ଜଣଙ୍କର ବ୍ୟକ୍ତିଗତ ଜୀବନଶୈଳୀ ଜାତୀୟତା ନିରୂପଣ କରେ ନାହିଁ: ରାଜଦୀପ ସରଦେଶାଇ

ଭୁବନେଶ୍ୱର: ଜଣେ ବ୍ୟକ୍ତିର ବ୍ୟକ୍ତିଗତ ଜୀବନ ଶୈଳୀ ତାର ଜାତୀୟତା ନିରୂପଣ କରେ ନାହିଁ ବୋଲି କହିଛନ୍ତି ବିଶିଷ୍ଟ ସାମ୍ବାଦିକ ରାଜଦୀପ ସରଦେଶାଇ। ଶନିବାର ଓଟିଭିର ବାର୍ଷିକ ସମ୍ମିଳନୀ ‘ଫୋରସାଇଟ୍ ୨୦୧୬’ରେ ଯୋଗ ଦେବା ଅବସରରେ ସେ ଏହି କଥା କହିଥିଲେ। ‘ଦ ସିଙ୍ଗଲ୍ ବିଗେଷ୍ଟ ନ୍ୟୁଜ୍ ଷ୍ଟାରୀ ଅଫ୍ ଟୁ ଥାଉଜେଣ୍ଡ ଫିପଟିନ୍ ଆଣ୍ଡ ଇଟ୍ସ ଇମ୍ପାକ୍ଟ’ ଶୀର୍ଷକ ଆଲୋଚନଚକ୍ରରେ ନିଜର ମତାମତ ରଖିବା ଅବସରରେ ରାଜଦୀପ କହିଥିଲେ, ଦେଶରେ କିଛି ଦିନ ଧରି ପୁରସ୍କାର […]

rajdeep

rajdeep

Rakesh Mallick
  • Published: Saturday, 09 January 2016
  • Updated: 09 January 2016, 01:41 PM IST

Sports

Latest News

rajdeepଭୁବନେଶ୍ୱର: ଜଣେ ବ୍ୟକ୍ତିର ବ୍ୟକ୍ତିଗତ ଜୀବନ ଶୈଳୀ ତାର ଜାତୀୟତା ନିରୂପଣ କରେ ନାହିଁ ବୋଲି କହିଛନ୍ତି ବିଶିଷ୍ଟ ସାମ୍ବାଦିକ ରାଜଦୀପ ସରଦେଶାଇ। ଶନିବାର ଓଟିଭିର ବାର୍ଷିକ ସମ୍ମିଳନୀ ‘ଫୋରସାଇଟ୍ ୨୦୧୬’ରେ ଯୋଗ ଦେବା ଅବସରରେ ସେ ଏହି କଥା କହିଥିଲେ।

‘ଦ ସିଙ୍ଗଲ୍ ବିଗେଷ୍ଟ ନ୍ୟୁଜ୍ ଷ୍ଟାରୀ ଅଫ୍ ଟୁ ଥାଉଜେଣ୍ଡ ଫିପଟିନ୍ ଆଣ୍ଡ ଇଟ୍ସ ଇମ୍ପାକ୍ଟ’ ଶୀର୍ଷକ ଆଲୋଚନଚକ୍ରରେ ନିଜର ମତାମତ ରଖିବା ଅବସରରେ ରାଜଦୀପ କହିଥିଲେ, ଦେଶରେ କିଛି ଦିନ ଧରି ପୁରସ୍କାର ଫେରସ୍ତ ପର୍ବ ଚାଲିଥିଲା। ଅସହିଷ୍ଣୁତାକୁ ନେଇ କିଛି ବ୍ୟକ୍ତି ପୁରସ୍କାର ଫେରାଇଥିଲା। ଆଉ କିଛି ବ୍ୟକ୍ତି ଏହାକୁ ବିରୋଧ କରି ଥିଲେ। ପୁରସ୍କାର ଫେରାଇବା ନେଇ ଉଭୟ ସପକ୍ଷବାଦୀ ଓ ବିପକ୍ଷବାଦୀ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। ଜଣେ ପୁରସ୍କାର ଫେରାଇବା ସଂପୂର୍ଣ୍ଣ ଭାବେ ତା’ର ବ୍ୟକ୍ତି ଗତ ନିଷ୍ପତ୍ତି। ତେବେ ଅନ୍ୟ ଜଣେ ଏହା ଉପରେ ପ୍ରଶ୍ନ ଉଠାଇବାରୁ ଯୁକ୍ତିତର୍କ ବଢ଼ିଲା ଓ ଘଟଣା ବଢ଼ି ଚାଲିଲା। ଏସବୁ ସୂତ୍ରପାତ ହୋଇଥିଲା ଜଣେ ନିରୀହ ଲୋକକୁ ହତ୍ୟା କରାଯିବା ଘଟଣାରୁ। ଉକ୍ତ ବ୍ୟକ୍ତି ଜଣଙ୍କ ଗୋରୁ ମାଂସ ଖାଉଥିବା ଅଭିଯୋଗ କରି ତାଙ୍କୁ ହତ୍ୟା କରାଯାଇଥିଲା। ଆମେ କ’ଣ ଏଭଳି ଏକ ଭାରତ ଚାହୁଁଛନ୍ତି? ଜଣେ ବ୍ୟକ୍ତି ତା’ ରୋଷେଇ ଘରେ କ’ଣ ଖାଉଛି ସେଥିରୁ ତାର ଜାତୀୟତା ନିରୂପଣ କରିବା ଭଳି ଏକ ଦେଶ ଆମେ ଚାହୁଁଛନ୍ତି କି?

ସେ ଆହୁରି ମଧ୍ୟ କହିଥିଲେ, ଆମେ ଦେଶର ଉଚ୍ଚ ଅଭିବୃଦ୍ଧି ସହିତ ଆହୁରି ଅନେକ କଥା କହୁଛୁ, କିନ୍ତୁ ଜଣେ ବ୍ୟକ୍ତି ନିଜ ଘରେ ବସି ଆରାମରେ କ’ଣ ଖାଇବ ଅବା କ’ଣ ଖାଇ ପାରିବ ନାହିଁ ଭଳି ପ୍ରସଙ୍ଗର ସମାଧାନ କରିପାରିବା ନାହିଁ?

ସେହିଭଳି ଦେଶରେ ୨୦୧୫ରେ ଚାଷୀ ଆତ୍ମହତ୍ୟା ନେଇ ସେ ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ, ମହାରାଷ୍ଟ୍ର ଭଳି ରାଜ୍ୟ ଗତ ବର୍ଷ ପ୍ରାୟ ୩ ହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଜଣେ ବି ହେଲେ ଚାଷୀଙ୍କ ବିଧବା ପତ୍ନୀଙ୍କୁ ଯାଇ ଭେଟି ସାନ୍ତ୍ୱନା ଦେଇଛନ୍ତି କି? ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କୁ ଭେଟୁଛନ୍ତି। ମାର୍କ ଜୁକରବର୍ଗ ତାଙ୍କୁ ଭେଟିବାରେ କିଛି ସମସ୍ୟା ନାହିଁ। କିନ୍ତୁ ପ୍ରଧାନମନ୍ତ୍ରୀ ଯାଇ ତାଙ୍କୁ କାହିଁକି ଭେଟିବେ। ନିଜର ପ୍ରଚାର ପ୍ରସାର ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଭେଟିଥିଲେ।

ଅଚ୍ଛେ ଦିନକୁ ନେଇ ମଧ୍ୟ ରାଜଦୀପ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଛତିଶଗଡ଼ରେ ୩୦ଟି ପିଅନ ପଦବୀ ପାଇଁ ୭୫ ହଜାର ପିଲା ଆବେଦନ କରି ଥିଲେ। ସେମାନଙ୍କ ମାଧ୍ୟମରେ ଇଞ୍ଜିନିୟର ମଧ୍ୟ ଅଛନ୍ତି। ତା’ହେଲେ ଏହା କି ପ୍ରକାର ଅଚ୍ଛେଦିନ୍।

ଲଳିତ ମୋଦି ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେପିକୁ ରାଜଦୀପ ସମାଲୋଚନା କରିଥିଲେ। ସେ କହିଥିଲେ, ଲଳିତ ମୋଦି ମୋଣ୍ଟେନଗ୍ରୋରେ ଯାଇ ଛୁଟି କାଟୁଛନ୍ତି। କିନ୍ତୁ ଏଠାରେ ତାଙ୍କୁ ଭାରତ ପ୍ରତ୍ୟାର୍ପଣ ଦାବି କରି କଂଗ୍ରେସ ହୋହାଲ୍ଲା କରୁଛି। ସେଥିପାଇଁ ସଂସଦର ଗତ ମୌସୁମୀ ଅଧିବେଶନ ଚାଲି ପାରିଲା ନାହିଁ। କଂଗ୍ରେସ ଶାସନରେ ଥିବା ବେଳେ ହିଁ ଲଳିତ ମୋଦି ଦେଶ ଛାଡ଼ି ଯାଇଥିଲେ। ସେତେବେଳେ ସେମାନେ କ’ଣ କରୁଥିଲେ? ଏ କି ପ୍ରକାର ରାଜନୀତି?

ସେହିପରି ୨୦୧୫ରେ ମଧ୍ୟପ୍ରଦେଶର ବ୍ୟାପମ୍ ଦୁର୍ନୀତି ଆଉ ଏକ ବଡ଼ ଖବର ଥିଲା ବୋଲି କହିଥିଲେ ରାଜଦୀପ। ସେ କହିଥିଲେ, ବ୍ୟାପମ୍ ଦୁର୍ନୀତିରେ କିଛି ଲୋକଙ୍କୁ ହତ୍ୟା କରାଯାଇଛି। କିଛି ଲୋକ ନିଖୋଜ ହୋଇଛନ୍ତି। କଂଗ୍ରେସ ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କୁ ଦାୟୀ କରୁଛି। ଏ ଦୁର୍ନୀତିର ସେ ମୁଖ୍ୟ ଅଭିଯୁକ୍ତ ବୋଲି କହୁଛି। କିନ୍ତୁ ବ୍ୟାପମ୍ ଦିଗବିଜୟ ସିଂହଙ୍କ ମୁଖ୍ୟମନ୍ତ୍ରୀ କାଳରେ ମଧ୍ୟ ଥିଲା। ଏ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେପି ଜବାବ ରଖିବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos