ଜାଣନ୍ତୁ କୌରବଙ୍କର କେଉଁ ଭାଇ ଦ୍ରୌପଦୀଙ୍କ ବସ୍ତ୍ର ହରଣକୁ ବିରୋଧ କରିଥିଲେ

ହିନ୍ଦୁ ଧର୍ମରେ ପିଲାଠୁ ବୁଢ଼ା ଯାଏଁ ସମସ୍ତଙ୍କୁ ଜଣା ମହାଭାରତର କାହାଣୀ। ସାମାନ୍ୟ ପଶା ଖେଳ କୁରୁ ବଂଶକୁ କରି ଦେଇଥିଲା ଧ୍ୱଂସ। ମହାଭାରତରେ ଦ୍ରୌପଦିଙ୍କ ବସ୍ତ୍ର ହରଣର କଥା ମନେପଡ଼ିଲେ ଲୋମ ଟାଙ୍କୁରି ଉଠେ।

ପାଣ୍ଡବ ଓ କୌରବଙ୍କ ମଧ୍ୟରେ ଚାଲିଥିବା ପଶା ଖେଳରେ ଧର୍ମରାଜ ଯୁଧିଷ୍ଠିର ନିଜ ପତ୍ନୀ ଦ୍ରୌପଦୀଙ୍କୁ ବି ବାଜି ଲଗାଇ ଦେଇଥିଲେ। ଦୁର୍ଭାଗ୍ୟ ବଶତଃ ସେ କୌରବଙ୍କଠାରୁ ବାଜି ହାରିଯାଇଥିଲେ। ଆଉ ଏହା ପରେ ଦୁର୍ଯ୍ୟୋଧନଙ୍କ ଆଦେଶରେ ତାଙ୍କ ସାନ ଭାଇ ଦୁଃଶାସନ ଦ୍ରୌପଦୀଙ୍କୁ ଚୁଟି ଝିଙ୍କି ସଭାକୁ ଘୋଷାଡ଼ି ଆଣିଥିଲେ। ଆଉ ତା’ପରେ ପୂର୍ଣ୍ଣ ସଭାରେ ତାଙ୍କର ବସ୍ତ୍ର ହରଣ କରିଥିଲେ।

କୁରୁବଂଶର କୁଳବଧୂ ପାଞ୍ଚାଳୀଙ୍କ ବସ୍ତ୍ରହରଣ ସମୟରେ ସେଠାରେ ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ, କୁଳଗୁରୁ କୃପାଚାର୍ଯ୍ୟ ଓ ବିଦୁର ପରି ବିଦ୍ୱାନ ମଧ୍ୟ ମୌନ ରହିଥିଲେ। କାରଣ ପାଣ୍ଡବ କୌରବଙ୍କଠାରୁ ବାଜି ହାରି ଯାଇଥିଲେ। ଶେଷରେ ପାଞ୍ଚାଳୀ ବାସୁଦେବ ଶ୍ରୀ କୃଷ୍ଣଙ୍କୁ ଗୁହାରୀ କରିଥିଲେ। ଭଗବାନ କୃଷ୍ଣ ଦ୍ରୌପଦିଙ୍କର ଗୁହାରି ଶୁଣିଥିଲେ ଓ ତାଙ୍କର ସମ୍ମାନ ବଞ୍ଚାଇଥିଲେ।

ସତରେ ଯେମିତି ସେ ସମୟରେ କୌରବମାନେ ରାକ୍ଷସ ପାଲଟିଯାଇଥିଲେ। ସେମାନଙ୍କର ବୁଦ୍ଧି, ବିବେକ ଯେପରି ସମାଧି ନେଇଯାଇଥିଲା। କିନ୍ତୁ ଜଣେ କୌରବ ଥିଲେ ଯିଏ କି ଏ ଘଟଣାକୁ କଡ଼ା ବିରୋଧ କରିଥିଲେ। ସେ ହେଉଛନ୍ତି ଦୁର୍ଯ୍ୟୋଧନଙ୍କର ସାନ ଭାଇ ବିକୀର୍ଣ୍ଣ। ସେ ତାଙ୍କ ବଡ଼ ଭାଇ ଦୁର୍ଯ୍ୟୋଧନ ଓ ଦୁଃଶାସନଙ୍କୁ ଏପରି ନକରିବା ପାଇଁ ଅନୁରୋଧ କରିଥିଲେ। ଦ୍ରୋପଦୀଙ୍କର ବସ୍ତ୍ର ହରଣ କୌରବଙ୍କ ପତନର କାରଣ ହେବ ବୋଲି ମଧ୍ୟ ସେ ଚେତାବନୀ ଦେଇଥିଲେ, ଯାହାକି ବାସ୍ତବରେ ହୋଇଥିଲା ମଧ୍ୟ। ଜଣେ ନାରୀର ଇଜ୍ଜତରେ ନଜର ପକାଇ ଶତ କୌରବ ନିପାତ ହୋଇଯାଇଥିଲେ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More