ଟେଷ୍ଟି ଟେଷ୍ଟି ଚିଙ୍ଗୁଡ଼ି କୋପ୍ତା

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ପିଆଜ, ରସୁଣ, ଜିରା, ଅଦା, ହଳଦୀ, ଲୁଣ, କଞ୍ଚା ଲଙ୍କା, ତେଲ, ଟମାଟୋ, ଗରମ ମସଲା।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିକୁ ପରିଷ୍କାର କରି ଧୋଇ ସେଥିରେ ପିଆଜ, କଞ୍ଚା ଲଙ୍କା, ରସୁଣ ମିସାଇ ବାଟି ଦିଅନ୍ତୁ। ଏହି ବାଟଣରେ ଲୁଣ, ହଳଦୀ ଗୁଣ୍ଡ ମିଶାଇ ଛୋଟ ଛୋଟ କୋପ୍ତା କରି ତେଲରେ ଛାଣି ନିଅନ୍ତୁ।  ଆଉ କିଛି ପିଆଜ, ଅଦା, ଲଙ୍କା, ଜିରାକୁ ବାଟି ନିଅନ୍ତୁ। ତା’ପରେ କଡ଼େଇରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ପିଆଜ ଓ ଅଦା ବଟାକୁ ପକାନ୍ତୁ। ମସଲା ଅଳ୍ପ କଷି ହୋଇଯିବା ପରେ କଟା ଟମାଟୋ, ଲୁଣ ଓ ହଳଦୀ ପକାନ୍ତୁ। ମସଲା ଭଲ ଭାବେ କଷି ହୋଇଯିବା ପରେ ଝୋଳ ପାଇଁ ଆବଶ୍ୟକ ପାଣି ଦିଅନ୍ତୁ। ପାଣି ଫୁଟି ଆସିଲେ କୋପ୍ତା ଓ ଗରମ ମସଲା ପକାଇ ତରକାରି ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି କୋପ୍ତା। ନିଜେ ଖାଆନ୍ତୁ ଓ ବନ୍ଧୁ ପରିଜନକୁ ମଧ୍ୟ  ଖାଇବାକୁ ଦିଅନ୍ତୁ।