୨୭ ଅକ୍ଟୋବର,ଶୁକ୍ରବାର : ଜାଣନ୍ତୁ  ଆଜି କିଏ କ’ଣ ପାଇବେ ଆଉ ହରାଇବେ

ମେଷ: ଅଭାବ, ଅନଟନ ଦୂରେଇ ଯିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଈର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ ।

ବୃଷ: ନୂତନ ନିଯୁକ୍ତି ଓ କର୍ମଭାର ବହନ କରି ସୁପରିଚାଳନା କରିବେ । ଚିତ୍ତ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା କଫରେ ଆକ୍ରାନ୍ତ ହେବେ । ପ୍ରେମୀ ଓ ସାହସୀ ହେବେ । ବିବାଦରେ ବିଜୟୀ ହେବେ ।

ମିଥୁନ: କର୍ମ ତତ୍ପରତା ପ୍ରକାଶ ପାଇବ । ମନ ପ୍ରସନ୍ନ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟ ଲାଭଜନକ ହେବ । ଦୟାଳୁ ସ୍ୱଭାବର ହେବେ । ଯଶସ୍ୱୀ ହେବେ । ପାରିବାରିକ ସ୍ନେହ ରହିବ ।

କର୍କଟ: ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିୟୋଜିତ ହେବେ।  ମନରେ ଅହଂଭାବ ଜାଗ୍ରତ ହୋଇପାରେ ।

ସିଂହ: ମୂଲ୍ୟବାନ ଦ୍ରବ୍ୟ ହସ୍ତଗତ ହୋଇପାରେ । ଭୋଗ ବିଳାସରେ ଦିନଟି କଟିପାରେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ଶରୀର ସୁସ୍ଥ ରହିବ । ବଳଶାଳୀ ହେବେ । ଶତ୍ରୁ ପ୍ରତି ସାବଧାନ୍ ରହିବେ।

କନ୍ୟା: ଗୃହକାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ହଠାତ କିଛି ଧନପ୍ରାପ୍ତିର ସୂଚନା ମିଳିପାରେ  । ବ୍ୟବସାୟରେ ପ୍ରଚୁର ଲାଭ ହୋଇପାରେ ।

ତୁଳା: କର୍ମକ୍ଷେତ୍ରରେ ଅଶାନ୍ତି ଅନୁଭବ କରିପାରନ୍ତି । ଉଦାର ସ୍ୱଭାବର ହେବେ । ଦୀନ, ଦରିଦ୍ରଙ୍କୁ ଦାନ ଦେଇ ଆତ୍ମତୃପ୍ତି ଲାଭ କରିପାରନ୍ତି।  ସ୍ୱାସ୍ଥ୍ୟ ଭଲ ରହିବ । କୃଷି କ୍ଷେତ୍ରକୁ ତ୍ୱରାନ୍ୱିତ କରିପାରନ୍ତି  ।

ବିଛା: ଚାକିରି କ୍ଷେତ୍ରରେ ସମସ୍ୟା ଦେଖାଦେବ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ ।  ଦାମ୍ପତ୍ୟରେ  ସୁଖ ମିଳିବ।

ଧନୁ: ପ୍ରିୟ ଲୋକଙ୍କ ସମାଗମ ହୋଇପାରେ । ସୁଖ ସମ୍ମାନ ଲାଭ କରିବେ । ସ୍ୱାସ୍ଥ୍ୟ ଅତୁଟ ରହିବ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ମାନ୍ୟତା ପ୍ରାପ୍ତ ହେବ । ପରୋପକାରୀ ହେବେ ।

ମକର: ନୂତନ ଆୟର ମାର୍ଗ ଖୋଲିପାରେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁସ୍ୱାଦୁ ଭୋଜନ ମିଳିବ । ବଳବାନ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ବ୍ୟବସାୟ ପାଇଁ ମନ ବଳାଇବେ । ମାଲି ମୋକଦ୍ଦମାରେ ବିଜୟୀ ହୋଇ ପାରନ୍ତି।।

କୁମ୍ଭ: ଆୟ ଆଶାନୁରୂପ ହେବ । ଆଶାବାଦୀ ହେବେ । ସୌଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ଉଦାର ହେବେ ।

ମୀନ: ଅଭାବ ପୂରଣ ହେବ । ନୈରାଶ୍ୟ ଭାବ ଦୂରେଇ ଯିବ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହୋଇପାରନ୍ତି । ଚକ୍ଷୁରେ ସାମାନ୍ୟ ପୀଡ଼ା ଦେଖାଦେଇ ପାରେ । କଅଁଳ କଥାରେ କାର୍ଯ୍ୟ ହାସଲ କରିବେ ।