ଛତିଶଗଡ଼ ଦାଦାଗିରିର ଆଉ ଏକ ନମୂନା, ଇବ୍ ଉପରେ ନିର୍ମାଣ ହେଉଛି ଜଳ ବିଦ୍ୟୁତ ପ୍ରକଳ୍ପ

ସୁନ୍ଦରଗଡ଼:ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ନେଇ ଓଡ଼ିଶା-ଛତିଶଗଡ ମଧ୍ୟରେ ବିବାଦ ଥମିବାର ନାଁ ନେଉ ନ ଥିବା ବେଳେ ଏଥିରେ ଏବେ ଯୋଡି ହୋଇଯାଇଛି ଆଉ ଏକ ଫର୍ଦ୍ଦ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବାହିତ ଇବ୍‌ ଓ ଇନ୍ଦ୍ରାବତୀ-ଜହଁରା ନଦୀରେ ଡ୍ୟାମ ନିର୍ମାଣ ନେଇ ରାଜ୍ୟ ସରକାର ଚିନ୍ତାରେ ଥିବା ବେଳେ ଛତିଶଗଡ ସରକାର ଜସପୁର ଜିଲ୍ଲା ବେନେ ପଞ୍ଚାୟତରେ ଥିବା ଗୁଲ୍ଲୁ ଜଳପ୍ରପାତ ଉପରେ ଆଖି ପକାଇଛନ୍ତି। ଏହି ଜଳପ୍ରପାତର ଉପର […]

hydra project project

hydra project project

Rakesh Mallick
  • Published: Tuesday, 16 August 2016
  • Updated: 16 August 2016, 09:27 PM IST

Sports

Latest News

hydra project projectସୁନ୍ଦରଗଡ଼:ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ନେଇ ଓଡ଼ିଶା-ଛତିଶଗଡ ମଧ୍ୟରେ ବିବାଦ ଥମିବାର ନାଁ ନେଉ ନ ଥିବା ବେଳେ ଏଥିରେ ଏବେ ଯୋଡି ହୋଇଯାଇଛି ଆଉ ଏକ ଫର୍ଦ୍ଦ।

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବାହିତ ଇବ୍‌ ଓ ଇନ୍ଦ୍ରାବତୀ-ଜହଁରା ନଦୀରେ ଡ୍ୟାମ ନିର୍ମାଣ ନେଇ ରାଜ୍ୟ ସରକାର ଚିନ୍ତାରେ ଥିବା ବେଳେ ଛତିଶଗଡ ସରକାର ଜସପୁର ଜିଲ୍ଲା ବେନେ ପଞ୍ଚାୟତରେ ଥିବା ଗୁଲ୍ଲୁ ଜଳପ୍ରପାତ ଉପରେ ଆଖି ପକାଇଛନ୍ତି। ଏହି ଜଳପ୍ରପାତର ଉପର ମୁଣ୍ଡରେ ଛତିଶଗଡ ସରକାର ୨୦୦ କୋଟି ଟଙ୍କା ବିନିମୟରେ ନିର୍ମାଣ କରିବେ ୨୪ ମେଗାୱାଟ୍‌ର ଏକ ଜଳବିଦ୍ୟୁତ ପ୍ରକଳ୍ପ। ଏହି ଜଳକୁ ଜଳଭଣ୍ଡାରରେ ସଂରକ୍ଷଣ କରାଯାଇ ଚାଷକାମରେ ଲଗାଇବ ଛତିଶଗଡ ସରକାର।

ଏହି ପ୍ରକଳ୍ପ ଓଡ଼ିଶା ପାଇଁ କାଳ ହେବା ଆଶଙ୍କା କରାଯାଉଛି। ଏହି ଜଳପ୍ରପାତ ୩୦ ଫୁଟ ତଳକୁ ପାଣି ଖସି ଇବ୍‌ ନଦୀ ଜଳଧାରା ସୃଷ୍ଟି କରିଥାଲା। ଜଳ ବିଦ୍ୟୁତ ପ୍ରକଳ୍ପ ଆରମ୍ଭ ହେଲେ ଆଉ ନଦୀକୁ ପାଣି ଆସିବନି। ବର୍ଷ ତମାମ ଶୁଖିଲା ପଡିବ ନଦୀ। ଏହାଦ୍ୱାରା ଇବ୍‌ନଦୀ ଉପତ୍ୟାକାରେ ବସବାସ କରୁଥିବା ହଜାର ହଜାର ପରିବାର ଘୋର ଜଳସଙ୍କଟର ସମ୍ମୁଖୀନ ହେବେ। ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିବା ହଜାର ହଜାର ଲୋକ ଜୀବିକା ହରାଇବା ଆଶାଙ୍କା କରାଯାଉଛି। ଇବ୍ ନଦୀରେ ମିଳିତ ବିଦ୍ୟୁତ ଓ ସେଚ ପ୍ରକଳ୍ପ ଲାଗି ୧୯୮୫ରେ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷର ହୋଇଥିଲା। ତେବେ ରାଜ୍ୟ ସରକାର ଏ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନ ଥିବା ବେଳେ ଏହାର ସୁଯୋଗ ନେଇ ଛତିଶଗଡ ସରକାର ଗୋଟିକ ପରେ ଗୋଟିଏ ପ୍ରକଳ୍ପ ନିର୍ମାଣ କରି ଓଡ଼ିଆ ଚାଷୀଙ୍କ ପେଟରେ ଲାତ ଦେଇଚାଲିଛି।

ସ୍ଥାନୀୟ ବାସିନ୍ଦା ଲଳିତ ଏକ୍କା କହିଛନ୍ତି,“ଆମେ ଶୁଣୁଛୁ ଜଳ ବିଦ୍ୟୁତ ପ୍ରକଳ୍ପ ଆରମ୍ଭ ହେଉଛି। ଏହାସହ ଡ୍ୟାମ୍‌ ମଧ୍ୟ ନିର୍ମାଣ ହେଉଛି। ଏହାଦ୍ୱାରା କିଛି ଲୋକଙ୍କର ଜମି ଯାଇଛି, ସେମାନଙ୍କୁ ସରକାରୀ ଦରରେ ଜମିର କ୍ଷତିପୂରଣ ଦିଆଯାଇନାହିଁ।”

ଗୁଲ୍ଲ ଜଳବିଦ୍ୟୁତ ପ୍ରକଳ୍ପ ଅଧିକାରୀ ଭଗତ ଚୌହାନ କହିଛନ୍ତି,“୨୪ ମେଗାୱାଟ୍‌ର ଏକ ଛୋଟ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି। ନଦୀର ପାଣିକୁ ଆମେ ଡାଇଭର୍ଟ କରି ନିକଟରେ ଥିବା ଏକ ଜଳାଶୟରେ ସଂରକ୍ଷଣ କରି ରଖିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos