କିଭଳି ରାନ୍‌ସମ୍‌ୱେର ଭାଇରସ୍‌ରୁ କଂପ୍ୟୁଟରକୁ ରକ୍ଷା କରିବେ ? ପରାମର୍ଶ ଦେଲା ଆଇଟି ବିଭାଗ

ଭୁବନେଶ୍ୱର: ୱାନାକ୍ରାଏ ରାନ୍‌ସମ୍‌ୱେର ଭାଇରସରୁ ରକ୍ଷା ପାଇବା ପାଇଁ ଅାଡଭାଇଜରି ଜାରି କରିଛି ରାଜ୍ୟ ସରକାରଙ୍କ ଅାଇଟି ବିଭାଗ। କିଭଳି କଂପ୍ୟୁଟରକୁ  ଏହି ଭାଇରସ୍ ଆଟାକ୍‌ରୁ ରକ୍ଷା କରାଯାଇ ପାରିବ ସେନେଇ ସମସ୍ତ ବିଭାଗକୁ ପରାମର୍ଶ ଦିଅାଯାଇଛି।

ସିଷ୍ଟମ୍‌କୁ ଅପ୍‌ଡେଟ୍ ରଖିବା ସହ  ଅାଣ୍ଟି ଭାଇରସ୍ ସଫ୍ଟୱେର ଅପ୍‌ଡେଟ୍‌ କରିବାକୁ କୁହାଯାଇଛି। କଂପ୍ୟୁଟରରେ ଥିବା ଡାଟାକୁ ନିୟମିତ ବ୍ୟାକ୍ଅପ୍ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।  ସମସ୍ତ ଡାଟାର ବ୍ୟାକ୍ଅପ୍ ଅଫ୍‌ଲାଇନ୍‌ରେ ରଖିବାକୁ କୁହାଯାଇଛି।  ସରକାରଙ୍କ ଡାଟା ସିଷ୍ଟମକୁ ସୁରକ୍ଷିତ କରିବାକୁ ଅାବଶ୍ୟକ ପଦକ୍ଷେପ ନିଅାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।