ଘରେ ପ୍ରସ୍ତୁତ କରନ୍ତୁ ମସଲା ମାଛ ଭଜା

ଦରକାରୀ ସାମଗ୍ରୀ- ବଡ଼ ମାଛ, କର୍ଣ୍ଣଫ୍ଲୋର, ମଇଦା, ଅଦା ବଟା, ଭିନେଗାର, ରସୁଣ ବଟା, ଜିରା ପାଉଡର, ଧନିଆ ପାଉଡର, କଞ୍ଚାଲଙ୍କା ବଟା ହୋଇଥିବା, ସୋୟାସସ୍‌, ଟମାଟୋ ସସ୍‌, ହଳଦୀ, ଧନିଆ ପତ୍ର, ସ୍ୱାଦ ଅନୁସାରେ ଲୁଣ ଓ ମାଛ  ଭାଜିବା ପାଇଁ ଦରକାର ଅନୁଯାୟୀ ତେଲ

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ମାଛକୁ ଭଲଭାବରେ ସଫା କରି ଧୋଇ ଦିଅନ୍ତୁ। ତା’ପରେ ମାଛରେ  ହଳଦୀ,ଲୁଣ, ଅଦା, ରସୁଣ କଞ୍ଚାଲଙ୍କା, ଜିରା, ଧନିଆ, ସୋୟାସସ୍, ଭିନେଗାର, କଟା ହୋଇଥିବା ଧନିଆ ପତ୍ର ଓ ଶେଷରେ କର୍ଣ୍ଣଫ୍ଲୋର ଓ ମଇଦା ଦେଇ ଭଲ ଭାବରେ ଗୋଳେଇ ଦିଅନ୍ତୁ। ତା’ପରେ କିଛି ସମୟ ତାକୁ ରଖି ଦିଅନ୍ତୁ। କଡ଼େଇରେ ତେଲ ଗରମ କରି କମ୍‌ ଆଞ୍ଚରେ ଲାଲ୍‌ କରି ଭାଜି ନିଅନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ମାଛ ଭଜା। ସଜାଇବାକୁ  ଚାହୁଁଥିଲେ ଟମାଟୋ କଟା, ଗୋଟା କଞ୍ଚାଲଙ୍କା ଓ ଧନିଆ ପତ୍ର ଦେଇ ସଜାନ୍ତୁ।