ହୋଲି ପାଇଁ ରାଜ୍ୟବାସୀ ଉତ୍ସବମୁଖର

ଭୁବନେଶ୍ୱର: ଆସନ୍ତାକାଲି ରଙ୍ଗର ପର୍ବ ହୋଲି। ଏହି ପର୍ବକୁ ଜାକଜମକରେ ପାଳନ ପାଇଁ ସମସ୍ତେ ପ୍ରସ୍ତୁତ ଅଛନ୍ତି। କିଛି ଜାଗାରେ ରଙ୍ଗଖେଳ ଆରମ୍ଭ ହୋଇଗଲାଣି। ରଙ୍ଗ ଖେଳିଲା ବେଳେ ଆମକୁ ସତର୍କ ରହିବାକୁ ପଡ଼ିଥାଏ। ଯେପରି ରଙ୍ଗ ଆମ ଆଖିରେ ପଡି ନ ଯାଏ। ବର୍ଷକରେ ଥରେ ଏମିତି ଏକ ରଙ୍ଗିନ ପର୍ବକୁ ଉତ୍କଣ୍ଠାର ସହିତ ସମସ୍ତେ ଅପେକ୍ଷା କରିଥାନ୍ତି। ସାହି ସାହି, କଲୋନୀ, କଲୋନୀ ବୁଲି ଲୋକେ ରଙ୍ଗ ଖେଳିଥାନ୍ତି। ଏହି ଦିନରେ ରଙ୍ଗ ଦୋକାନରେ ଲୋକମାନଙ୍କ […]

Holi

Holi

Rakesh Mallick
  • Published: Wednesday, 23 March 2016
  • Updated: 24 March 2016, 02:37 AM IST

Sports

Latest News

bଭୁବନେଶ୍ୱର: ଆସନ୍ତାକାଲି ରଙ୍ଗର ପର୍ବ ହୋଲି। ଏହି ପର୍ବକୁ ଜାକଜମକରେ ପାଳନ ପାଇଁ ସମସ୍ତେ ପ୍ରସ୍ତୁତ ଅଛନ୍ତି। କିଛି ଜାଗାରେ ରଙ୍ଗଖେଳ ଆରମ୍ଭ ହୋଇଗଲାଣି। ରଙ୍ଗ ଖେଳିଲା ବେଳେ ଆମକୁ ସତର୍କ ରହିବାକୁ ପଡ଼ିଥାଏ। ଯେପରି ରଙ୍ଗ ଆମ ଆଖିରେ ପଡି ନ ଯାଏ। ବର୍ଷକରେ ଥରେ ଏମିତି ଏକ ରଙ୍ଗିନ ପର୍ବକୁ ଉତ୍କଣ୍ଠାର ସହିତ ସମସ୍ତେ ଅପେକ୍ଷା କରିଥାନ୍ତି। ସାହି ସାହି, କଲୋନୀ, କଲୋନୀ ବୁଲି ଲୋକେ ରଙ୍ଗ ଖେଳିଥାନ୍ତି। ଏହି ଦିନରେ ରଙ୍ଗ ଦୋକାନରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଥାଏ। କେଉଁଠି ହୋଲି ପୂର୍ବ ଦିନ ଲୋକମାନେ ରଙ୍ଗ ଖେଳ ଆରମ୍ଭ କରି ଦେଇଥାଆନ୍ତି। ହୋଲିରେ ସମସ୍ତେ  ରଙ୍ଗରେ ମସଗୁଲ୍  ହୋଇ ଥାଆନ୍ତି।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି,“ ହୋଲିରେ ବିଭିନ୍ନ ଜାଗାରେ  ଗଣ୍ଡଗୋଳ ହୋଇଥାଏ। ସେଥିପାଇଁ ସହରର ୨୮ଟି ଜାଗାରେ ପୋଲିସ୍ ଫୋର୍ସ ମୁତୟନ କରାଯିବ। ରଙ୍ଗରେ ମସଗୁଲ ହେଲା ବେଳେ ସତର୍କ ରହିବା ଦରକାର। କୌଣସି ଅପରିଚିତଙ୍କ ସହ ହୋଲି ନ ଖେଳି କେବଳ ପରିଚିତଙ୍କ ସହ ହୋଲି ଖେଳନ୍ତୁ। ଝିଅମାନେ ଅସଦାଚରଣ ପ୍ରତି ଧ୍ୟାନ ଦିଅନ୍ତୁ। ପୋଲିସ୍ ପକ୍ଷରୁ ମଧ୍ୟ ହୋଲିରେ ଶାନ୍ତି ବଜାୟ ରଖିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।”

ସମ୍ ହସପିଟାଲର ଚର୍ମରୋଗ ବିଶେଷଜ୍ଞ ଡକ୍ଟର ମୈତ୍ରୀ ପଣ୍ଡା କହିଛନ୍ତି,“ରଙ୍ଗ ଖେଳିବା ପୂର୍ବରୁ ଦେହରେ ତେଲ କିମ୍ବା ଭେସଲିନ୍ ଲଗାନ୍ତୁ। ରାସାୟନିକ ରଙ୍ଗ ବ୍ୟବହାର ନ କରି ଅବିର ଓ ହର୍ବାଲ ରଙ୍ଗ ବ୍ୟବହାର କରନ୍ତୁ। ପିଲାମାନେ ରଙ୍ଗ ଖେଳିବା ବେଳେ ଅଭିଭାବକ  ନଜର  ରଖନ୍ତୁ। ଚଷମା ଓ ଟୋପି ପିନ୍ଧି ହୋଲି ଖେଳନ୍ତୁ। ହୋଲି ଖେଳିବା ସମୟରେ  ସୂତା ଡ୍ରେସ ପିନ୍ଧନ୍ତୁ। ଆଖିରେ ରଙ୍ଗ ପଡ଼ିଲେ ତୁରନ୍ତ ଥଣ୍ଡା ପାଣିରେ ଧୋଇ ମେଡିକାଲ ଯାଆନ୍ତୁ। ଆଖି, କାନ ଭଳି ଶରୀରର ସମ୍ବେଦନଶୀଳ ଅଙ୍ଗରେ ରଙ୍ଗ ଲଗାନ୍ତୁ ନାହିଁ। ବିନା ଅନୁମତିରେ କିମ୍ବା ଇଚ୍ଛା ବିରୁଦ୍ଧରେ କାହାକୁ ରଙ୍ଗ ଲଗାନ୍ତୁ ନାହିଁ। ବାର୍ଣ୍ଣିସ, ମୁଣ୍ଡଫଟା ପ୍ରଭୃତି ରଙ୍ଗ ବ୍ୟବହାର କରୁନ୍ତୁ ନାହିଁ। ଚର୍ମ ରୋଗ ଥିଲେ ହୋଲି ଖେଳନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos