ଓଜନ କମାଇବା ପାଇଁ ପରଫେକ୍ଟ ଡାଏଟ୍ ପ୍ଲାନ୍‌

ଆଜିର ସମୟରେ ମୋଟାପଣ ହେଉଛି ସବୁଠୁ ବଡ଼ ସମସ୍ୟା। ଏହି ମୋଟାପଣକୁ କମେଇବା ପାଇଁ ଅନେକ ଲୋକ ଭିନ୍ନ ଭିନ୍ନ ଉପାୟ ଆପଣେଇଥାନ୍ତି। ହେଲେ କୌଣସି ଫାଇଦା ମିଳେ ନାହିଁ। କିଛି ଲୋକ ଅଛନ୍ତି ଯେଉଁମାନେ ଓଜନ କମାଇବା ପାଇଁ ଖାଇବା ପିଇବାରେ ଅବହେଳା କରନ୍ତି। ଏହା କିନ୍ତୁ ଭ୍ରାନ୍ତ ଧାରଣା। ଖାଦ୍ୟ ଖାଇବା ବନ୍ଦ କରିଦେଲେ ଓଜନ କମି ନ ଥାଏ। ବରଂ ଠିକ୍ ସମୟରେ ଖାଦ୍ୟ ନ ଖାଇଲେ ଗ୍ୟାସ୍‌ ହୋଇ ଓଜନ ବୃଦ୍ଧି […]

food

food

Rakesh Mallick
  • Published: Sunday, 18 February 2018
  • Updated: 18 February 2018, 01:24 PM IST

Sports

Latest News

ଆଜିର ସମୟରେ ମୋଟାପଣ ହେଉଛି ସବୁଠୁ ବଡ଼ ସମସ୍ୟା। ଏହି ମୋଟାପଣକୁ କମେଇବା ପାଇଁ ଅନେକ ଲୋକ ଭିନ୍ନ ଭିନ୍ନ ଉପାୟ ଆପଣେଇଥାନ୍ତି। ହେଲେ କୌଣସି ଫାଇଦା ମିଳେ ନାହିଁ। କିଛି ଲୋକ ଅଛନ୍ତି ଯେଉଁମାନେ ଓଜନ କମାଇବା ପାଇଁ ଖାଇବା ପିଇବାରେ ଅବହେଳା କରନ୍ତି। ଏହା କିନ୍ତୁ ଭ୍ରାନ୍ତ ଧାରଣା। ଖାଦ୍ୟ ଖାଇବା ବନ୍ଦ କରିଦେଲେ ଓଜନ କମି ନ ଥାଏ। ବରଂ ଠିକ୍ ସମୟରେ ଖାଦ୍ୟ ନ ଖାଇଲେ ଗ୍ୟାସ୍‌ ହୋଇ ଓଜନ ବୃଦ୍ଧି ହୋଇଥାଏ। ନିଜ ଡାଏଟ୍‌ ଚାର୍ଟରେ କିଛି ପରିବର୍ତ୍ତନ କଲେ ଆପଣ ନିଜର ଓଜନ କମ୍ କରିପାରିବେ।
ଚାହା ବଦଳରେ ପିଅନ୍ତୁ ଲେମ୍ବୁ ପାଣି: ସକାଳେ ଚାହା କି କଫି ବଦଳରେ ଲେମ୍ବୁ ପାଣି ପିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ଶରୀରକୁ ଏନର୍ଜି ମିଳିବ ସହ ଦିନ ତମାମ୍ ସତେଜ୍ ଅନୁଭବ କରିବେ। ଏହା ବ୍ୟତିତ ଲେମ୍ବୁ ପାଣି ପିଇଲେ ଆପଣଙ୍କ ଶରୀରରେ ଚର୍ବି ଜମା ହେବନାହିଁ। ଏହାଦ୍ୱାରା ଜମି ରହିଥିବା ଚର୍ବି କମିଯାଏ। ତେଣୁ ପ୍ରତିଦିନ ସକାଳେ ଲେମ୍ବୁପାଣି ପିଇବା ଅଭ୍ୟାସ କରନ୍ତୁ।
ଜଳଖିଆରେ ଫଳ: ଜଳଖିଆରେ ଅଧିକ ତେଲ ମସଲା ଜାତୀୟ ଖାଦ୍ୟ ନ ଖାଇ ଫଳ ଖାଆନ୍ତୁ। ଯଦି ଫଳ ଖାଇବାକୁ ଭଲ ଲାଗୁନି ତେବେ ଫ୍ରୁଟ ସାଲାଡ୍‌ ବନାଇ ଏଥିରେ ଚାଟ୍‌ ମସଲା ପକାଇ ଖାଆନ୍ତୁ। ନଚେତ୍ ଫଳରେ ବିନା କ୍ରିମ ବାଲା ଦହି ମିଶାଇ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ପେଟ ବି ଭରିଯିବ ଓ ମୋଟାପଣରୁ ବି ମୁକ୍ତି ମିଳିବ।
ଲଞ୍ଚ୍‌ରେ ସାଲାଡ୍: ପ୍ରାୟ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ଥାଏ ଯେ ଲଞ୍ଚରେ ପେଟ ଭରି ଖାଦ୍ୟ ଖାଇବା ଉଚିତ୍। କିନ୍ତୁ ଏହା ଆପଣଙ୍କ ଓଜନ ବଢ଼ାଇଥାଏ। ଯେତେ ସମ୍ଭବ ଲଞ୍ଚ୍‌ରେ ହାଲକା ଖାଦ୍ୟ ଖାଆନ୍ତୁ। ପ୍ରତିଦିନ ଗ୍ରିନ୍‌ ସାଲାଡ୍ ଖାଆନ୍ତୁ। ଖାଇବା ପରେ ଲେମ୍ବୁ ପାଣି ପିଅନ୍ତୁ। ଯଦି ଲେମ୍ବୁ ପାଣି ପସନ୍ଦ ନୁହଁ ତେବେ ବିନା ଚିନିରେ ଜୁସ୍ ପିଇପାରିବେ।
ଲାଇଟ୍ ଡିନର୍: ରାତିରେ ଦୁଇପଟ ରୁଟି ଓ ସବୁଜ ପନିପରିବାରୁ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ନହେଲେ ଏକ ବାଉଲ ଡାଲି ଖାଆନ୍ତୁ। ଦଲିଆ ମଧ୍ୟ ଖାଇପାରିବେ। ଶୋଇବା ପୂର୍ବରୁ ଏକ ଗ୍ଲାସ୍ ଗରମ ପାଣି ପିଇ ଶୁଅନ୍ତୁ। ଏହା ଆପଣଙ୍କ ଶରୀରରେ ଚର୍ବି ଜମିବାକୁ ଦେବନାହିଁ।

ଏହି ଡାଏଟ୍ ପ୍ଲାନ୍‌କୁ ଆପଣାଇ ଦେଖନ୍ତୁ, ଖୁବ କମ୍‌ ଦିନ ମଧ୍ୟରେ ଆପଣଙ୍କ ଓଜନ କମିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos