ମାହାଙ୍ଗା ଘଟଣାରେ ଏତଲା ଦେବେ ନାହିଁ ବୈଜୟନ୍ତ

ଭୁବନେଶ୍ୱର: ମାହାଙ୍ଗା ଘଟଣାରେ ଏତଲା ଦେବେ ନାହିଁ ବୋଲି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା  ଆଜି ଟ୍ୱିଟରରେ ଏହା ଉଲ୍ଲେଖ କରିଛନ୍ତି। ଏକ ଟ୍ୱିଟର ଉତ୍ତରରେ ବୈଜୟନ୍ତ ଲେଖିଛନ୍ତି ଯେ ଗୋଟିଏ ଦିନ ଆଗରୁ ହିଂସା ହୋଇପାରେ ବୋଲି ଜଣାଥିଲା।  ଏ ନେଇ ପୋଲିସକୁ ଚିଠି ଦିଆଯାଇଥିଲା।  ପୋଲିସ ଓ ଟିଭି କ୍ୟାମେରା ସାମ୍ନାରେ ଘଟିଥିବା ଏହି  ଘଟଣାରେ ଆଇନ କିଭଳି ତା ବାଟରେ ଯାଉଛି, ସେ ତାହାକୁ ଉତ୍ସୁକତା ସହ ଚାହିଁ ରହିଛନ୍ତି।