୍ତି,“ଭାଇ ହିସାବରେ ତାଙ୍କ […]

khiroda

khiroda

Rakesh Mallick
  • Published: Monday, 30 January 2017
  • Updated: 30 January 2017, 11:39 AM IST

Sports

Latest News

ଭୁବନେଶ୍ୱର: ବିଜେଡିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଭାଇ କ୍ଷୀରୋଦଚନ୍ଦ୍ର ଓ ବିହାରୀଚନ୍ଦ୍ର ବିଶ୍ୱାଳ। ସେମାନେ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି। ସେମାନଙ୍କ ସହ ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ୍‌ର ୬୦ ଜଣ କଂଗ୍ରେସ କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।

ବିଜେଡିରେ ସାମିଲ ହେବା ପରେ ଉଭୟ କ୍ଷୀରୋଦ ଓ ବିହାରୀ କହିଛନ୍ତି,“ଭାଇ ହିସାବରେ ତାଙ୍କ (ହେମାନନ୍ଦ ବିଶ୍ୱାଳ) ପ୍ରତି ଆମର ଭଲ ପାଇବା ରହିଛି। ତାଙ୍କୁ ଆମେ ସମର୍ଥନ କରୁଛୁ, କଂଗ୍ରେସକୁ ନୁହେଁ। ନବୀନ ବାବୁଙ୍କୁ ଆଦର୍ଶ ଭାବେ ମାନି ବିଜେଡିରେ ସାମିଲ ହୋଇଛୁ।”

ସେମାନେ ଆହୁରି କହିଛନ୍ତି,“ଝାରସୁଗୁଡ଼ା ଜିଲ୍ଲାରେ ଥିବା କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟରେ ଆମେ ସମସ୍ତେ କ୍ଷୁବ୍ଧ ଓ ଅସନ୍ତୁଷ୍ଟ। କଂଗ୍ରେସ ଉପରେ ଆମର ଆଉ ଆସ୍ଥା ନାହିଁ।”

କ୍ଷୀରୋଦ ଓ ବିହାରୀ ବିଶ୍ୱାଳଙ୍କ ସହ ୬୦ ଜଣ କଂଗ୍ରେସ କର୍ମୀଙ୍କ ଯୋଗଦାନ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos