ଅଲସର ରୋଗ ଦୂର ପାଇଁ ଘରୋଇ ଉପଚାର

ଆଜିକାଲିର ବ୍ୟସ୍ତମୟ ଜୀବନରେ ପ୍ରାୟ ଲୋକ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେଉନାହାନ୍ତି। ଫଳରେ ସେମାନଙ୍କୁ ଅନେକ ବେମାରୀ ଭୋଗିବାକୁ ପଡ଼ୁଛି। ସେଥିମଧ୍ୟରୁ ଅଲସର ହେଉଛି ଅନ୍ୟତମ। ଠିକ୍ ସମୟରେ ନଖାଇଲେ ଓ ଅଧିକ ସମୟ ଖାଲିପେଟରେ ରହିବା ଦ୍ୱାରା ଅଲସର ହୋଇଥାଏ। ଯଦି ଏହି ସମସ୍ୟା ବେଶୀ ଦିନ ଯାଏଁ ରୁହେ ତେବେ ଏହା ଭୟାନକ ରୂପ ମଧ୍ୟ ନେଇପାରେ। ତେଣୁ ଠିକ୍ ସମୟରେ ଏହାର ଚିକିତ୍ସା କରିବା ନିହାତି ଆବଶ୍ୟକ। ଆଜି ଆମେ ଆପଣଙ୍କୁ […]

ulcer image

ulcer image

Rakesh Mallick
  • Published: Thursday, 22 February 2018
  • Updated: 22 February 2018, 09:10 AM IST

Sports

Latest News

ଆଜିକାଲିର ବ୍ୟସ୍ତମୟ ଜୀବନରେ ପ୍ରାୟ ଲୋକ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେଉନାହାନ୍ତି। ଫଳରେ ସେମାନଙ୍କୁ ଅନେକ ବେମାରୀ ଭୋଗିବାକୁ ପଡ଼ୁଛି। ସେଥିମଧ୍ୟରୁ ଅଲସର ହେଉଛି ଅନ୍ୟତମ। ଠିକ୍ ସମୟରେ ନଖାଇଲେ ଓ ଅଧିକ ସମୟ ଖାଲିପେଟରେ ରହିବା ଦ୍ୱାରା ଅଲସର ହୋଇଥାଏ। ଯଦି ଏହି ସମସ୍ୟା ବେଶୀ ଦିନ ଯାଏଁ ରୁହେ ତେବେ ଏହା ଭୟାନକ ରୂପ ମଧ୍ୟ ନେଇପାରେ। ତେଣୁ ଠିକ୍ ସମୟରେ ଏହାର ଚିକିତ୍ସା କରିବା ନିହାତି ଆବଶ୍ୟକ। ଆଜି ଆମେ ଆପଣଙ୍କୁ ଅଲସର ଦୂର କରିବାର କିଛି ଘରୋଇ ଉପଚାର ବିଷୟରେ କହିବୁ।

କ୍ଷୀର- ଅଧା କପ୍ ଥଣ୍ଡା କ୍ଷୀରରେ ଫାଳେ ଲେମ୍ବୁ ରସ ମିସାଇ ପିଅନ୍ତୁ। ଏଭଳି ଦିନକୁ ୨ଥର କରନ୍ତୁ। ଦେଖିବେ ବହୁତଶୀଘ୍ର ଆପଣଙ୍କ ଅଲସର ସମସ୍ୟା ଦୂର ହେବ।

କଦଳୀ- କଦଳୀକୁ ଚେକା ଚେକା କରି କାଟି ଖରାରେ ଶୁଖାନ୍ତୁ। ତା’ପରେ ଏହାକୁ ପାଉଡର କରନ୍ତୁ। ପ୍ରତିଦିନ ୨ଚାମଚ ଏହି ପାଉଡ଼ର ସହ ୧ ଚାମଚ ମହୁ ମିଶାନ୍ତୁ।

ମେଥି- ଅଲସରରୁ ମୁକ୍ତି ପାଇବା ପାଇଁ, ଦୁଇ ଚାମଚ ମେଥିକୁ ପାଣିରେ ଫୁଟାଇଦିଅନ୍ତୁ। ତା’ପରେ ଏହାକୁ ଛାଣି ୧ ଚାମଚ ମହୁ ମିଶାଇ ପିଅନ୍ତୁ।

ସଜନା ଶାଗ- ସଜନା ଶାଗକୁ ପେଷ୍ଟ କରି ଦହି ମିଶାଇ ଖାଆନ୍ତୁ। ଏଭଳି ଦିନରେ ଦୁଇଥର କରନ୍ତୁ। ଅଲସର ଶୀଘ୍ର ଭଲ ହୋଇଯିବ।

ବନ୍ଧା କୋବି- ବନ୍ଧା କୋବି ଓ ଗାଜରକୁ ସମାନ ପରିମାଣରେ ନେଇ ଜୁସ୍ ତିଆରି କରନ୍ତୁ। ଏହି ଜୁସ୍‌କୁ ସକାଳେ ଓ ସନ୍ଧ୍ୟାବେଳେ ୧ ଚାମଚ ଲେଖାଏଁ ପିଅନ୍ତୁ।

ଚୁଡ଼ା- ଚୁଡ଼ା ଓ ପାନମହୁରୀକୁ ସମାନ ପରିମାଣରେ ନେଇ ପାଉଡର ତିଆରି କରନ୍ତୁ। ଏହି ପାଉଡରକୁ ପ୍ରତିଦିନ ପାଣିରେ ମିଶାଇ ୪ ଥର ଲେଖାଏଁ ପିଅନ୍ତୁ।

ଏହି ସବୁ ଘରୋଇ ଉପଚାର ଆପଣେଇ ଦେଖନ୍ତୁ, ଆପଣଙ୍କ ସମସ୍ୟା ଧିରେ ଧିରେ କମ୍‌ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos