ବଜ୍ରପାତ ହେବ କି ନା ଆଗୁଆ ମିଳିବ ସୂଚନା: ମୋବାଇଲରେ ଆସିବ ମେସେଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ପାଇଁ ମହାବିପତ୍ତି ସାଜିଛି ବଜ୍ରପାତ। ଏହାର ପ୍ରଭାବରେ ଚଳିତବର୍ଷ ୧୯୧ ଜୀବନ ଯାଇଛି। ଅନେକ ଆହତ ମଧ୍ୟ ହୋଇଛନ୍ତି। ତେବେ ବଜ୍ରପାତଜନିତ ମୃତ୍ୟୁ ରୋକିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ବଜ୍ରପାତ ସଂପର୍କରେ ଆଗୁଆ ସୂଚନା ଦେବା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ଅଫିସରେ ଏକ ମଲ୍ଟି ମେସେଜ୍‌ ସିଷ୍ଟମ ରହିବ। ଏହା ମାଧ୍ୟମରେ ଯେଉଁ ଅଞ୍ଚଳରେ ବଜ୍ରପାତ ହେବ, ସେହି ଅଞ୍ଚଳର ଲୋକଙ୍କୁ ମୋବାଇଲକୁ ସୂଚନା ଦିଆଯାଇପାରିବ। […]

lightening-bolt-tree-1

lightening-bolt-tree-1

Rakesh Mallick
  • Published: Wednesday, 13 September 2017
  • Updated: 13 September 2017, 10:13 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ପାଇଁ ମହାବିପତ୍ତି ସାଜିଛି ବଜ୍ରପାତ। ଏହାର ପ୍ରଭାବରେ ଚଳିତବର୍ଷ ୧୯୧ ଜୀବନ ଯାଇଛି। ଅନେକ ଆହତ ମଧ୍ୟ ହୋଇଛନ୍ତି। ତେବେ ବଜ୍ରପାତଜନିତ ମୃତ୍ୟୁ ରୋକିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ବଜ୍ରପାତ ସଂପର୍କରେ ଆଗୁଆ ସୂଚନା ଦେବା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ଅଫିସରେ ଏକ ମଲ୍ଟି ମେସେଜ୍‌ ସିଷ୍ଟମ ରହିବ। ଏହା ମାଧ୍ୟମରେ ଯେଉଁ ଅଞ୍ଚଳରେ ବଜ୍ରପାତ ହେବ, ସେହି ଅଞ୍ଚଳର ଲୋକଙ୍କୁ ମୋବାଇଲକୁ ସୂଚନା ଦିଆଯାଇପାରିବ। ତା’ସହିତ ଏକ କଂମ୍ପ୍ରିହେନସିଭ୍‌ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବ। ଏଥିଲାଗି ବଜ୍ରପାତ କ୍ଷେତ୍ରରେ ଅଭିଜ୍ଞତା ଥିବା କୌଣସି କନ୍‌ସଲ୍‌ଟାନ୍ସି କିମ୍ବା ଆଇଆଇଟି ଭଳି ସଂସ୍ଥାର ପରାମର୍ଶ ନିଆଯିବ। ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁକୁ ସଂପୂର୍ଣ୍ଣ ଭାବେ ରୋକିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ସଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ଜୋରଦାର କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ: ଅକାଳରେ ଝଡ଼ିଗଲା ୧୬ ଜୀବନ

ବଜ୍ରପାତଜନିତ କ୍ଷୟକ୍ଷତି ରୋକିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ କେତେକ ପଦକ୍ଷେପ ମଧ୍ୟ ନେଇଛି। ସମସ୍ତ ସରକାରୀ କୋଠା, ମନ୍ଦିର ଓ ଐତିହାସିକ କିର୍ତ୍ତୀରାଜି ଉପରେ ଲାଇଟେନିଂ ଆରେଷ୍ଟର ଲଗାଇବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛି। ସେହିପରି ଲୋକମାନେ ନିଜ ଘରେ ଲାଇଟେନିଂ ଆରେଷ୍ଟର ଓ ଆର୍ଥ କରିବା ଲାଗି ବିଭାଗ ପରାମର୍ଶ ଦେଇଛି। ରଥଯାତ୍ରା, ଶ୍ରାବଣ ମାସରେ କାଉଡିଆଙ୍କ ଯାତ୍ରା ଓ ଅନ୍ୟ ଗହଳି ସ୍ଥାନରେ ଲୋକେ କିପରି ସୁରକ୍ଷିତ ରହିବେ ସେନେଇ ମଧ୍ୟ ସରକାର ଉପାୟ ଚିନ୍ତା କରୁଛନ୍ତି ରାଜସ୍ୱ ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି।

ବଜ୍ରପାତ ମୃତ୍ୟୁ କ୍ଷେତ୍ରରେ ଓଡ଼ିସା ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ଚଳିତ ବର୍ଷ ଏୟାଏଁ ଘଡଘଡି ପଡି ରାଜ୍ୟରେ ୧୯୧ ଜଣଙ୍କ ମୃତ୍ୟୁ ହୋଇଛି।

ଅଧିକ ପଢ଼ନ୍ତୁ: ବଜ୍ରପାତରେ ମୃତଙ୍କ ପିଛା ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos