ଆତ୍ମାହୁତି ଉଦ୍ୟମ କରିଥିବା ହୋମଗାର୍ଡଙ୍କୁ କାହିଁକି ଛଟେଇ କରାଯାଇଥିଲା ତା’ର ତଦନ୍ତ ହେବ: ସିପି  

ଭୁବନେଶ୍ୱର/କଟକ: ନବୀନ ନିବାସ ନିକଟରେ ଗତକାଲି ରାତିରେ ବହିଷ୍କୃତ ହୋମଗାର୍ଡ ସନ୍ଦୀପ ହାତୀ ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ପୋଲିସ୍ କମିଶନର ୱାଇ.ବି ଖୁରାନିଆ ଆଜି ତାଙ୍କୁ ଏସ୍‌ସିବି ମେଡିକାଲ୍‌ରେ ଭେଟିଥିଲେ ଏବଂ ତାଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ। ସନ୍ଦୀପଙ୍କୁ କାହିଁକି ଛଟେଇ କରାଯାଇଥିଲା ସେ ନେଇ ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ପୋଲିସ୍ କମିଶନର କହିଛନ୍ତି,“ସନ୍ଦୀପଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ୩ ବର୍ଷ ତଳେ ତାଙ୍କୁ ହୋମଗାର୍ଡ ପଦରୁ ବହିଷ୍କାର କରାଯାଇଥିଲା। […]

sandeep hati

sandeep hati

Rakesh Mallick
  • Published: Saturday, 03 September 2016
  • Updated: 03 September 2016, 04:15 PM IST

Sports

Latest News

sandeep hatiଭୁବନେଶ୍ୱର/କଟକ: ନବୀନ ନିବାସ ନିକଟରେ ଗତକାଲି ରାତିରେ ବହିଷ୍କୃତ ହୋମଗାର୍ଡ ସନ୍ଦୀପ ହାତୀ ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ପୋଲିସ୍ କମିଶନର ୱାଇ.ବି ଖୁରାନିଆ ଆଜି ତାଙ୍କୁ ଏସ୍‌ସିବି ମେଡିକାଲ୍‌ରେ ଭେଟିଥିଲେ ଏବଂ ତାଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ। ସନ୍ଦୀପଙ୍କୁ କାହିଁକି ଛଟେଇ କରାଯାଇଥିଲା ସେ ନେଇ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ପୋଲିସ୍ କମିଶନର କହିଛନ୍ତି,“ସନ୍ଦୀପଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ୩ ବର୍ଷ ତଳେ ତାଙ୍କୁ ହୋମଗାର୍ଡ ପଦରୁ ବହିଷ୍କାର କରାଯାଇଥିଲା। ପୂରା ଘଟଣାର ତଦନ୍ତ କରାଯିବ। ତା’ଭିତରେ କ’ଣ ପାଇଁ ସନ୍ଦୀପଙ୍କୁ ବହିଷ୍କାର କରାଯାଇଥିଲା ତା’ର ବି ତର୍ଜମା କରାଯିବ।”

ସେ କହିଛନ୍ତି,“ଘଟଣାର ଦୁଇଟି ଦିଗ ଉପରେ ତଦନ୍ତ କରାଯିବ। ପ୍ରଥମ ଦିଗଟି ହେଉଛି କିଭଳି ଓ କେଉଁ ପରିସ୍ଥିତିରେ ସନ୍ଦୀପ ଆତ୍ମାହୁତି ଉଦ୍ୟମ କଲେ। ଏ ଦିଗଟି ଉପରେ ତଦନ୍ତ କରିବେ ଜୋନାଲ୍ ଏସିପି। ଦ୍ୱିତୀୟ ଦିଗଟି ହେଉଛି କାହିଁକି ଓ କେଉଁ ପରିସ୍ଥିତିରେ ତାଙ୍କୁ ବହିଷ୍କାର କରାଯାଇଥିଲା। ଏ ଦିଗ ଉପରେ ତଦନ୍ତ କରିବେ ଭୁବନେଶ୍ୱର ଡିସିପି।”

ସନ୍ଦୀପ କହିଛନ୍ତି,“ଭୁବନେଶ୍ୱରର ପୂର୍ବତନ ଡିସିପି ନୀତିନଜିତ୍ ସିଂହ ମୋତେ ଆକ୍ରୋଶମୂଳକ ଭାବେ ଚାକିରିରୁ ବହିଷ୍କାର କରିଥିଲେ। ସେ ଡିସିପି ହେବା ପରେ ମୁଁ ତାଙ୍କ ଘର ଗେଟ୍‌ ସମ୍ମୁଖରେ ଡ୍ୟୁଟି କରୁଥିଲି। ଘର ଭିତରେ ଡ୍ୟୁଟିରେ ଥିବା ଜଣେ ହୋମଗାର୍ଡ ଦିନେ ମାଡମ୍‌ (ନୀତିନଜିତ୍ ସିଂହଙ୍କ ପତ୍ନୀ)ଙ୍କୁ ଗରମ ଖିରି ଦେଇ ଦେଇଥିଲା। ମାଡମ୍ ରାଗରେ ତା’ ଉପରକୁ ଗରମ ଖିରି ଫୋପାଡ଼ି ଦେଇଥିଲେ। ଏ କଥା ମୁଁ ଦେଖି ନେଇଥିଲି ଓ ଏ ବିଷୟରେ ଆମ ସଂଘର କିଛି ସଦସ୍ୟଙ୍କୁ କହି ଥିଲି। ସଂଘରେ ବି ଦୁଇ ଗୋଷ୍ଠୀ ଅଛନ୍ତି। ଅନ୍ୟ ଏକ ଗୋଷ୍ଠୀର କିଛି ହୋମଗାର୍ଡ ଏ କଥା ଯାଇ ନୀତିନଜିତ୍ ସିଂହଙ୍କୁ କହି ଦେଇଥିଲେ। ତେଣୁ ସେ ରାଗ ରଖି ମୋତେ ବହିଷ୍କାର କରି ଦେଇଥିଲେ।”

ସେ ଆହୁରି କହିଛନ୍ତି,“ହୋମ୍‌ଗାର୍ଡମାନେ କରିଥିବା ରାଲିରେ ସାମିଲ୍ ହୋଇଥିବା ନେଇ ମୋତେ ବହିଷ୍କାର କରାଯାଇଥିବା କୁହାଯାଇଥିଲା। କିନ୍ତୁ ପ୍ରକୃତ କଥା ସେୟା ନୁହେଁ। ରାଲି ହେବାର ଦୁଇ ମାସ ପରେ ମୋତେ ବହିଷ୍କାର କରାଯାଇଥିଲା। ଉକ୍ତ ଦୁଇ ମାସ ମୁଁ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଡ୍ୟୁଟି କରିଥିଲି। ମୁଁ ରାଲିରେ ବି ନ ଥିଲି। ମୋ ନିର୍ବନ୍ଧ ଥିବାରୁ ମୁଁ ଘରେ ଥିଲି। ଏ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ ବି କେହି ମୋ କଥା ଶୁଣି ନ ଥିଲେ। ମୁଖ୍ୟମନ୍ତ୍ରୀ ଭଲ ଲୋକ। ସେ ଯଦି ଏ ଘଟଣାକୁ ଠିକ୍ ଭାବେ ତର୍ଜମା କରିବେ ତା’ହେଲେ ସତ୍ୟାସତ୍ୟ ଜଣାପଡ଼ିବ।”

କଟକ ଏସ୍‌ସିପି ମେଡିକାଲ୍‌ର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ କହିଛନ୍ତି,“ସନ୍ଦୀପଙ୍କର ଶରୀରର ୬୫ ପ୍ରତିଶତ ପୋଡ଼ି ଯାଇଛି। ତାଙ୍କୁ ସ୍ପେଶାଲ୍ କେୟାର ୟୁନିଟ୍‌ରେ ରଖାଯାଇଛି। ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ପକ୍ଷରୁ ଏକ ଟିମ୍ ତାଙ୍କର ଯତ୍ନ ନେଉଛନ୍ତି।”

ଗତକାଲି ରାତିରେ ସନ୍ଦୀପ ପଳାସପଲ୍ଲୀ ପଟୁ ଆସି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ  ନିଜ ଦେହରେ  କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ବାସଭବନ ଆଡକୁ ଦୌଡ଼ିଥିଲେ। ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ୍‌ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ କାବୁ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସନ୍ଦୀପଙ୍କ ଶରୀରରେ ପ୍ରାୟ ୭୦ ଭାଗ ଅଂଶ ପୋଡ଼ି ଯାଇଛି।  ପ୍ରାଥମିକ  ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ସନ୍ଦୀପ କମିଶନରେଟ୍‌ ପୋଲିସରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। କୌଣସି  କାରଣ ନେଇ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା। ପୋଲିସ୍‌ ବଳୟକୁ ଭେଦି ସନ୍ଦିପ କିପରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡକୁ ଆସିଲେ ତାକୁ ନେଇ କମିଶନରେଟ୍‌ ପୋଲିସ୍‌ ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟପକ୍ଷରେ ଏ ଘଟଣା ପରେ ନବୀନ ନିବାସର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story