ବର୍ଷା ଯୋଗୁଁ ଇଣ୍ଡିଗୋ ବିମାନ କୋଲକାତା ଫେରିଗଲା

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରେ ଇଣ୍ଡିଗୋ ବିମାନ ଅବତରଣ କରିନପାରି କୋଲକାତା ଫେରିଯାଇଛି। ପ୍ରବଳ ବର୍ଷା ଯୋଗୁ ବିମାନ ଫେରିଯାଇଥିବା ଜଣାପଡ଼ିଛି।

ଦିଲ୍ଲୀରୁ ଆସୁଥିବା ଇଣ୍ଡିଗୋ 6E-5612 ବିମାନ ୧୮୦ ଜଣ ଯାତ୍ରୀଙ୍କୁ ଧରି ସନ୍ଧ୍ୟା ୬.୨୫ ମିନିଟ୍‌ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା। ରାତି ୯ଟାରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଏହି ସମୟରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିଥିଲା। ଫଳରେ ବିମାନଟି ଅବତରଣ କରିନପାରି ଫେରି ଯାଇଥିଲା।