ଥଣ୍ଡା ଥଣ୍ଡା କୁଲ୍‌ କୁଲ୍‌: ଘରେ ତିଆରି କରି ଖାଆନ୍ତୁ ‘ଚକୋଲେଟ୍‌ ଆଇସକ୍ରିମ୍‌’

ଆବଶ୍ୟକୀୟ ସାମଗ୍ରୀ: କ୍ଷୀର, କକୋ ପାଉଡର, ଚିନି, କର୍ଣ୍ଣ ଫ୍ଲାୱାର, ଭାନିଲା ଏସେନ୍ସ

ପ୍ରସ୍ତୁତି ପ୍ରଣାଳୀ: କଡ଼େଇରେ କ୍ଷୀର ଗରମ କରନ୍ତୁ।  କ୍ଷୀର ଅଳ୍ପ ଗରମ  ହୋଇଗଲେ ତାକୁ ପାତ୍ରକୁ ଢ଼ାଳି ଦିଅନ୍ତୁ। କ୍ଷୀରରେ କୋକୋ ପାଉଡର ଓ ଚିନି ପକାଇ ଘାଣ୍ଟନ୍ତୁ। କିଛି ସମୟ ପରେ ସେଥିରେ କର୍ଣ୍ଣଫ୍ଲୋର ପକାଇ ଘାଣ୍ଟନ୍ତୁ। ଏହା ଥଣ୍ଡା ହୋଇଯିବା ପରେ ଫ୍ରିଜରରେ ରଖିଦିଅନ୍ତୁ। ଫ୍ରିଜ୍‌ର ଟେମ୍ପେଚରକୁ ବଢ଼ାଇ ଦିଅନ୍ତୁ। ୬ରୁ ୭ ଘଣ୍ଟା ଫ୍ରିଜ୍‌ରେ ରଖନ୍ତୁ। ଏହାପରେ ତାକୁ ବାହାରକୁ କାଢ଼ି ଆଣିନ୍ତୁ। ପ୍ରସ୍ତୁତ ହୋଇ ଗଲା ଚକୋଲେଟ୍‌ ଆଇସକ୍ରିମ୍‌। ସେଥିରେ ଭାନିଲା ଏସେନ୍ସ ପକାଇ ପରିବାର ଲୋକଙ୍କ ସହ ଆନନ୍ଦରେ ଖାଆନ୍ତୁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।