ଶିଶୁଙ୍କ ମାଲିସ୍‌ ପାଇଁ ବ୍ୟବହାର କରନ୍ତୁ ଏହି ତେଲ: ନହେଲେ ବଢ଼ିପାରେ ସମସ୍ୟା

ପିଲାମାନଙ୍କ ତ୍ୱଚା ବହୁତ କୋମଳ ହୋଇଥାଏ। ଖାସ୍‌କରି ନବଜାତ ଶିଶୁଙ୍କର ତ୍ୱଚା। ଏହି ସମୟରେ ଶିଶୁଙ୍କର ବିଶେଷ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି। ସାମାନ୍ୟ ଅବହେଳା ସେମାନଙ୍କ ତ୍ୱଚାକୁ ହାନୀ ପହଞ୍ଚାଇପାରେ। ମାଆମାନେ ବିଭିନ୍ନ ଶିଶୁ ପ୍ରଡକ୍ଟ ପିଲାମାନଙ୍କ ଦେହରେ ବ୍ୟବହାର କରିଥାନ୍ତି। ହେଲେ ବହୁତ କମ ମାଆଙ୍କର ଏହି ବେବି ପ୍ରଡକ୍ଟ ବିଷୟରେ ଧାରଣା ଥାଏ। ଭାରତରେ ଶୁଶୁଙ୍କୁ ତେଲ ମାଲିସ କରାଯାଇଥାଏ। ଏହାଦ୍ୱାରା ପିଲାର ମସଲ୍ସ ଦୃଢ଼ ହୋଇଥାଏ ଓ ସେ ସୁସ୍ଥ ରହିଥାଏ। […]

baby

baby

Rakesh Mallick
  • Published: Tuesday, 20 February 2018
  • Updated: 20 February 2018, 10:33 AM IST

Sports

Latest News

ପିଲାମାନଙ୍କ ତ୍ୱଚା ବହୁତ କୋମଳ ହୋଇଥାଏ। ଖାସ୍‌କରି ନବଜାତ ଶିଶୁଙ୍କର ତ୍ୱଚା। ଏହି ସମୟରେ ଶିଶୁଙ୍କର ବିଶେଷ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି। ସାମାନ୍ୟ ଅବହେଳା ସେମାନଙ୍କ ତ୍ୱଚାକୁ ହାନୀ ପହଞ୍ଚାଇପାରେ। ମାଆମାନେ ବିଭିନ୍ନ ଶିଶୁ ପ୍ରଡକ୍ଟ ପିଲାମାନଙ୍କ ଦେହରେ ବ୍ୟବହାର କରିଥାନ୍ତି। ହେଲେ ବହୁତ କମ ମାଆଙ୍କର ଏହି ବେବି ପ୍ରଡକ୍ଟ ବିଷୟରେ ଧାରଣା ଥାଏ। ଭାରତରେ ଶୁଶୁଙ୍କୁ ତେଲ ମାଲିସ କରାଯାଇଥାଏ। ଏହାଦ୍ୱାରା ପିଲାର ମସଲ୍ସ ଦୃଢ଼ ହୋଇଥାଏ ଓ ସେ ସୁସ୍ଥ ରହିଥାଏ। ଡାକ୍ତର ମଧ୍ୟ ହାଲକା ହାତରେ ସବୁଦିନ ମାଲିସ କରିବାକୁ ପରାମର୍ଶ ଦେଇଥାନ୍ତି। ହେଲେ କୋମଳମତି ଶୁଶୁଙ୍କୁ ମାଲିସ କରିବା ବେଳେ ମାଆମାନଙ୍କୁ ସବୁ ବେଳେ ଧ୍ୟାନ ରଖିବାକୁ ପଡ଼ିବ ସେମାନେ ଠିକ୍‌ ତେଲ ବ୍ୟବହାର କରୁଛନ୍ତି କି ନାହିଁ। ବିଶେଷ କରି ଡାକ୍ତର unadulterated oil ବ୍ୟବହାର କରିବାକୁ ପରାମର୍ଶ ଦେଇଥାନ୍ତି। ଏଥିରେ ଭିଟାମିନ-ଇ ରହିଥାଏ, ଯାହା ଶିଶୁକୁ ସୁସ୍ଥ ଓ ସୁରକ୍ଷିତ ରଖିଥାଏ।

କିଛି ମାଆ ଶିଶୁଙ୍କ ମାଲିସ ପାଇଁ ସୋରିଷ ତେଲ ଏବଂ Olive oil ବ୍ୟବହାର କରିଥାନ୍ତି। ହେଲେ ଏହି ତେଲରେ ବହୁତ ମାତ୍ରାରେ ଓଏଲିକ ଏସିଡ୍‌ ରହିଥାଏ, ଯାହା ଶିଶୁର ତ୍ୱଚା ଉପରେ ଖରାପ ପ୍ରଭାବ ପକାଇ ପାରେ। ଶିଶୁରୋଗ ବିଶେଷଜ୍ଞଙ୍କ ମତରେ ସବୁଠାରୁ ଭଲ ହେଉଛି ମିନେରାଲ ଅଏଲରେ ଶିଶୁଙ୍କ ମାଲିସ କରାଯିବା। ଆସନ୍ତୁ ଜାଣିବା ଶିଶୁଙ୍କ ମାଲିସ ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦିଆଯିବା ଉଚିତ।

skin-careମିନେରାଲ ଅଏଲ ଭଲ କାହିଁକି

ଡାକ୍ତରଙ୍କ ମତରେ ଶିଶୁଙ୍କ ପାଇଁ ସବୁଠାରୁ ଭଲ ତେଲ ହେଉଛି ଅଧିକ ପ୍ୟୁରିଫାଏଡ ହୋଇଥିବା ମିନେରାଲ ଅଏଲ। ଏହା ଶିଶୁଙ୍କ ତ୍ୱଚା ପାଇଁ ବହୁତ ଭଲ ହୋଇଥାଏ। ଅନ୍ୟ କୌଣସି ତେଲ ଲଗାଇଲେ ଶିଶୁଙ୍କ ଦେହରୁ ଝାଳ ବାହାରିବା ବନ୍ଦ ହୋଇଯାଇଥାଏ। ହେଲେ ମିନେରାଲ ଅଏଲ ବ୍ୟବହାର କରିବା ପରେ ଏପରି ସମସ୍ୟା ଦେଖା ଦେଇ ନଥାଏ। ଏହି ତେଲ ବହୁତ ପତଳା ହୋଇଥିବାରୁ ଦେହ ବିଭିନ୍ନ ଅଙ୍ଗରେ ଶୀଘ୍ର ଲଗାଇ ହୋଇଥାଏ। ଏହି ତେଲ ବ୍ୟବହାର କଲେ ପିଲାମାନେ ଚିଡିଚିଡା ହୋଇ ନଥାନ୍ତି।

କେତେ ସୁରକ୍ଷିତ ମିନେରାଲ ଅଏଲ

ମିନେରାଲ ଅଏଲ କ୍ରୁଡ଼ ଅଏଲରୁ ତିଆରି ହୋଇଥାଏ। ହେଲେ ଏହାକୁ ବହୁତ ଗୁଡିଏ ପ୍ରକ୍ରିୟା ଦେଇ ପ୍ୟୁରିଫାଏଡ କରାଯାଇଥାଏ। ଏଥିପାଇଁ ଏହା ଶୁଶୁଙ୍କ ପାଇଁ ସୁରକ୍ଷିତ ହୋଇଥାଏ। ସେହିପରି ମିନେରାଲ ଅଏଲ କେବଳ ଶୁଶୁଙ୍କ ମାଲିସ ପାଇଁ ନୁହେଁ, ସ୍କିନ୍‌ କେୟାର ପ୍ରଡକ୍ଟ, ଔଷଧ ଓ ଖାଇବାରେ ମଧ୍ୟ ବ୍ୟବହାର କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos