ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ଅଭିନୀତ ଦେଶରେ ପ୍ରଥମ

ଭୁବନେଶ୍ୱର/ବଲାଙ୍ଗିର: ଆଜି ପ୍ରକାଶ ପାଇଛି ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଦଶମ ଶ୍ରେଣୀରେ ସାରା ଦେଶରେ ଟପ୍ପର ହୋଇଛନ୍ତି ଅଭିନୀତ ପରିଚ୍ଛା। ବଲାଙ୍ଗିରର ‘ଲିଟିଲ୍ ଫ୍ଲାୱାର’ ସ୍କୁଲ୍‌ର ଛାତ୍ର ଅଭିନୀତ ୯୯.୨ ପ୍ରତିଶତ ନମ୍ବର ରଖି ଏହି ଗୌରବ ହାସଲ କରିଛନ୍ତି। ଭବିଷ୍ୟତରେ ସେ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଅଭିନୀତ କହିଛନ୍ତି,“ପରୀକ୍ଷା ଫଳାଫଳ ନେଇ ମୁଁ ଖୁବ୍‌ ଖୁସୀ। ଏତେ ନମ୍ବର ରଖିବି ବୋଲି ମୁଁ ଆଶା କରି ନ […]

abhinit

abhinit

Rakesh Mallick
  • Published: Friday, 06 May 2016
  • Updated: 06 May 2016, 04:30 PM IST

Sports

Latest News

abhinitଭୁବନେଶ୍ୱର/ବଲାଙ୍ଗିର: ଆଜି ପ୍ରକାଶ ପାଇଛି ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଦଶମ ଶ୍ରେଣୀରେ ସାରା ଦେଶରେ ଟପ୍ପର ହୋଇଛନ୍ତି ଅଭିନୀତ ପରିଚ୍ଛା। ବଲାଙ୍ଗିରର ‘ଲିଟିଲ୍ ଫ୍ଲାୱାର’ ସ୍କୁଲ୍‌ର ଛାତ୍ର ଅଭିନୀତ ୯୯.୨ ପ୍ରତିଶତ ନମ୍ବର ରଖି ଏହି ଗୌରବ ହାସଲ କରିଛନ୍ତି। ଭବିଷ୍ୟତରେ ସେ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି।

ଅଭିନୀତ କହିଛନ୍ତି,“ପରୀକ୍ଷା ଫଳାଫଳ ନେଇ ମୁଁ ଖୁବ୍‌ ଖୁସୀ। ଏତେ ନମ୍ବର ରଖିବି ବୋଲି ମୁଁ ଆଶା କରି ନ ଥିଲି। ଆଶାଠାରୁ ଅଧିକ ନମ୍ବର ରଖିଥିବାରୁ ବହୁତ ଖୁସି।”

ସେ କହିଛନ୍ତି,“ଏହି ସଫଳତାର ଶ୍ରେୟ ମୁଁ ମୋ ବାପାମା’ ଓ ଶିକ୍ଷକଙ୍କୁ ଦେଉଛି। ସେମାନେ ମୋତେ ସବୁବେଳେ ପ୍ରେରଣା ଦେଇ ଆସିଛନ୍ତି।”

ଅଭିନୀତି କହିଛନ୍ତି,“ପ୍ରତିଦିନ ମୁଁ ତିନି ଚାରି ଘଣ୍ଟା ପଢ଼ାପଢ଼ି କରୁଥିଲି। ତେବେ ପରୀକ୍ଷା ପାଖେଇ ଆସିବା ବେଳେ ସ୍କୁଲ୍ ଛୁଟି ଥିବାରୁ ଦିନକୁ ପାଞ୍ଚ ଛଅ ଘଣ୍ଟା ପରିଶ୍ରମ କରୁଥିଲି।”

ସେ କହିଛନ୍ତି,“ମୁଁ ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାକୁ ଚାହେଁ। ଗବେଷଣା ପ୍ରତି ମୋର ଅଧିକ ଆଗ୍ରହ ରହିଛି।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ପୁଅଙ୍କ ଅପେକ୍ଷା ଝିଅମାନେ ଭଲ କରିଛନ୍ତି।

ଚଳିତ ବର୍ଷ ସାରା ଦେଶରେ ୧,୬୮,୫୯୧ ଛାତ୍ରଛାତ୍ରୀ ଆଇସିଏସ୍‌ଇ ଅଧୀନରେ ପରୀକ୍ଷା ଦେଇଥିଲେ। ଦଶମ ଶ୍ରେଣୀରେ ପାସ୍ ହାର ୯୮.୫ ପ୍ରତିଶତ ରହିଛି। ସେହିପରି ଦ୍ୱାଦଶ ଶ୍ରେଣୀରେ ପାସ୍‌ ହାର ୯୬.୪୬ ପ୍ରତିଶତ ରହିଛି।

ଭୁବନେଶ୍ୱରରେ ଆଇସିଏସ୍‌ଇ ବୋର୍ଡ ଦ୍ୱାରା ପରିଚାଳିତ ବିଭିନ୍ନ ସ୍କୁଲ୍‌ରେ ଶତପ୍ରତିଶତ ରେଜଲ୍ଟ ହୋଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos