ବୈଷୟିକ ତ୍ରୁଟି ଯୋଗୁଁ ହରବର ଇଣ୍ଡିଗୋ ବିମାନ ଯାତ୍ରୀ: ପ୍ରଥମେ ଫେରିଗଲା, ପୁଣି ଆସିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଲକାତାରୁ ଆସୁଥିବା ଇଣ୍ଡିଗୋ ବିମାନ- 6E 3869 ଆଜି ରାତି ସାଢ଼େ ୮ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବାର ଥିଲା। ମାତ୍ର ବୈଷୟିକ ତ୍ରୁଟି ଯୋଗୁଁ ବିମାନଟି ଭୁବନେଶ୍ୱରରେ ଅବତରଣ କରିପାରିନଥିଲା। ମଝି ଆକାଶରେ କୋଲକାତା ଫେରି ଯାଇଥିଲା। କୋଲକାତା ବିମାନବନ୍ଦରରେ ଯାଞ୍ଚ ପରେ ବିମାନଟି ପୁଣି ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ରାତି ୧୧.୩୨ ମିନିଟ୍‌ରେ ବିମାନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ବୋଲି ଜଣାପଡ଼ିଛି। କୋଲକାତାରୁ ଆସୁଥିବା ଇଣ୍ଡିଗୋ ବିମାନ ୧୬୯ […]

indigo

indigo

Rakesh Mallick
  • Published: Saturday, 16 September 2017
  • Updated: 16 September 2017, 11:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଲକାତାରୁ ଆସୁଥିବା ଇଣ୍ଡିଗୋ ବିମାନ- 6E 3869 ଆଜି ରାତି ସାଢ଼େ ୮ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବାର ଥିଲା। ମାତ୍ର ବୈଷୟିକ ତ୍ରୁଟି ଯୋଗୁଁ ବିମାନଟି ଭୁବନେଶ୍ୱରରେ ଅବତରଣ କରିପାରିନଥିଲା। ମଝି ଆକାଶରେ କୋଲକାତା ଫେରି ଯାଇଥିଲା। କୋଲକାତା ବିମାନବନ୍ଦରରେ ଯାଞ୍ଚ ପରେ ବିମାନଟି ପୁଣି ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ରାତି ୧୧.୩୨ ମିନିଟ୍‌ରେ ବିମାନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ବୋଲି ଜଣାପଡ଼ିଛି।

କୋଲକାତାରୁ ଆସୁଥିବା ଇଣ୍ଡିଗୋ ବିମାନ ୧୬୯ ଜଣ ଯାତ୍ରୀଙ୍କୁ ଧରି ଭୁବେନଶ୍ୱର ଅଭିମୁଖେ ଆସୁଥିଲା। ତେବେ ମଝି ଆକାଶରେ ବିମାନର ବୈଷୟିକ ତ୍ରୁଟି ଦେଖିବାକୁ ମିଳିଥିଲା। ଫଳରେ ପାଇଲଟ୍‌ ବିମାନକୁ କୋଲକାତା ବିମାନ ବନ୍ଦରରେ ଅବତରଣ କରାଇଥିଲେ। ମରାମତି ପରେ ବିମାନଟି ପୁଣି ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos