ହୀରାକୁଦ୍ ଡ୍ୟାମ୍‌ର ୨ଟି ଗେଟ୍ ଖୋଲିଲା

ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମ୍‌ର ୨ଟି ଗେଟ୍ ଖୋଲା ଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଜଳ ନିଷ୍କାସନ ପାଇଁ ଅପରାହ୍ନ ୨ଟି ଗେଟ୍ ଖୋଲାଯାଇଛି।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଦୁଇଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ଡ୍ୟାମ୍‌ର ମୁଖ୍ୟଯନ୍ତ୍ରୀ ହରମୋହନ ପ୍ରଧାନ କହିଛନ୍ତି। ପରିସ୍ଥିତିକୁ ଦେଖି ଅଧିକ ଗେଟ୍ ବି ଖୋଲା ଯାଇପାରେ ବୋଲି ସେ କହିଛନ୍ତି।