ପେଡ୍‌ ଆପ୍‌କୁ ମାଗଣାରେ ଡାଉନ୍‌ଲୋଡ୍‌ କରିବାକୁ ଚାହୁଁଛନ୍ତି? ଜାଣନ୍ତୁ କିଛି ଟିପ୍‌ସ

ଅନେକଥର ଏପରି ହୋଇଥାଏ, ଆମକୁ କିଛି ଆପ୍ ପସନ୍ଦ ଆସିଥାଏ ବା କେହି ଆମକୁ କହିଥାନ୍ତି କି ଏହି ଆପ୍‌ଟି ବହୁତ ଭଲ କାମ କରୁଛି, ତାକୁ ଡାଉନଲୋଡ୍ କରିଦିଅ। ହେଲେ ଆମେ ଯେତେବେଳେ ପ୍ଲେ-ଷ୍ଟୋରରୁ ଏହି ଆପଟିକୁ ଡାଉନଲୋଡ୍ କରିବାକୁ ଯାଉ, ଜଣା ପଡ଼ିଥାଏ ଯେ, ଏହା ଏକ ପେଡ୍ ଆପ୍। ତେଣୁ ତାକୁ ଡାଉନଲୋଡ୍ କଲେ ଟଙ୍କା ଦେବାକୁ ପଡ଼ିବ ଜାଣି ଆମର ମନ ଦୁଃଖ ହୋଇଥାଏ। ହେଲେ ଏବେ ଆଉ ମନ ଦୁଃଖ କରିବାକୁ ପଡ଼ିବ ନାହିଁ। କାରଣ ପେଡ୍ ଆପ୍‌କୁ ମାଗଣାରେ ଡାଉନ୍‌ଲୋଡ୍ କରିବାର ଫର୍ମୁଲା ବି ଅଛି। ପଢ଼ନ୍ତୁ କେମିତି କରିବେ ତାହା।

(୧) ବ୍ଲାକମାର୍ଟ୍ ଆଲ୍‌ଫା: ପ୍ରଥମେ ଗୁଗୁଲକୁ ଯାଇ www.blackmart.us କୁ ଯାଇ ବ୍ଲାକ୍‌ମାର୍ଟ ଆଲ୍‌ଫା ଆପ୍ ଡାଉନଲୋଡ୍ କରନ୍ତୁ। ବର୍ତ୍ତମାନ ଆପ୍‌ର ସର୍ଚ୍ଚ ବାର୍‌ରେ ଯେଉଁ ଆପ୍‌କୁ ଡାଉଲୋଡ୍‌ କରିବାକୁ ଚାହୁଁଛନ୍ତି ସର୍ଚ୍ଚ କରନ୍ତୁ ଓ ଅତି ସହଜରେ ଏହାକୁ ଡାଉଲୋଡ୍ କରନ୍ତୁ।

(୨) ଆଉଗୋଟେ ଉପାୟ ହେଉଛି, ଆପଣ ଅନ୍ୟ ସାଇଟ୍‌ରୁ ଆପ୍‌ର apk ଫାଇଲ୍ ଡାଉନ୍‌ଲୋଡ୍‌ କରନ୍ତୁ। ଏଥିପାଇଁ ଆପଣ 4shared.com, Mediafire.com, Apkfiles.com, Apkmeniafull.com, Apkpure.com ପରି ଆପ୍‌ର ସାହାଯ୍ୟ ନେଇପାରିବେ।

(୩) ଗୁଗୁଲ ପ୍ଲେ-ଷ୍ଟୋରରୁ ପେଡ୍ ଆପ୍‌ ଡାଉନଲୋଡ୍‌ କରିବା ପାଇଁ ଆପଣ ଥାର୍ଡ ପାର୍ଟି ଷ୍ଟୋର୍‌ର ମଧ୍ୟ ସାହାଯ୍ୟ ନେଇପାରିବେ। ଅନେକ ସମୟରେ ଥାର୍ଡ ପାର୍ଟି ଷ୍ଟୋରଗୁଡିକ ରିହାତିରେ ପେଡ୍‌ ଆପ୍ ଦେଇଥାଏ। ଏଥିପାଇଁ ଆପଣ Amazon Underground service, AppGradis, Freeapps, App of The Day, AppSales ଓ 9Apps ପରି ଆପ୍‌ର ସାହାଯ୍ୟ ନେଇପାରିବେ।