ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି

ଜୟପୁର: ଆନ୍ଧ୍ର-ଓଡ଼ିଶା ସୀମା କୁନେରୁ ଷ୍ଟେସନ ନିକଟରେ  ଗତକାଲି  ପ୍ରାୟ ରାତି ୧୧ଟା ବେଳେ ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ  ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୧୭ ଜଣଙ୍କ ପରିଚୟ ମିଳିଛି। ମୃତ ଯାତ୍ରୀ ହେଲେ ଗଞ୍ଜାମ ଜିଲ୍ଲାର ଏମ୍‌. କ୍ରିଷ୍ଣା, ପି. ଶ୍ରୀନୁ (୫୦) ବର୍ଷ , କଲ୍ୟାଣସିଂହପୁରର ବି.କମଲା (୧୪),  କଟକର ଗାୟତ୍ରୀ ସାହୁ, ଦିଲୀପ୍‌ କୁମାର ରୋହିତ, ଟି.କେ […]

train

train

Rakesh Mallick
  • Published: Sunday, 22 January 2017
  • Updated: 22 January 2017, 10:57 PM IST

Sports

Latest News

ଜୟପୁର: ଆନ୍ଧ୍ର-ଓଡ଼ିଶା ସୀମା କୁନେରୁ ଷ୍ଟେସନ ନିକଟରେ  ଗତକାଲି  ପ୍ରାୟ ରାତି ୧୧ଟା ବେଳେ ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ  ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୧୭ ଜଣଙ୍କ ପରିଚୟ ମିଳିଛି। ମୃତ ଯାତ୍ରୀ ହେଲେ ଗଞ୍ଜାମ ଜିଲ୍ଲାର ଏମ୍‌. କ୍ରିଷ୍ଣା, ପି. ଶ୍ରୀନୁ (୫୦) ବର୍ଷ , କଲ୍ୟାଣସିଂହପୁରର ବି.କମଲା (୧୪),  କଟକର ଗାୟତ୍ରୀ ସାହୁ, ଦିଲୀପ୍‌ କୁମାର ରୋହିତ, ଟି.କେ ମେଞ୍ଜ, ସୋମୁ ଅମନ୍ନା,ବିଷମ କଟକର ବିଷ୍ଣୁ ସାହୁ, ରାୟଗଡ଼ାର ଆର୍‌.କେ. ନଗରର ରଞ୍ଜନ ନାୟକ, ବିଷମ କଟକର ସୁବାସ ଚନ୍ଦ୍ର ସାହୁ, ଗଞ୍ଜାମର ଏସ୍‌.ରେଣୁକା, ପି. ପଲ୍ଲୀ, ୱାଇ.ପଣ୍ଡିତ, ରାମ ପ୍ରସାଦ ପଣ୍ଡିତ, କେ.ରେବତୀ, ମଣ୍ଡଳ ବଳରାମ ଓ ତପନ କୁମାର ପ୍ରଧାନ।

ଆହତମାନଙ୍କୁ ରାୟଗଡ଼ା, ବିଶାଖାପାଟଣମ୍‌ ଓ ପାର୍ବତୀପୁରମ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କୁ ସ୍ଥାନାନ୍ତରରେ ୧୨ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା। ଦୁର୍ଘଟଣାସ୍ଥଳରେ ରେଳବାଇ, ସ୍ଥାନୀୟ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।

ରାୟଗଡ଼ାଠାରୁ  ପ୍ରାୟ ୨୪ କିଲୋମିଟର ଦୂରରେ ଟ୍ରେନ୍ ଦୁର୍ଘଟଣାରେ ଶିକାର ହୋଇଥିଲା। ୨୨ଟି କୋଚ୍‌ ବିଶିଷ୍ଟ ଏହି ଟ୍ରେନ୍‌ର ୯ଟି କୋଚ୍‌ ଓ ଇଞ୍ଜିନ୍‌ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଇଞ୍ଜିନ ସମେତ ଲଗେଜ ଭ୍ୟାନ୍‌, ୨ ସ୍ଲିପର, ୨ଟି ଜେନେରାଲ ବଗି, ଗୋଟିଏ ଥାର୍ଡ ଏସି ଏବଂ ଗୋଟିଏ ସେକେଣ୍ଡ ଏସି ଲାଇନଚ୍ୟୁତ ହୋଇଛି। ହୀରାଖଣ୍ଡ ଏକ୍ସପ୍ରେସରେ ଦୁଇଟି ଲିଙ୍କ୍‌ ରହିଥାଏ। ଗୋଟିଏ ଭାଗ ଜଗଦଲପୁର ଓ ଅନ୍ୟଟି କଳାହାଣ୍ଡି ଜୁନାଗଡ଼କୁ ଆସିବା ପରେ ଉଭୟର ଲିଙ୍କ ରାୟଗଡ଼ା ଷ୍ଟେସନରେ ଦିଆଯାଇଥାଏ।

ଦୁର୍ଘଟଣାସ୍ଥଳରେ ଡିଆଇଜି, ବିଜୟନଗରମ୍‌ ଜିଲ୍ଲାର ଜିଲ୍ଲାପାଳ, ଏସପି, ରାୟଗଡ଼ା ଜିଲ୍ଲାପାଳ ଓ ଏସପିଙ୍କ ସହ ରେଳ ଅଧିକାରୀକମାନେ ଉପସ୍ଥିତ ଅଛନ୍ତି। ଦୁର୍ଘଟଣା ପରେ ଭୁବନେଶ୍ୱର ପୂର୍ବତଟ ରେଳବାଇର ସୁରକ୍ଷା ଓ ନିରାପର୍ତ୍ତା କର୍ମଚାରୀ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି।

ହୀରାଖଣ୍ଡ ଏକ୍ସପ୍ରେସ୍‌ର ଦୁର୍ଘଟଣାଗ୍ରସ୍ତ ଯୋଗୁଁ ୪ଟି ଟ୍ରେନ୍‌ ବାତିଲ କରାଯାଇଥିବା ବେଳେ ୭ଟି ଏକ୍ସପ୍ରେସ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ଦୁର୍ଘଟଣାକୁ ନେଇ ବିଜେଡି ଦଳ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ଦୁର୍ଘଟଣା ପାଇଁ ଦଳ ପକ୍ଷରୁ ଦୁଃଖ ପ୍ରକାଶ କରୁଛୁ। ରେଳ ଦୁର୍ଘଟଣାରେ ବର୍ଷକ ମଧ୍ୟରେ ୪୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ବେକଳ ଉନ୍ନତିକରଣ କରିଦେଲେ ହେବନାହିଁ। ଭିତ୍ତିଭୁମି ବିକାଶ ହେବା ଦରକାର। ରେଳ ଯାତ୍ରୀଙ୍କ ଅଧିକ ସୁରକ୍ଷା ପାଇଁ ରେଳମନ୍ତ୍ରୀଙ୍କ ନିକଟରେ ଆମେ ଦାବି କରୁଛୁ।”

ଦୁର୍ଘଟଣାରେ ମୃତାହତଙ୍କ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରାଯାଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ରେଳମନ୍ତ୍ରୀ ସୁରେଶ ପ୍ରଭୁ। ସେହିପରି ଗୁରୁତର ଆହତମାନଙ୍କୁ ୫୦ ହଜାର ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି।

ଅନ୍ୟପକ୍ଷରେ ଦୁର୍ଘଟଣା ଗ୍ରସ୍ତ ଯାତ୍ରୀଙ୍କୁ  ଧରି ରାୟଗଡ଼ାରୁ ଆସିଥିବା ସ୍ୱତନ୍ତ୍ର ଟ୍ରେନ୍‌ ଭୁବନେଶ୍ୱରରେ ପହଞ୍ଚିଛି। ସେଥିରେ ୩୦୦ ଯାତ୍ରୀ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story