ହଷ୍ଟେଲରେ ରହିବାକୁ ବୁଦ୍ଧିଆ ସିଂ ଅନିଚ୍ଛୁକ ଥିଲେ ଅନ୍ୟତ୍ର ଯାଇପାରିବେ: ଶାଶ୍ୱତ ମିଶ୍ର 

ଭୁବନେଶ୍ୱର: ମାରାଥନ୍‌ ବୟ ବୁଦ୍ଧିଆ ସିଂ ହଷ୍ଟେଲକୁ ନ ଫେରିବା ନେଇ  ଖବର ପ୍ରକାଶ ପାଇବା ପରେ କ୍ରୀଡ଼ା ବିଭାଗର ଚେତା ପଶିଛି। ଆଜି କ୍ରୀଡ଼ା ସଚିବ ଶାଶ୍ୱତ ମିଶ୍ର  ଏ ନେଇ ଏକ ବୈଠକ ଡାକି ଆଲୋଚନା କରିଛନ୍ତି। ସେ କହିଛନ୍ତି,“ସାଧାରଣତଃ ଖରା ଛୁଟି ପରେ ପ୍ରାୟ ୫ରୁ ୧୦ ପ୍ରତିଶତ ପିଲା ଠିକ୍ ସମୟରେ ହଷ୍ଟେଲ୍‌କୁ ଆସି ନ ଥାଆନ୍ତି। ବୁଦ୍ଧିଆ ହଷ୍ଟେଲ ନ ଆସିବାରୁ ତାଙ୍କ ଦାଦାଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏହାସହିତ […]

saswata

saswata

Rakesh Mallick
  • Published: Friday, 08 July 2016
  • Updated: 08 July 2016, 02:14 PM IST

Sports

Latest News

ଭୁବନେଶ୍ୱର: ମାରାଥନ୍‌ ବୟ ବୁଦ୍ଧିଆ ସିଂ ହଷ୍ଟେଲକୁ ନ ଫେରିବା ନେଇ  ଖବର ପ୍ରକାଶ ପାଇବା ପରେ କ୍ରୀଡ଼ା ବିଭାଗର ଚେତା ପଶିଛି। ଆଜି କ୍ରୀଡ଼ା ସଚିବ ଶାଶ୍ୱତ ମିଶ୍ର  ଏ ନେଇ ଏକ ବୈଠକ ଡାକି ଆଲୋଚନା କରିଛନ୍ତି। ସେ କହିଛନ୍ତି,“ସାଧାରଣତଃ ଖରା ଛୁଟି ପରେ ପ୍ରାୟ ୫ରୁ ୧୦ ପ୍ରତିଶତ ପିଲା ଠିକ୍ ସମୟରେ ହଷ୍ଟେଲ୍‌କୁ ଆସି ନ ଥାଆନ୍ତି। ବୁଦ୍ଧିଆ ହଷ୍ଟେଲ ନ ଆସିବାରୁ ତାଙ୍କ ଦାଦାଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏହାସହିତ କୋଚ୍‌ମାନେ ବୁଦ୍ଧିଆଙ୍କ ଘରକୁ ଯାଇ ତାଙ୍କ ବଡ଼ ଭଉଣୀଙ୍କ ସହ ଦେଖା କରିଥିଲେ। ସେମାନେ ନୟାଗଡ଼ରେ ଅଛନ୍ତି, ଦୁଇ ଚାରି ଦିନ ମଧ୍ୟରେ ଫେରିବେ ବୋଲି ତାଙ୍କ ମା’ ଗତକାଲି ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ ବୁଦ୍ଧିଆ କେବେ ଫେରିବେ ଆମେ ଅପେକ୍ଷା କରିଛୁ। ବୁଦ୍ଧିଆଙ୍କ କ’ଣ ଅସୁବିଧା ରହିଛି  ତାଙ୍କ ମା’ ଆମକୁ କିଛି ଲିଖିତ ଅଭିଯୋଗ କରି ନାହାନ୍ତି।  ସେ ଅନ୍ୟ କେଉଁଠି ଆଡମିଶନ କଲେ ଭଲ ଟ୍ରେନିଂ ପାଇପାରିବ, ନିଶ୍ଚିତ ଏହା ଆମ ପାଇଁ ସ୍ୱାଗତ ଯୋଗ୍ୟ। ସେ ଫେରିଲେ ଏବେ ବି ହଷ୍ଟେଲ୍‌ରେ ରହି ପାରିବେ। ପ୍ରକୃତରେ ସେ  ହଷ୍ଟେଲ୍‌ରେ ରହିବାକୁ ଚାହୁଁ ନ ଥିଲେ ଆମେ ତାଙ୍କୁ ଜବରଦସ୍ତି ରଖିବୁ ନାହିଁ।”

କ୍ରାଡ଼ା ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କ୍ରୀଡା ବିଭାଗର ଅଧିକାରୀ ଓ ସ୍ପୋର୍ଟସ୍‌ ହଷ୍ଟେଲ୍‌ ଇନ୍‌ଚାର୍ଜ ତଥା ବୁଦ୍ଧିଆଙ୍କ କୋଚ୍‌ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ବୁଦ୍ଧିଆ ଭୁବନେଶ୍ୱର ସ୍ପୋର୍ଟସ ହେଷ୍ଟେଲରେ ନାହାନ୍ତି କି ଘରେ ମଧ୍ୟ ନାହାନ୍ତି। କ୍ରୀଡା ବିଭାଗ ତିନି ତିନି ଥର ଚିଠି ଲେଖିଲା ପରେ ମଧ୍ୟ ସେ ହଷ୍ଟେଲକୁ ଫେରି ନାହାନ୍ତି ବୋଲି ଗତକାଲି ଖବର ପ୍ରସାରିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos