ହାଇକୋର୍ଟରେ ଖାଲିପଡ଼ିଥିବା ୮ ବିଚାରପତି ପଦବୀ ପୂରଣ ପାଇଁ ଦାବି କଲେ ନବୀନ

ନୂଆଦିଲ୍ଲୀ: ହାଇକୋର୍ଟରେ ଖାଲିପଡ଼ିଥିବା ୮ଟି ବିଚାରପତି ପଦବୀ ଶୀଘ୍ର ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀରେ ଅନୁଷ୍ଠିତ ମୁଖ୍ୟ ବିଚାରପତି  ଓ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଦାବି କରିଛନ୍ତି। ସେହିଭଳି ରାଜ୍ୟରେ କୋର୍ଟ ଭିତ୍ତିଭୂମି ବିକାଶ, ବାସଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ମଧ୍ୟ  ୨୦୧୪ ପରଠାରୁ  କୌଣସି ସରକାରୀ ସହାୟତା ମିଳି ନ ଥିବା ମୁଖ୍ୟମନ୍ତ୍ରୀ ଦାବି କହିଛନ୍ତି। ଅନ୍ୟପକ୍ଷରେ ନ୍ୟାୟିକ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଲାଗି ଓଡ଼ିଶା ସରକାର ଗ୍ରହଣ କରିଥିବା  […]

naveen

naveen

Rakesh Mallick
  • Published: Sunday, 24 April 2016
  • Updated: 24 April 2016, 08:44 AM IST

ନୂଆଦିଲ୍ଲୀ: ହାଇକୋର୍ଟରେ ଖାଲିପଡ଼ିଥିବା ୮ଟି ବିଚାରପତି ପଦବୀ ଶୀଘ୍ର ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀରେ ଅନୁଷ୍ଠିତ ମୁଖ୍ୟ ବିଚାରପତି  ଓ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଦାବି କରିଛନ୍ତି। ସେହିଭଳି ରାଜ୍ୟରେ କୋର୍ଟ ଭିତ୍ତିଭୂମି ବିକାଶ, ବାସଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ମଧ୍ୟ  ୨୦୧୪ ପରଠାରୁ  କୌଣସି ସରକାରୀ ସହାୟତା ମିଳି ନ ଥିବା ମୁଖ୍ୟମନ୍ତ୍ରୀ ଦାବି କହିଛନ୍ତି।

ଅନ୍ୟପକ୍ଷରେ ନ୍ୟାୟିକ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଲାଗି ଓଡ଼ିଶା ସରକାର ଗ୍ରହଣ କରିଥିବା  ବିଭିନ୍ନ ପ୍ରକାର ପଦକ୍ଷେପ ସମ୍ପର୍କରେ  ନବୀନ ସୂଚନା ଦେଇଥିଲେ।  ସେ କହିଥିଲେ,”ଓଡ଼ିଶାରେ ସାଧାରଣ ଲୋକଙ୍କୁ  ଉଚିତ୍‌ ସମୟ ମଧ୍ୟରେ ନ୍ୟାୟ ପ୍ରଦାନକୁ  ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି।  ମହିଳାଙ୍କ ବିରୋଧରେ  ବିଭିନ୍ନ  ଅପରାଧର ବିଚାର ବିଭାଗୀୟ  ଅଦାଲତ ପ୍ରତିଷ୍ଠା ସହ  ଗ୍ରାମ୍ୟ ନ୍ୟାୟାଳୟ ବ୍ୟବସ୍ଥା କରାଯାଇଛି।”

ଆଜି ଦିଲ୍ଲୀ ବିଜ୍ଞାନ ଭବନରେ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ମିଳିତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଏହି ସମ୍ମିଳନୀରେ ଯୋଗ ଦେଇ କୋର୍ଟରେ ଚାଲିଥିବା ମାମଲାର ଶୀଘ୍ର ଫୈସଲା କରି କିଭଳି  ଲୋକଙ୍କ ମୁଣ୍ଡରୁ ଏହି ବୋଝ ହଟାଯିବ ତା’ ଉପରେ ଗୁରୁତ୍ୱ ଦେଇଥିଲେ।  ସମ୍ମିଳନୀରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି  ଜଷ୍ଟିସ୍ ଟି.ଏସ୍‌.ଠାକୁର ଓ  କେନ୍ଦ୍ର ଆଇନ ମନ୍ତ୍ରୀ ସଦାନନ୍ଦ ଗୌଡ଼ା ପ୍ରମୁଖ ଯୋଗ ଦେଇଥିଲେ।

ଆଇନ, ନ୍ୟାୟ ଓ ପ୍ରଶାସନିକ କ୍ଷେତ୍ରରେ  ଉପୁଜୁଥିବା ବିଭିନ୍ନ  ସମସ୍ୟାର ଆଲୋଚନା, ପର୍ଯ୍ୟାଲୋଚନା ଓ ଏହାର ତ୍ୱରିତ ସମାଧାନ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଏଥିସହ ସମ୍ମିଳନୀରେ  ବିଭିନ୍ନ ଅଦାଲତରେ ପଡ଼ି ରହିଥିବା ବକେୟା ମାମଲାର ଆଶୁ ଫଇସଲା, ଆର୍ଥିକ ଓ ଟିକସ ମାମଲା ଗୁଡ଼ିକର ତ୍ୱରିତ ସମାଧାନ, ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ  କରିବା ଏବଂ ଦେଶର  ଆଇନ ସେବା ବ୍ୟବସ୍ଥାକୁ  ଉନ୍ନତ ମାନର କରିବା ନେଇ ଆଲୋଚନା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos