ଚାନ୍ଦିପୁରରୁ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ୱର ଲଞ୍ଚପ୍ୟାଡ୍‌ରୁ ଆଜି ସକାଳ ୭.୪୫ ମିନିଟ୍‌ରେ ବିଧ୍ୱଂସୀ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟର ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ର ବଙ୍ଗୋପସାଗର ୧୮୦ ନଟିକାଲ ମାଇଲ ଦୂରରେ ଟାର୍ଗେଟକୁ ହିଟ୍‌ କରିଥିବା ଜଣାପଡ଼ିଛି।

ବିଧ୍ୱଂସୀ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟରକୁ ଚାନ୍ଦିପୁରରୁ ପ୍ରଥମେ ୨୦୦୬ ନଭେମ୍ୱର ୨୬ ତାରିଖରେ ପରୀକ୍ଷା କରାଯାଇଥିଲା। ପରବର୍ତ୍ତୀ ସମୟରେ ପ୍ରତ୍ୟେକ ଥର ପରୀକ୍ଷା କରାଯାଇ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ବିଭିନ୍ନ ଦିଗକୁ ବିକଶିତ କରାଯାଉଛି।